‘ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଟ୍ୟାକ୍ସ ଆଉ ଟ୍ୟାକ୍ସ’, ରାଜ୍ୟସଭାରେ ରାଘବ ଚଡ୍ଡା ବୟାନ କଲେ ଲୋକଙ୍କ ‘କର’ ଯନ୍ତ୍ରଣା
ନୂଆଦିଲ୍ଲୀ ୨୭।୩: ଆମ ଆଦମୀ ପାର୍ଟି (ଆପ) ସାଂସଦ ରାଘବ ଚଡ୍ଡା ଗୁରୁବାର ରାଜ୍ୟସଭାରେ ଭାରତର କର ପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ କର ବୋଝକୁ ସ୍ପଷ୍ଟ କରି କହିଛନ୍ତି ଜନ୍ମରୁ ମରଣ ପର୍ଯ୍ୟନ୍ତ ସରକାର ନାଗରିକଙ୍କୁ ସହାୟତା କରିବା ବଦଳେ ସେମାନଙ୍କ ଉପରେ ଟ୍ୟାକ୍ସ ଲଗାଇ ଚାଲିଛନ୍ତି। ଚଡ୍ଡା ଏହା ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ନାଗରିକ ଦେଉଥିବା ଶୁଳ୍କ ପାଇଁ ସେମାନଙ୍କୁ ବିଶ୍ୱସ୍ତରୀୟ ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତି ଭୂମି ଯୋଗାଇ ଦିଆଯାଉଛି କି?ଜୀବନରେ ଦୁଇଟି ଜିନିଷ ନିଶ୍ଚିତ ତାହା ହେଉଛି ମୃତ୍ୟୁ ଓ ଶୁଳ୍କ। ଶିଶୁ ଜନ୍ମହେବା ମାତ୍ରେ ନେଉଥିବା ଟିକା ପାଇଁ ୫% ଜିଏସଟି ପୈଠ କରିବାକୁ ପଡୁଛି। ଏଥିରେ ଯଦି ଶିଶୁ ଜନ୍ମ ହେଉଥିବା କ୍ୟାବିନର ଭଡ଼ା ହସ୍ପିଟାଲରେ ୫ ହଜାର ଟଙ୍କାରୁ ଅଧିକ, ତେବେ ତା ଉପରେ ମଧ୍ୟ ୫ % ଜିଏସଟି ଦେବାକୁ ପଡୁଛି। ଶିଶୁର ଯତ୍ନ ଉତ୍ପାଦ ଓ ମିଠା ଉପରେ ୫% ଶୁଳ୍କ ଲାଗୁ ହେଉଛି। ରାଜ୍ୟସଭା ସାଂସଦ କହିଛନ୍ତି ଯେ ଆସିଥିଲେ ବିଶ୍ୱଗୁରୁ ହେବା ପାଇଁ ହେଲେ ସରକାର ଏବେ ଟ୍ୟାକ୍ସ ଗୁରୁ ପାଲଟିଛନ୍ତି। ଜନତା ସରକାରଙ୍କୁ ଏତେ ଟଙ୍କା କର ଦେଉଛନ୍ତି, ହେଲେ ତା ବଦଳେ ସେମାନଙ୍କୁ ମିଳୁଛି କ’ଣ? ସେମାନଙ୍କୁ ନା ମିଳୁଛି କ୍ୱାଲିଟି ସ୍ୱାସ୍ଥ୍ୟ ସେବା, ନା ସେମାନଙ୍କ ପିଲାଙ୍କୁ ମିଳୁଛି ବିଶ୍ୱସ୍ତରୀୟ ଶିକ୍ଷା, ଦେଶରେ ଲୋକଙ୍କୁ ୨୪ ଘଣ୍ଟା ବିଜୁଳି ମିଳିପାରୁଛି କି? ଦେଶର କେ
ନୂଆଦିଲ୍ଲୀ ୨୭।୩: ଆମ ଆଦମୀ ପାର୍ଟି (ଆପ) ସାଂସଦ ରାଘବ ଚଡ୍ଡା ଗୁରୁବାର ରାଜ୍ୟସଭାରେ ଭାରତର କର ପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ କର ବୋଝକୁ ସ୍ପଷ୍ଟ କରି କହିଛନ୍ତି ଜନ୍ମରୁ ମରଣ ପର୍ଯ୍ୟନ୍ତ ସରକାର ନାଗରିକଙ୍କୁ ସହାୟତା କରିବା ବଦଳେ ସେମାନଙ୍କ ଉପରେ ଟ୍ୟାକ୍ସ ଲଗାଇ ଚାଲିଛନ୍ତି। ଚଡ୍ଡା ଏହା ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ନାଗରିକ ଦେଉଥିବା ଶୁଳ୍କ ପାଇଁ ସେମାନଙ୍କୁ ବିଶ୍ୱସ୍ତରୀୟ ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତି ଭୂମି ଯୋଗାଇ ଦିଆଯାଉଛି କି?
