ଜବରଦଖଲ ଉଚ୍ଛେଦ ପାଇଁ ତହସିଲଦାର ଙ୍କୁ ଦାବିପତ୍ର ଦେଲେ ସରପଞ୍ଚ।

କଳାହାଣ୍ଡି:୦୭/୦୬(ସନତ ପ୍ରଧାନୀ) କଳାହାଣ୍ଡି ଜିଲ୍ଲାକୋକସରା ବ୍ଲକ କୋକସରା ଗ୍ରାମ ପଞ୍ଚାୟତ ହେଉଛି ବ୍ଲକ ର ସଦର ପଞ୍ଚାୟତ ।୧୧ ଗୋଟି ୱାର୍ଡ଼ କୁ ନେଇ ପଞ୍ଚାୟତ ର ପରିସୀମା ରହିଥିବା ବେଳେ କୋକସରା ସହର ଦେଇ ଜାତୀୟ ରାଜପଥ ୨୬ ଯାଇଛି। କୋକସରା ଗ୍ରାମ ର କିଛି ଉଠା ଦୋକାନୀ,ବ୍ୟବସାୟୀ ଓ ସ୍ଥାନୀୟ ଲୋକମାନେ ରାସ୍ତା ର ଉଭୟ ପାର୍ଶ୍ଵରେ ଥିବା ଡ୍ରେନ କୁ ଜବରଦଖଲ କରି ନିଜର ବ୍ୟବସାୟିକ ପ୍ରତିଷ୍ଠାନ କରିଛନ୍ତି। କିଛି ସ୍ୱାର୍ଥପର ବ୍ୟକ୍ତି […] The post ଜବରଦଖଲ ଉଚ୍ଛେଦ ପାଇଁ ତହସିଲଦାର ଙ୍କୁ ଦାବିପତ୍ର ଦେଲେ ସରପଞ୍ଚ। appeared first on Odisha.News.

ଜବରଦଖଲ ଉଚ୍ଛେଦ ପାଇଁ ତହସିଲଦାର ଙ୍କୁ ଦାବିପତ୍ର ଦେଲେ ସରପଞ୍ଚ।

କଳାହାଣ୍ଡି:୦୭/୦୬(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲାକୋକସରା ବ୍ଲକ କୋକସରା ଗ୍ରାମ ପଞ୍ଚାୟତ ହେଉଛି ବ୍ଲକ ର ସଦର ପଞ୍ଚାୟତ ।୧୧ ଗୋଟି ୱାର୍ଡ଼ କୁ ନେଇ ପଞ୍ଚାୟତ ର ପରିସୀମା ରହିଥିବା ବେଳେ କୋକସରା ସହର ଦେଇ ଜାତୀୟ ରାଜପଥ ୨୬ ଯାଇଛି। କୋକସରା ଗ୍ରାମ ର କିଛି ଉଠା ଦୋକାନୀ,ବ୍ୟବସାୟୀ ଓ ସ୍ଥାନୀୟ ଲୋକମାନେ ରାସ୍ତା ର ଉଭୟ ପାର୍ଶ୍ଵରେ ଥିବା ଡ୍ରେନ କୁ ଜବରଦଖଲ କରି ନିଜର ବ୍ୟବସାୟିକ ପ୍ରତିଷ୍ଠାନ କରିଛନ୍ତି। କିଛି ସ୍ୱାର୍ଥପର ବ୍ୟକ୍ତି ଡ୍ରେନ ଉପରେ ଜବରଦଖଲ କରି ଭଡା ରେ ଦୋକାନ ଦେଇ ଥିବା ମଧ୍ୟ ଅଭିଯୋଗ ହୋଇଛି। ଡ୍ରେନ ରେ ଦୋକାନ ବଜାର ର ବର୍ଜ୍ୟବସ୍ତୁ ପଡି ପୋତିହେବା କାରଣରୁ ଅନେକ ସ୍ଥାନରେ ଡ୍ରେନ ଦେଇ ପାଣି ନିଷ୍କାସନ ହୋଇ ପାରୁନାହିଁ।ଅଳ୍ପ ବର୍ଷା ହେଲେ ଡ୍ରେନ ର ମଇଳା ଆବର୍ଜନା ପାଣି ରାସ୍ତା ଉପରେ ବୋହୁଛି ଓ ଅସ୍ୱାସ୍ଥକର ପରିବେଶ ସୃଷ୍ଟି ହେଉଛି। ସ୍ଥାନୀୟ ଗ୍ରାମ ପଞ୍ଚାୟତ ପକ୍ଷରୁ ଦୋକାନୀ ଙ୍କୁ ଅନେକ ସମୟରେ ଡ୍ରେନ ଉପରେ ଜବରଦଖଲ ଖାଲି କରିବାକୁ କହିବା ପରେ ମଧ୍ୟ ଦୋକାନୀ ମାନେ ପଞ୍ଚାୟତ ର ନିର୍ଦ୍ଦେଶ କୁ ଅବମାନନା କରୁଥିବା ବେଳେ କୋକସରା ପଞ୍ଚାୟତ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ଶୁକ୍ରବାର କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ ଙ୍କୁ ଭେଟି ଲିଖିତ ଭାବେ ଜବରଦଖଲ ଉଚ୍ଛେଦ କରିବାକୁ ଅଭିଯୋଗ କରିଛନ୍ତି। ଏନେଇ ତହସିଲଦାର ଙ୍କ ପ୍ରତିକ୍ରିୟା ନେବାରୁ ଜବର ଦଖଲ କାରୀ ଙ୍କୁ ନୋଟିସ କରାଯିବ ଓ ପରବର୍ତ୍ତୀ ସମୟରେ ଉଚ୍ଛେଦ ପ୍ରକ୍ରିୟା କରାଯିବ ବୋଳି କହିଛନ୍ତି।

The post ଜବରଦଖଲ ଉଚ୍ଛେଦ ପାଇଁ ତହସିଲଦାର ଙ୍କୁ ଦାବିପତ୍ର ଦେଲେ ସରପଞ୍ଚ। appeared first on Odisha.News.