ଜମନକିରା ପଂଚାୟତ ହାଇସ୍କୁଲରେ ବ୍ଲକ ସ୍ତରୀୟ ଫୋକ୍ ଡ୍ୟାନସ ପ୍ରତିଯୋଗିତା
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଜମନକିରା ପଂଚାୟତ ହାଇସ୍କୁଲରେ ଆଜି ବ୍ଲକ ସ୍ତରୀୟ ୭ଟି ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ଏକ ଫୋକ ଡ୍ୟାନସ୍ ପ୍ରତିଯୋଗିତା ଆୟୋଜିତ ହୋଇ ଯାଇଛି। ଏଇ ପ୍ରତିଯୋଗିତାରେ ଟିକିଲିପଡା ହାଇସ୍କୁଲର ଛାତ୍ରୀ ମାନେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଜମନକିରା ପଂଚାୟତ ହାଇସ୍କୁଲ ଦ୍ୱିତୀୟ ଏବଂ ଷଣ୍ଢପଥର ଏସଏସଡି ହାଇସ୍କୁଲ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଆଗାମୀ ଦିନରେ ଜିଲ୍ଲା ସ୍ତରୀୟ ଫୋକ୍ ଡାନ୍ସ ପ୍ରତିଯୋଗିତାରେ ପ୍ରଥମ […] The post ଜମନକିରା ପଂଚାୟତ ହାଇସ୍କୁଲରେ ବ୍ଲକ ସ୍ତରୀୟ ଫୋକ୍ ଡ୍ୟାନସ ପ୍ରତିଯୋଗିତା appeared first on Odisha.News.

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଜମନକିରା ପଂଚାୟତ ହାଇସ୍କୁଲରେ ଆଜି ବ୍ଲକ ସ୍ତରୀୟ ୭ଟି ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ଏକ ଫୋକ ଡ୍ୟାନସ୍ ପ୍ରତିଯୋଗିତା ଆୟୋଜିତ ହୋଇ ଯାଇଛି। ଏଇ ପ୍ରତିଯୋଗିତାରେ ଟିକିଲିପଡା ହାଇସ୍କୁଲର ଛାତ୍ରୀ ମାନେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଜମନକିରା ପଂଚାୟତ ହାଇସ୍କୁଲ ଦ୍ୱିତୀୟ ଏବଂ ଷଣ୍ଢପଥର ଏସଏସଡି ହାଇସ୍କୁଲ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଆଗାମୀ ଦିନରେ ଜିଲ୍ଲା ସ୍ତରୀୟ ଫୋକ୍ ଡାନ୍ସ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ଟିକିଲିପଡ଼ା ବାଳିକା ହାଇସ୍କୁଲର ଛାତ୍ରୀ ମାନେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି। ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଏବିଇଓ ସୁଶ୍ରୀ ଦେବକୀ ନାଏକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ବେହେରା, ଷଣ୍ଢ ପଥର ଏସଏସଡି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତ ଯୋଗ ଦେଇଥିଲେ। ବିଚାରକ ଭାବେ ମଳୟ ବେହେରା, ଲକ୍ଷାପତି ନନ୍ଦ ଏବଂ ପଞ୍ଚାନନ ମହାନନ୍ଦିଆ ଚୟନ କରିଥିଲେ। ସହକାରୀ ଶିକ୍ଷୟିତ୍ରୀ ରଞ୍ଜିତା ମାଝୀ, ଲଜିତା ଧଳ, ମନ୍ଦାକିନୀ ପତି ପ୍ରମୁଖଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ।
The post ଜମନକିରା ପଂଚାୟତ ହାଇସ୍କୁଲରେ ବ୍ଲକ ସ୍ତରୀୟ ଫୋକ୍ ଡ୍ୟାନସ ପ୍ରତିଯୋଗିତା appeared first on Odisha.News.