ଜୀବନରେ ଦୁଇଟି ଜିନିଷ ନିଶ୍ଚିତ ତାହା ହେଉଛି ମୃତ୍ୟୁ ଓ ଶୁଳ୍କ। ଶିଶୁ ଜନ୍ମହେବା ମାତ୍ରେ ନେଉଥିବା ଟିକା ପାଇଁ ୫% ଜିଏସଟି ପୈଠ କରିବାକୁ ପଡୁଛି। ଏଥିରେ ଯଦି ଶିଶୁ ଜନ୍ମ ହେଉଥିବା କ୍ୟାବିନର ଭଡ଼ା ହସ୍ପିଟାଲରେ ୫ ହଜାର ଟଙ୍କାରୁ ଅଧିକ, ତେବେ ତା ଉପରେ ମଧ୍ୟ ୫ % ଜିଏସଟି ଦେବାକୁ ପଡୁଛି। ଶିଶୁର ଯତ୍ନ ଉତ୍ପାଦ ଓ ମିଠା ଉପରେ ୫% ଶୁଳ୍କ ଲାଗୁ ହେଉଛି। ରାଜ୍ୟସଭା ସାଂସଦ କହିଛନ୍ତି ଯେ ଆସିଥିଲେ ବିଶ୍ୱଗୁରୁ ହେବା ପାଇଁ ହେଲେ ସରକାର ଏବେ ଟ୍ୟାକ୍ସ ଗୁରୁ ପାଲଟିଛନ୍ତି।
ଜନତା ସରକାରଙ୍କୁ ଏତେ ଟଙ୍କା କର ଦେଉଛନ୍ତି, ହେଲେ ତା ବଦଳେ ସେମାନଙ୍କୁ ମିଳୁଛି କ’ଣ? ସେମାନଙ୍କୁ ନା ମିଳୁଛି କ୍ୱାଲିଟି ସ୍ୱାସ୍ଥ୍ୟ ସେବା, ନା ସେମାନଙ୍କ ପିଲାଙ୍କୁ ମିଳୁଛି ବିଶ୍ୱସ୍ତରୀୟ ଶିକ୍ଷା, ଦେଶରେ ଲୋକଙ୍କୁ ୨୪ ଘଣ୍ଟା ବିଜୁଳି ମିଳିପାରୁଛି କି? ଦେଶର କେଉଁଠି ବିଶ୍ୱସ୍ତରୀୟ ସଡ଼କ ଅଛି?ଏହା ବାଦେ ବି ଜନତା ସରକାରଙ୍କୁ ଶୁଳ୍କ ଦେଉଛନ୍ତି, ସରକାର ଏତେ ଶୁଳ୍କ ନେଇ କରୁଛନ୍ତି କ’ଣ? ବୋଲି ଚଡ୍ଡା ପ୍ରଶ୍ନ କରିଛନ୍ତି। ସେ ବାଲ୍ୟାବସ୍ଥାର ଉଲ୍ଲେଖ କରି କହିଛନ୍ତି ବେବି ଫୁଡ ପାଇଁ ୧୨ରୁ ୧୮% ଜିଏସଟି ଦେବାକୁ ପଡୁଥିବା ବେଳେ ଡାଇପର ଓ ଖେଳନା ପାଇଁ ୧୨%, ମୁଣ୍ଡନ ସେବା ପାଇଁ ୧୮ ପ୍ରତିଶତ ଜିଏସଟି ଲାଗୁ ହେଉଥିବାରୁ ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।
ସେହିପରି ପିଲା ସ୍କୁଲକୁ ଗଲେ ତା ୟୁନିଫର୍ମ,ଜୋତା, ଖାତାବହି ପାଇଁ ୧୨% ଜିଏସଟି ଓ ଷ୍ଟେସନାରୀ ପାଇଁ ୧୮ % ଜିଏସଟି ଅସୁଲ ହେଉଛି। ସେହପରି କିଶୋରାବସ୍ଥାରେ ସ୍ମାର୍ଟଫୋନ, ଇଣ୍ଟରନେଟ୍, ରିଚାର୍ଜ,ନେଟଫ୍ଲିକ୍ସ ଓ ଫିଲ୍ମ ଟିକେଟ ପାଇଁ ଜିଏସଟି ଦେବାକୁ ପଡୁଛି। ପ୍ରଥମ ବାଇକ ଅଥବା ସ୍କୁଟର ପାଇଁ ମଧ୍ୟ ଜିଏସଟି ଦେବାକୁ ପଡୁଛି। ଉଚ୍ଚଶିକ୍ଷାରେ ଘରୋଇ କଲେଜର ଫି, ହଷ୍ଟେଲ ଓ ଛାତ୍ର ଋଣ ଉପରେ ଜିଏସଟି। କ୍ୟାରିୟର ଆରମ୍ଭ ହେଲେ ଟିଡିଏସ ଓ ଆୟକର କଟୁଛି। ରେଷ୍ଟୁରାଣ୍ଟ ବିଲ ଓ ବୀମା ପ୍ରିମିୟମ ଉପରେ ମଧ୍ୟ କର ଲାଗୁ ହେଉଛି।
ମଧ୍ୟବୟସ୍କ ହେବା ବେଳକୁ ଆୟ ବଢିବା ସହିତ ଆୟକର, କାର ଉପରେ ଜିଏସଟି, ଇନ୍ଧନ ଉପେ ଭାଟ ଓ ସମ୍ପତ୍ତି କର ବୋଝ ବଢିବା ଆରମ୍ଭ ହୋଇଥାଏ। ରିଟାୟରମେଣ୍ଟରେ ପେନସନ, ସୁଧରୁ ଆୟ, ସ୍ୱାସ୍ଥ୍ୟ ବିଲ, ଔଷଧ ଏବଂ ୱିଲ ନିମନ୍ତେ ଆଇନଶୁଳ୍କ ଭାବେ କର ଲାଗୁ ହୋଇଥାଏ। ଚଡ୍ଡା କହିଛନ୍ତି ଯେ ସରକାର ସବୁ ସ୍ତରରେ କର ଲଗାଇଛନ୍ତି, ହେଲେ ତା ବଦଳେ ନାଗରିକଙ୍କୁ ଦେଉଛନ୍ତି କଣ ବୋଲି ପ୍ରଶ୍ନ କରିଛନ୍ତି।