ବିଦେଶରେ ବଢ଼ୁଛି ମେଡ୍-ଇନ୍-ଇଣ୍ଡିଆ କାର୍ର ଚାହିଦା, ୨୦୨୩ରେ ବଢ଼ିଲା ରପ୍ତାନୀ
ନୂଆଦିଲ୍ଲୀ: ବିଦେଶରେ ବଢ଼ୁଛି ମେଡ୍-ଇନ୍-ଇଣ୍ଡିଆ କାର୍ର ଚାହିଦା। ଯାହା ସ୍ପଷ୍ଟ ହେଉଛି, ଗତ ବର୍ଷ ଭାରତରୁ ହୋଇଥିବା କାର୍ ରପ୍ତାନୀ ତଥ୍ୟରୁ। ଆଉକୁ ଏହାକୁ ଦୃଷ୍ଟିରେ ରଖି ଭାରତୀୟ କାର୍ ନିର୍ମାତମାନେ ମଧ୍ୟ ଗୁରୁତ୍ବ ଦେଲେଣି କାର୍ ରପ୍ତାନୀ ଉପରେ। ନିକଟରେ ଜାଟୋ ଡାଇନାମିକ୍ସ ଜାରି କରିଥିବା ତଥ୍ୟ ଅନୁଯାୟୀ, ୨୦୨୩ରେ ଟୋୟୋଟା, ଭୋକ୍ସଓ୍ବାଗନ, ହ୍ୟୁଣ୍ଡାଇ, ମହିନ୍ଦ୍ରା, ଟାଟା ମୋଟର୍ସ ଏବଂ ହଣ୍ଡା ଭଳି କମ୍ପାନି ବିଦେଶକୁ ରପ୍ତାନୀ କରିଛନ୍ତି ରେକର୍ଡ ସଂଖ୍ୟକ କାର୍। ତେବେ ଏମାନଙ୍କ ମଧ୍ୟରେ ଘରୋଇ ବଜାରରେ ଶୀର୍ଷରେ ଥିବା ମାରୁତି ସୁଜୁକୀ ମଧ୍ୟ ରପ୍ତାନୀରେ କରିଛି ବଡ଼ ରେକର୍ଡ । ୨୦୨୩ରେ କେବଳ ମାରୁତି ସୁଜୁକୀ ଗତବର୍ଷ ବିଦେଶକୁ ରପ୍ତାନୀ କରିଛି ପ୍ରାୟ ୨,୬୧,୭୦୦ ୟୁନିଟ୍ ପାସେଞ୍ଜର କାର୍। https://www.youtube.com/watch?v=xQ-hv_ECA-k ତେବେ ଇଣ୍ଡଷ୍ଟ୍ରୀ ବିଶେଷଜ୍ଞ କହିଛନ୍ତି ବୈଶ୍ବିକ ମାନକ ଅନୁଯାୟୀ, ଭାରତୀୟ ନିୟାମକ ମାନଦଣ୍ଡରେ ପରିବର୍ତ୍ତନ ହୋଇଛି। ଫଳରେ ଏଠାରେ ବିକଶିତ ତଥା ବିକ୍ରି ହେଉଥିବା ଗାଡ଼ି ରପ୍ତାନୀ ଉପଯୁକ୍ତ । ଆଉ ପୁଣି ଭାରତରେ ଉତ୍ପାଦନ ପାଇଁ କମ୍ ଖର୍ଚ୍ଚ, ଶ୍ରମ ମୂଲ୍ୟ, କୁଶଳୀ ଶ୍ରମିକ ଏବଂ ଏକ ଉନ୍ନତ ଯୋଗାଣ ନେଟଓ୍ବର୍କ କାର୍ ନିର୍ମାତାଙ୍କୁ ରପ୍ତାନୀ ପାଇଁ ସୁହାଇଛି। ଆଉ ଏଥିପାଇଁ ୨୦୨୩ରେ ୬,୭୧,୩୮୫ ୟୁନିଟ୍ କାର୍ ରପ୍ତାନୀ ହୋଇଛି। ଯାହା ଗତ ବର୍ଷ ତୁ
