ଜମନକିରା ସଦର ମୁଖ୍ୟ ରାସ୍ତାରେ ପାଣି ଜମି ଯାତାୟାତ ବାଧାପ୍ରାପ୍ତ

ଜମନକିରା : ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ଜାତୀୟ ରାଜପଥ ୫୩ ମୁଖ୍ୟ ଛକ ଠାରୁ ଜଗନ୍ନାଥ ପଡ଼ା କୁ ଯାଉଥିବା ରାସ୍ତାରେ ପାଣି ଜମି ଯାତାୟାତ ବାଧାପ୍ରାପ୍ତ ହେଉଛି। ଏହି ସମସ୍ୟା ଯୋଗୁଁ ଛୋଟ ମୋଟ ଦୁର୍ଘଟଣା ମଧ୍ୟ ହେଉଥିବା ଅଭିଯୋଗ ହେଉଛି। ସୂଚନା ଯୋଗ୍ୟ ଯେ, ଜମନକିରା ସଦର ମହକୁମା ପୁରୁଣା ଥାନା ଜାତୀୟ ରାଜପଥ ୫୩ ଠାରୁ ଜଗନ୍ନାଥ ପଡ଼ା କୁ ଏକ ମୁଖ୍ୟ ରାସ୍ତା ରହିଛି। ଉକ୍ତ ରାସ୍ତା ଉପରେ […] The post ଜମନକିରା ସଦର ମୁଖ୍ୟ ରାସ୍ତାରେ ପାଣି ଜମି ଯାତାୟାତ ବାଧାପ୍ରାପ୍ତ appeared first on Odisha.News.

ଜମନକିରା ସଦର ମୁଖ୍ୟ ରାସ୍ତାରେ ପାଣି ଜମି ଯାତାୟାତ ବାଧାପ୍ରାପ୍ତ

ଜମନକିରା : ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ଜାତୀୟ ରାଜପଥ ୫୩ ମୁଖ୍ୟ ଛକ ଠାରୁ ଜଗନ୍ନାଥ ପଡ଼ା କୁ ଯାଉଥିବା ରାସ୍ତାରେ ପାଣି ଜମି ଯାତାୟାତ ବାଧାପ୍ରାପ୍ତ ହେଉଛି। ଏହି ସମସ୍ୟା ଯୋଗୁଁ ଛୋଟ ମୋଟ ଦୁର୍ଘଟଣା ମଧ୍ୟ ହେଉଥିବା ଅଭିଯୋଗ ହେଉଛି।
ସୂଚନା ଯୋଗ୍ୟ ଯେ, ଜମନକିରା ସଦର ମହକୁମା ପୁରୁଣା ଥାନା ଜାତୀୟ ରାଜପଥ ୫୩ ଠାରୁ ଜଗନ୍ନାଥ ପଡ଼ା କୁ ଏକ ମୁଖ୍ୟ ରାସ୍ତା ରହିଛି। ଉକ୍ତ ରାସ୍ତା ଉପରେ ପ୍ରତ୍ୟହ ୫ ରୁ ୬ ଶହ ଲୋକ ଯାତାୟାତ କରିଥାନ୍ତି। ଏହି ରାସ୍ତାଟି ଜମନକିରା ପଞ୍ଚାୟତ ଅଧିନରେ ରହିଥିବା ବେଳେ ବହୁ ବର୍ଷ ହେବ ଏହା କଂକ୍ରିଟ ରାସ୍ତା କରାଯାଇଥିଲା। ତେବେ ଦିନ ଦିନ ହେବ ପଞ୍ଚାୟତ ପକ୍ଷରୁ ରକ୍ଷଣା ବେକ୍ଷଣ କରାଯାଉ ନଥିବାରୁ ମାଟି ବାଲି ରାସ୍ତା ଉପରେ ଜମି ରହିଛି। ରାସ୍ତା କଡ଼ରେ ନାଳ ରହିଥିବା ବେଳେ ଉକ୍ତ ନାଳ ମଧ୍ୟ ଠିକ୍ ରେ ସଫା ହୋଇ ନଥିବାରୁ ଜାମ ହୋଇ ରହିଛି। ଜଗନ୍ନାଥ ପଡ଼ା ଲୋକଙ୍କ ଏହା ମୁଖ୍ୟ ରାସ୍ତା ଥିବା ବେଳେ ଏବେ ଅଳ୍ପ ବର୍ଷା ପାଣିରେ ରାସ୍ତା ଉପରେ ପାଣି ଜମି ରହି ଥିବାରୁ କାଦୁଅ ହୋଇ ରାସ୍ତା ଟି ପଚ୍ ପଚ୍ ହେଇ ଯାଉଛି। ଛାତ୍ରୀ ଛାତ୍ର ମାନେ ସ୍କୁଲ କୁ ଯାଉଥିବା ବେଳେ କାଦୁଅ ପାଣି ମାଡ଼ି ସ୍କୁଲ କୁ ଯିବାକୁ ପଡୁଛି। ମଝିରେ ମଝିରେ ବାଇକ, ସ୍କୁଟି ଏବଂ ସାଇକେଲ ରେ ଯାଉଥିବା ଲୋକ ଦୁର୍ଘଟଣାର ଶିକାର ହେଉଛନ୍ତି। ଏଭଳି ସମସ୍ୟା ଗ୍ରାମ ପଞ୍ଚାୟତର ଅନେକ ସ୍ଥାନରେ ଥିବା ବେଳେ ସରପଞ୍ଚ ଏବଂ ପଞ୍ଚାୟତ ଅଧିକାରୀ ମାନେ ସମ୍ପୂର୍ଣ ଅଣଦେଖା କରୁଛନ୍ତି। ମୁଖ୍ୟ ବନ୍ଧ, ପୋଖରୀ ଓ କଟା ର ଅବସ୍ଥା ମଧ୍ୟ ଅନୁରୂପ ଭାବେ ସମସ୍ୟା ଦେଖାଯାଇଛି। ଲୋକେ ବାରମ୍ବାର ଅଭିଯୋଗ କରୁଥିଲେ ସୁଦ୍ଧା ପଞ୍ଚାୟତ ପକ୍ଷରୁ କୌଣସି ସମସ୍ୟାର ସମାଧାନ କରାଯାଉ ନଥିବା ନେଇ ଲୋକେ ବିଡ଼ିଓ ଙ୍କ ପାଖରେ ଅଭିଯୋଗ କରିଛନ୍ତି। ତେବେ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ ରାସ୍ତା ଠିକ କରିବା ପାଇଁ କହିଥିବା କଥା କହିଥିଲେ।
ଏସଂକ୍ରାନ୍ତରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସୂର୍ଯ୍ୟ କୁମାର ପଣ୍ଡାଙ୍କୁ ଯୋଗାଯୋଗ କରି ପଚାରିବାରୁ ଶୀଘ୍ର ମରାମତି କରିବେ ବୋଲି କହିଥିଲେ।

The post ଜମନକିରା ସଦର ମୁଖ୍ୟ ରାସ୍ତାରେ ପାଣି ଜମି ଯାତାୟାତ ବାଧାପ୍ରାପ୍ତ appeared first on Odisha.News.