ଜନ୍ମାଷ୍ଟମୀ ନୀତି ସମୟରେ ବନ୍ଦ ରହିବ ଦର୍ଶନ
ପୁରୀ,୨୫ା୮(ଅଜିତ୍ କୁମାର ମହାନ୍ତି): ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥି ସୋମବାର ଶ୍ରୀମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ନୀତି ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ରବିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଯେଉଟ ଭୋଗ ଲାଗିହେବା ସହ ଗର୍ଭଉଦକ ବନ୍ଦାପନା ନୀତି ସମ୍ପନ୍ନ କରାଯାଇଛି। ଏହି ଅବସରରେ ସନ୍ଧ୍ୟା ଆଳତି ବେଶରେ ଠାକୁରଙ୍କୁ ୬ମୂର୍ତ୍ତି ଅଳଙ୍କାର ଲାଗି କରାଯାଇଥିଲା। ସନ୍ଧ୍ୟାଧୂପ ପୂଜା ପରେ ଭିତରେ ପାଣି ପଡ଼ି ଧୋପଖାଳ ହୋଇ ଜୟବିଜୟ ଦ୍ୱାର ବନ୍ଦ କରାଯାଇଥିଲା। ଟେରା ବନ୍ଧାଯିବା ପରେ […] The post ଜନ୍ମାଷ୍ଟମୀ ନୀତି ସମୟରେ ବନ୍ଦ ରହିବ ଦର୍ଶନ appeared first on Dharitri Odia News.
ପୁରୀ,୨୫ା୮(ଅଜିତ୍ କୁମାର ମହାନ୍ତି): ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥି ସୋମବାର ଶ୍ରୀମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ନୀତି ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ରବିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଯେଉଟ ଭୋଗ ଲାଗିହେବା ସହ ଗର୍ଭଉଦକ ବନ୍ଦାପନା ନୀତି ସମ୍ପନ୍ନ କରାଯାଇଛି। ଏହି ଅବସରରେ ସନ୍ଧ୍ୟା ଆଳତି ବେଶରେ ଠାକୁରଙ୍କୁ ୬ମୂର୍ତ୍ତି ଅଳଙ୍କାର ଲାଗି କରାଯାଇଥିଲା।
ସନ୍ଧ୍ୟାଧୂପ ପୂଜା ପରେ ଭିତରେ ପାଣି ପଡ଼ି ଧୋପଖାଳ ହୋଇ ଜୟବିଜୟ ଦ୍ୱାର ବନ୍ଦ କରାଯାଇଥିଲା। ଟେରା ବନ୍ଧାଯିବା ପରେ ଯେଉଟ ଭୋଗ (ଶାଗ, ତରକାରି, ପିଠା, ଝିଲି, ଓରିଆ, ଖିରି ଆଦି) ରୋଷରୁ ଆସି ଅଣସର ପିଣ୍ଡିରେ ରଖାଯାଇଥିଲା। ପରେ ମୁଦିରସ୍ତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରିଥିଲେ। ୩ଜଣ ପୂଜାପଣ୍ଡା ସାମନ୍ତ ପଞ୍ଚପୋଚାରରେ ପୂଜା କରିବା ସହ ଭୋଗ ଲାଗି କରିଥିଲେ। ଧୋପପଖାଳ ପରେ ତିନିବାଡ଼ରେ ପାଳିଆ ପୁଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ବନ୍ଦାପନା କରିଥିଲେ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଗୋଟିଏ ଅଧିକ ବନ୍ଦାପନା ହୋଇଥିଲା। ଏହି ବନ୍ଦାପନାକୁ ଗର୍ଭଉଦକ ବନ୍ଦାପନା କୁହାଯାଏ। ଏହାପରେ ଶ୍ରମନ୍ଦିରରେ ଅନ୍ୟାନ୍ୟ ନୀତି ବଢିଥିଲା। ଯେଉଟ ଭୋଗ ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକଙ୍କ ମତ ଅନୁଯାୟୀ ଗର୍ଭବତୀ ନାରୀମାନେ ସୁଖଦ ପ୍ରସବ ଲାଗି ଯେଉଟ ଫଳ ଖାଇଥାନ୍ତି।
ଜନ୍ମାଷ୍ଟମୀ ପୂର୍ବଦିନ ଶ୍ରୀଜଗନ୍ନାଥ ଦେବକୀ ରୂପ ଧାରଣ କରି ଯେଉଟ଼ ଭୋଗ ଖାଇଥିଲେ। ତାଙ୍କ ଗର୍ଭରେ ଶ୍ରୀକୃଷ୍ଣ ରହିଥିବାରୁ ତାଙ୍କ ବାଡ଼ରେ ଗୋଟିଏ ଅଧିକ ବନ୍ଦାପନା କରାଯାଏ। ଲୀଳାମୟ ଠାକୁରଙ୍କର ଏହା ଏକ ଅଲୌକିକ ଲୀଳା। ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଅବତାରୀ। ତେଣୁ ତାଙ୍କଠାରୁ ଶ୍ରୀକୃଷ୍ଣ ସୃଷ୍ଟି ହୋଇଥିଲେ। ସୋମବାର ଶ୍ରୀମନ୍ଦିରରେ ସନ୍ଧ୍ୟା ଆଳତି ପରେ ଜନ୍ମାଷ୍ଟମୀ ନୀତି ହେବ। ଏହି ନୀତି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
The post ଜନ୍ମାଷ୍ଟମୀ ନୀତି ସମୟରେ ବନ୍ଦ ରହିବ ଦର୍ଶନ appeared first on Dharitri Odia News.