ନୂଆଦିଲ୍ଲୀ: ବିଦେଶରେ ବଢ଼ୁଛି ମେଡ୍-ଇନ୍-ଇଣ୍ଡିଆ କାର୍ର ଚାହିଦା। ଯାହା ସ୍ପଷ୍ଟ ହେଉଛି, ଗତ ବର୍ଷ ଭାରତରୁ ହୋଇଥିବା କାର୍ ରପ୍ତାନୀ ତଥ୍ୟରୁ। ଆଉକୁ ଏହାକୁ ଦୃଷ୍ଟିରେ ରଖି ଭାରତୀୟ କାର୍ ନିର୍ମାତମାନେ ମଧ୍ୟ ଗୁରୁତ୍ବ ଦେଲେଣି କାର୍ ରପ୍ତାନୀ ଉପରେ।
ନିକଟରେ ଜାଟୋ ଡାଇନାମିକ୍ସ ଜାରି କରିଥିବା ତଥ୍ୟ ଅନୁଯାୟୀ, ୨୦୨୩ରେ ଟୋୟୋଟା, ଭୋକ୍ସଓ୍ବାଗନ, ହ୍ୟୁଣ୍ଡାଇ, ମହିନ୍ଦ୍ରା, ଟାଟା ମୋଟର୍ସ ଏବଂ ହଣ୍ଡା ଭଳି କମ୍ପାନି ବିଦେଶକୁ ରପ୍ତାନୀ କରିଛନ୍ତି ରେକର୍ଡ ସଂଖ୍ୟକ କାର୍। ତେବେ ଏମାନଙ୍କ ମଧ୍ୟରେ ଘରୋଇ ବଜାରରେ ଶୀର୍ଷରେ ଥିବା ମାରୁତି ସୁଜୁକୀ ମଧ୍ୟ ରପ୍ତାନୀରେ କରିଛି ବଡ଼ ରେକର୍ଡ । ୨୦୨୩ରେ କେବଳ ମାରୁତି ସୁଜୁକୀ ଗତବର୍ଷ ବିଦେଶକୁ ରପ୍ତାନୀ କରିଛି ପ୍ରାୟ ୨,୬୧,୭୦୦ ୟୁନିଟ୍ ପାସେଞ୍ଜର କାର୍।
ତେବେ ଇଣ୍ଡଷ୍ଟ୍ରୀ ବିଶେଷଜ୍ଞ କହିଛନ୍ତି ବୈଶ୍ବିକ ମାନକ ଅନୁଯାୟୀ, ଭାରତୀୟ ନିୟାମକ ମାନଦଣ୍ଡରେ ପରିବର୍ତ୍ତନ ହୋଇଛି। ଫଳରେ ଏଠାରେ ବିକଶିତ ତଥା ବିକ୍ରି ହେଉଥିବା ଗାଡ଼ି ରପ୍ତାନୀ ଉପଯୁକ୍ତ । ଆଉ ପୁଣି ଭାରତରେ ଉତ୍ପାଦନ ପାଇଁ କମ୍ ଖର୍ଚ୍ଚ, ଶ୍ରମ ମୂଲ୍ୟ, କୁଶଳୀ ଶ୍ରମିକ ଏବଂ ଏକ ଉନ୍ନତ ଯୋଗାଣ ନେଟଓ୍ବର୍କ କାର୍ ନିର୍ମାତାଙ୍କୁ ରପ୍ତାନୀ ପାଇଁ ସୁହାଇଛି। ଆଉ ଏଥିପାଇଁ ୨୦୨୩ରେ ୬,୭୧,୩୮୫ ୟୁନିଟ୍ କାର୍ ରପ୍ତାନୀ ହୋଇଛି। ଯାହା ଗତ ବର୍ଷ ତୁଳନାରେ ୪ ପ୍ରତିଶତ ଅଧିକ । ଯାହା ଆଗକୁ ଆହୁରି ବୃଦ୍ଧି ପାଇବ।
