ଜବତ ଜାହାଜର ୧୭ କର୍ମଚାରୀଙ୍କୁ ଭେଟିପାରିବେ ଭାରତୀୟ କର୍ତ୍ତୃପକ୍ଷ
ନୂଆଦିଲ୍ଲୀ,୧୬ା୪(ପି.ଟି.): ଇରାନ ସେନା କବ୍ଜା କରିଥିବା ଇସ୍ରାଏଲୀ ମାଲ୍ବାହୀ ଜାହାଜର ୧୭ କର୍ମଚାରୀଙ୍କୁ ଭାରତୀୟ କର୍ତ୍ତୃପକ୍ଷ ଭେଟିପାରିବେ। ଏଥିପାଇଁ ଇରାନ ଅନୁମତି ଦେବ ବୋଲି ଏହାର ବହିର୍ବ୍ୟାପାର ମନ୍ତ୍ରୀ ହୋସେନ୍ ଅମିର-ଅବଦୁଲ୍ଲାହିଆନ୍ କହିଛନ୍ତି। ପ୍ରତିପକ୍ଷ ଏସ୍. ଜୟଶଙ୍କରଙ୍କ ସହ ଟେଲିଫୋନ୍ କଥାବାର୍ତ୍ତା ବେଳେ ଅବଦୁଲ୍ଲାହିଆନ୍ ଉପରୋକ୍ତ ସୂଚନା ଦେଇଛନ୍ତି। କଣ୍ଟେନର ଜାହାଜରେ ଥିବା ଭାରତୀୟ କ୍ରିଉ ମେମ୍ବରମାନଙ୍କୁ ମୁକ୍ତ କରିଦେବା ପାଇଁ ଜୟଶଙ୍କର ଇରାନ ବହିର୍ବ୍ୟାପାର ମନ୍ତ୍ରୀଙ୍କୁ କହିଥିଲେ। ସୂଚନାଯୋଗ୍ୟ, ଇରାନର ଅର୍ଦ୍ଧସାମରିକ ରିଭଲ୍ୟୁଶନାରି ଗାର୍ଡ ଶନିବାର ଇସ୍ରାଏଲୀ […] The post ଜବତ ଜାହାଜର ୧୭ କର୍ମଚାରୀଙ୍କୁ ଭେଟିପାରିବେ ଭାରତୀୟ କର୍ତ୍ତୃପକ୍ଷ appeared first on Dharitri Odia News.
ନୂଆଦିଲ୍ଲୀ,୧୬ା୪(ପି.ଟି.): ଇରାନ ସେନା କବ୍ଜା କରିଥିବା ଇସ୍ରାଏଲୀ ମାଲ୍ବାହୀ ଜାହାଜର ୧୭ କର୍ମଚାରୀଙ୍କୁ ଭାରତୀୟ କର୍ତ୍ତୃପକ୍ଷ ଭେଟିପାରିବେ। ଏଥିପାଇଁ ଇରାନ ଅନୁମତି ଦେବ ବୋଲି ଏହାର ବହିର୍ବ୍ୟାପାର ମନ୍ତ୍ରୀ ହୋସେନ୍ ଅମିର-ଅବଦୁଲ୍ଲାହିଆନ୍ କହିଛନ୍ତି। ପ୍ରତିପକ୍ଷ ଏସ୍. ଜୟଶଙ୍କରଙ୍କ ସହ ଟେଲିଫୋନ୍ କଥାବାର୍ତ୍ତା ବେଳେ ଅବଦୁଲ୍ଲାହିଆନ୍ ଉପରୋକ୍ତ ସୂଚନା ଦେଇଛନ୍ତି। କଣ୍ଟେନର ଜାହାଜରେ ଥିବା ଭାରତୀୟ କ୍ରିଉ ମେମ୍ବରମାନଙ୍କୁ ମୁକ୍ତ କରିଦେବା ପାଇଁ ଜୟଶଙ୍କର ଇରାନ ବହିର୍ବ୍ୟାପାର ମନ୍ତ୍ରୀଙ୍କୁ କହିଥିଲେ। ସୂଚନାଯୋଗ୍ୟ, ଇରାନର ଅର୍ଦ୍ଧସାମରିକ ରିଭଲ୍ୟୁଶନାରି ଗାର୍ଡ ଶନିବାର ଇସ୍ରାଏଲୀ ସ୍ବୀକୃତିପ୍ରାପ୍ତ ମାଲ୍ବାହୀ ଜାହାଜକୁ ହୋରମୁଜ୍ ପ୍ରଣାଳୀରୁ ଜବତ କରିଥିଲା। ସୈନ୍ୟମାନେ ଏକ ହେଲିକପ୍ଟରରୁ ଉକ୍ତ ଜାହାଜ ଉପରେ ଖସିଥିଲେ। ଇରାନ ଉକ୍ତ ଅଞ୍ଚଳରେ ଉତ୍ତେଜନା ବଢ଼ାଉଥିବାବେଳେ ଜାହାଜ ଜବତ କରିବାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଇସ୍ରାଏଲୀ ସେନା ଚେତାବନୀ ଦେଇଥିଲା। ସେହିଦିନ ବିଳମ୍ବିତ ରାତିରେ ଇରାନ ଇସ୍ରାଏଲ୍ ଉପରେ ୩୦୦ ମିଶାଇଲ୍ ଓ ଡ୍ରୋନ୍ ମାଡ଼ କରିଥିବାବେଳେ ଇସ୍ରାଏଲୀ ଡିଫେନ୍ସ ସିଷ୍ଟମ ୯୯ ପ୍ରତିଶତ ମିଶାଇଲକୁ ପ୍ରତିହତ କରିଥିଲା।
The post ଜବତ ଜାହାଜର ୧୭ କର୍ମଚାରୀଙ୍କୁ ଭେଟିପାରିବେ ଭାରତୀୟ କର୍ତ୍ତୃପକ୍ଷ appeared first on Dharitri Odia News.