ଜବରଦଖଲ ଜମି ଉପରେ ବୁଲିବ ବୁଲଡୋଜର; ହାଇକୋର୍ଟଙ୍କ ରହିତାଦେଶ ଉଠିବାକୁ ଅପେକ୍ଷା
କନକ ବ୍ୟୁରୋ : ବିଧାନସଭାରେ ଆଜି ବଡ଼ ବୟାନ ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୂରେଶ ପୂଜାରୀ । ରାଜସ୍ୱ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ଜବର ଦଖଲକାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି । ବଡ଼ କଥା ହେଉଛି ବେଆଇନ ଘରେ ବୁଲଡୋଜର ଚଲାଇବାରେ ୟୁପିର ଯୋଗୀ ଆଦିତ୍ୟନାଥ ସରକାର ଆଗରେ । କିନ୍ତୁ ନିକଟରେ ବୁଲଡୋଜର ଆକ୍ସନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ତେଣୁ ରାଜସ୍ୱ ମନ୍ତ୍ରୀଙ୍କ ଚେତାବନୀ ପରେ ଘେରିଛନ୍ତି ବିରୋଧୀ । ଜବରଦଖଲ ଜମିକୁ ନେଇ ଆକ୍ସନ ମୋଡରେ ମୋହନ ସରକାର । ଜବରଦଖଲକାରୀଙ୍କ ପାଖରେ ଥିବା ଜମିକୁ ଫେରାଇ ଆଣିବାକୁ ଫୁଲ ଦମରେ ଲାଗିଛନ୍ତି । ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ ୨ ମାସ ମଧ୍ୟରେ ୫୫ ହଜାର ୨୯୩ ଏକର ୩୦୭ ଡିସିମିଲି ଜମି ଜବରଦଖଲକାରୀଙ୍କ ଠାରୁ ଉଚ୍ଛେଦ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୫୩ ହଜାର ୪୮୦ ଏକର ୫୨୫ ଡିସିମିଲି ଜମି ଜବରଦଖଲରେ ରହିଛି । ଏହି ଜମିଗୁଡ଼ିକୁ ଜବରଦଖଲ ମୁକ୍ତ କରିବା ପାଇଁ ପ୍ରଶାସନିକ ସ୍ତରରେ ପଦକ୍ଷେପ ନିଆଯାଉଛି । ପ୍ରିଭେନସନ ଅଫ ଲ୍ୟାଣ୍ଡ ଏନକ୍ରୋଚମେଣ୍ଟ ଆକ୍ଟ ୧୯୭୨ ଓ ୧୯୮୫ ଅନୁଯାୟୀ ହେବ କାର୍ଯ୍ୟାନୁଷ୍ଠାନ ।

କନକ ବ୍ୟୁରୋ : ବିଧାନସଭାରେ ଆଜି ବଡ଼ ବୟାନ ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୂରେଶ ପୂଜାରୀ । ରାଜସ୍ୱ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ଜବର ଦଖଲକାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି । ବଡ଼ କଥା ହେଉଛି ବେଆଇନ ଘରେ ବୁଲଡୋଜର ଚଲାଇବାରେ ୟୁପିର ଯୋଗୀ ଆଦିତ୍ୟନାଥ ସରକାର ଆଗରେ । କିନ୍ତୁ ନିକଟରେ ବୁଲଡୋଜର ଆକ୍ସନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ତେଣୁ ରାଜସ୍ୱ ମନ୍ତ୍ରୀଙ୍କ ଚେତାବନୀ ପରେ ଘେରିଛନ୍ତି ବିରୋଧୀ ।
ଜବରଦଖଲ ଜମିକୁ ନେଇ ଆକ୍ସନ ମୋଡରେ ମୋହନ ସରକାର । ଜବରଦଖଲକାରୀଙ୍କ ପାଖରେ ଥିବା ଜମିକୁ ଫେରାଇ ଆଣିବାକୁ ଫୁଲ ଦମରେ ଲାଗିଛନ୍ତି । ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ ୨ ମାସ ମଧ୍ୟରେ ୫୫ ହଜାର ୨୯୩ ଏକର ୩୦୭ ଡିସିମିଲି ଜମି ଜବରଦଖଲକାରୀଙ୍କ ଠାରୁ ଉଚ୍ଛେଦ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୫୩ ହଜାର ୪୮୦ ଏକର ୫୨୫ ଡିସିମିଲି ଜମି ଜବରଦଖଲରେ ରହିଛି । ଏହି ଜମିଗୁଡ଼ିକୁ ଜବରଦଖଲ ମୁକ୍ତ କରିବା ପାଇଁ ପ୍ରଶାସନିକ ସ୍ତରରେ ପଦକ୍ଷେପ ନିଆଯାଉଛି । ପ୍ରିଭେନସନ ଅଫ ଲ୍ୟାଣ୍ଡ ଏନକ୍ରୋଚମେଣ୍ଟ ଆକ୍ଟ ୧୯୭୨ ଓ ୧୯୮୫ ଅନୁଯାୟୀ ହେବ କାର୍ଯ୍ୟାନୁଷ୍ଠାନ ।