ସେହିପରି ସ୍କୋଡା ଅଟୋ-ଭୋକ୍ସଓ୍ବାଗନ ଇଣ୍ଡିଆ ଏମଡି ଏବଂ ସିଇଓ ପୀୟୂଷ ଅରୋରା କହିଛନ୍ତି, ‘‘ ଦେଶରେ ଗାଡ଼ିରେ ସୁରକ୍ଷା, ପ୍ରଦୂଷଣ ଏବଂ ପ୍ରଯୁକ୍ତିରେ ବିକାଶ ପାଇଁ କଠୋର ନିୟମ ଲାଗୁ କରାଯାଇଛି। ଫଳରେ ନିର୍ମାତାମାନେ ରିସର୍ଚ୍ଚ-ଡେଭଲପମେଣ୍ଟ ଏବଂ ନୂଆ ନୂଆ ଆବିଷ୍କାର ଉପରେ ମଧ୍ୟ ଧ୍ୟାନ ଦେଉଛନ୍ତି।’’ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲ ମଧ୍ୟ କହିଛନ୍ତି ୨୦୩୦ ସୁଦ୍ଧା ଭାରତରୁ ବିଦେଶକୁ କାର୍ ରପ୍ତାନୀ ୫୦ ପ୍ରତିଶତକୁ ବୃଦ୍ଧି ପାଇବ।
ଆହୁରି ପଢ଼ନ୍ତୁ: କମ୍ ବ୍ୟାକ୍ କରିବାକୁ ପ୍ରସ୍ତୁତ ରୋନୋ, ତିନି ବର୍ଷରେ ୫ ନୂଆ ମଡେଲ ଲଞ୍ଚ କରିବାକୁ ଯୋଜନା
ତେବେ ଅନୁକୂଳ ପରସ୍ଥିତି ସତ୍ତ୍ବେ ମଧ୍ୟ ବିଶେଷଜ୍ଞମାନେ ରପ୍ତାନୀ ଉପରେ କିଛି ବାଧାକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଲାଗି ରହିଥିବା ବୈଶ୍ବିକ ସ୍ଥିତି, ଯୁଦ୍ଧ, ଉଚ୍ଚ ମୁଦ୍ରାସ୍ଫୀତି ଗତ ବର୍ଷ ଭଳି ଏବର୍ଷ ମଧ୍ୟ ଭାରତରୁ ରପ୍ତାନୀ ଉପରେ କିଛିଟା ପ୍ରଭାବ ପକାଇପାରେ। ଆହୁରି ପୁଣି ଚାଇନିଜ୍ ମେକର୍ସଙ୍କ ଠାରୁ କଡ଼ା ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳୁଛି।
ଯାହାକୁ ଟକ୍କର ଦେବାକୁ ଭାରତୀୟ ନିର୍ମାତାମାନେ ଚେଷ୍ଟା ଜାରି ରଖିଛନ୍ତି। ମାରୁତି ସୁଜୁକୀ ଆଗମୀ ୫-୮ ବର୍ଷରେ ଏହାର ରପ୍ତାନୀକୁ ତିନିଗୁଣା କରିବାକୁ ଯୋଜନା ରଖିଛି। କେବଳ ସେତିକି ନୁହେଁ, ଭାରତରୁ ଇଲେକ୍ଟ୍ରିକ୍ କାର୍, ବିଭିନ୍ନ ପାର୍ଟ୍ସ ଆଦିର ମଧ୍ୟ ରପ୍ତାନୀ ମଧ୍ୟ ବୃଦ୍ଧି ପାଇଁ ମଧ୍ୟ ଯୋଜନା ରହିଛି।
The post ବିଦେଶରେ ବଢ଼ୁଛି ମେଡ୍-ଇନ୍-ଇଣ୍ଡିଆ କାର୍ର ଚାହିଦା, ୨୦୨୩ରେ ବଢ଼ିଲା ରପ୍ତାନୀ appeared first on Prameya News7.