ଜମନକିରା ବ୍ଲକରେ ଭୀମ ଭୋଇ ସାମର୍ଥ୍ୟ ଶିବିର ଅଭିଯାନ ଅନୁଷ୍ଠିତ, ୫୩୮ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା
ଜମନକିରା : ଜମନକିରା ବ୍ଲକ ପରିସରରେ ଆଜି ବୁଧବାର ଦିନ ଭୀମ ଭୋଇ ସାମର୍ଥ୍ୟ ଶିବିର ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ ୫୩୮ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ସେଥି ମଧ୍ୟରୁ ମାନସିକ ଅନଗ୍ରସର ୧୦୭, ଦୃଷ୍ଟି ବାଧିତା ୩୩, ଶ୍ରବଣ ବାଧୀତା ୫୮, ରକ୍ତ ଶିକୁଳି ୬ ଏବଂ ଅସ୍ଥି ବିଶେଷ ୩୩୪ ଜଣଙ୍କ ପରୀକ୍ଷା କରାଯାଇଥିଲା। ଏଥିରେ ଡା: ଜି. ଡି. ପଣ୍ଡା, ଇଏନଟି, ଡ଼ା: ଲଳିତ ପ୍ରଧାନ, ମେଡ଼ିସିନ୍ , […] The post ଜମନକିରା ବ୍ଲକରେ ଭୀମ ଭୋଇ ସାମର୍ଥ୍ୟ ଶିବିର ଅଭିଯାନ ଅନୁଷ୍ଠିତ, ୫୩୮ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା appeared first on Odisha.News.

ଜମନକିରା : ଜମନକିରା ବ୍ଲକ ପରିସରରେ ଆଜି ବୁଧବାର ଦିନ ଭୀମ ଭୋଇ ସାମର୍ଥ୍ୟ ଶିବିର ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ ୫୩୮ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ସେଥି ମଧ୍ୟରୁ ମାନସିକ ଅନଗ୍ରସର ୧୦୭, ଦୃଷ୍ଟି ବାଧିତା ୩୩, ଶ୍ରବଣ ବାଧୀତା ୫୮, ରକ୍ତ ଶିକୁଳି ୬ ଏବଂ ଅସ୍ଥି ବିଶେଷ ୩୩୪ ଜଣଙ୍କ ପରୀକ୍ଷା କରାଯାଇଥିଲା। ଏଥିରେ ଡା: ଜି. ଡି. ପଣ୍ଡା, ଇଏନଟି, ଡ଼ା: ଲଳିତ ପ୍ରଧାନ, ମେଡ଼ିସିନ୍ , ଡ଼ା: କଲ୍ୟାଣୀ ପାତ୍ର, ଚକ୍ଷୁ ବିଶେଷଜ୍ଞ, ଓମ୍ ପ୍ରକାଶ ସିଂ,ଶୃତି ବିଶେଷଜ୍ଞ, ସଚ୍ଚିଦାନନ୍ଦ ଖୁଣ୍ଟିଆ, ସୁଲତା ପତି ଏବଂ ଭବାନୀ ମୁଦୁଲି ପ୍ରମୁଖ ବିଶେଷଜ୍ଞ ଉପସ୍ଥିତ ରହି ପରୀକ୍ଷା କରିଥିଲେ। ଏଥିରେ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ ଉପସ୍ଥିତ ଥିବା ବେଳେ କାର୍ଯ୍ୟକ୍ରମ କୁ ବିଏସଏସଓ ରଞ୍ଜିତ କୁମାର ସାହୁ ପରିଚାଳନା କରିଥିଲେ। ଅଜିତ କୁମାର ସାହୁ ଶିବିର କୁ ସଂଚାଳନ କରିଥିଲେ।
The post ଜମନକିରା ବ୍ଲକରେ ଭୀମ ଭୋଇ ସାମର୍ଥ୍ୟ ଶିବିର ଅଭିଯାନ ଅନୁଷ୍ଠିତ, ୫୩୮ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା appeared first on Odisha.News.