ଜବତ ହେଲା ଦୁଇଟି ଗୋରୁ ବୋଝେଇ ଟ୍ରକ। ଗୋଡ଼େଇ ଗୋଡ଼େଇ ଧରିଲା ପୋଲିସ୍
କନକ ବ୍ୟୁରୋ: ଜବତ ହେଲା ଦୁଇଟି ଗୋରୁ ବୋଝେଇ ଟ୍ରକ। ସୁବର୍ଣ୍ଣପୁର, ବିନିକା ପୋଲିସ ଦୁଇଟି ଗୋରୁ ବୋଝେଇ ଟ୍ରକକୁ ମହାନଦୀ ପୋଲ ନିକଟରେ କାବୁ କରିଛି। କଲେଜ ଛକ ଠାରେ ପାଟ୍ରୋଲିଂ କରୁଥିବା ସମୟରେ ରାମପୁର ପଟରୁ ଦ୍ରୁତ ଗତିରେ ଆସୁଥିବା ଦୁଇଟି ଟ୍ରକକୁ ଅଟକେଇବାକୁ ଚେଷ୍ଟା କରିଥିଲା ପୋଲିସ। ମାତ୍ର ଟ୍ରକ ଦ୍ବୟ ଦ୍ରୁତ ଗତିରେ ଫେରାର ହେବାକୁ ଚେଷ୍ଟା କରିଥିଲେ। ପରେ ଦୁଇଟି ଟ୍ରକ ଏକା ସାଙ୍ଗରେ ଦ୍ରୁତ ଗତିରେ ଯାଉଥିବା ପୋଲିସ ସନ୍ଦେହ କରି ପିଛା କରିଥିଲା। ମହାନଦୀ ପୋଲ ନିକଟରେ ପୋଲିସ ଟ୍ରକକୁ ଅଟକାଇବାରେ ସଫଳ ହୋଇଥିଲା। ତେବେ ଟ୍ରକରେ ବେଆଇନ ଭାବେ ଗୋରୁ ଚୋରା ଚାଲାଣ ହେଉଥିବା ଜଣାପଡିଛି। ଗୋଟିଏ ଟ୍ରକ ଡ୍ରାଇଭର ଘଟଣା ସ୍ଥଳରୁ ଫରାର ମାରିଥିବା ବେଳେ ଆଉ ଜଣକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ବିନିକା ପୋଲିସ। ୭୦ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ କାମଧେନୁ ଗୋ ସେବାଶ୍ରମକୁ ଦିଆଯାଇଛି। ଦୁଇଟି ଟ୍ରକରେ ଥିବା ବ୍ୟକ୍ତି ଫେରାଇ ମାରିଥିବା ବେଳେ ଜଣେ ଡ୍ରାଇଭରକୁ ପୋଲିସ ଗିରଫ କରିଛି।