ଜମି ଦୁର୍ନୀତି ମାମଲାରେ ଗିରଫ ହେଲେ ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌

ନୂଆଦିଲ୍ଲୀ: ଜମି ଦୁର୍ନୀତି ମାମଲା ନେଇ ଗିରଫ ହେଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଏନେଇ ଇଡି ତାଙ୍କୁ ପଚରାଉଚରା କରିବା ପରେ ସୋରେନ୍ ରାଜଭବନ ଯାଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲା। ଇସ୍ତଫା ଦେବା ପରେ ତାଙ୍କୁ ଗିରଫ କରାଯାଇଛି। ସୋରେନ ଇସ୍ତଫା ଦେବା ପରେ ଚମ୍ପାଇ ସୋରେନ୍‌ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ବୋଲି ସୂଚନା ମିଳିଛି। ଜମି ଦୁର୍ନୀତି ମାମଲାରେ ବୁଧବାର ଇଡି ତାଙ୍କୁ ଦୀର୍ଘ ୭ ଘଣ୍ଟା ଧରି ପଚରାଉଚରା କରିଥିଲା। ଏହାପରେ ସୋରେନ୍ ରାଜଭବନ ଯାଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲା। ରାଜ୍ୟପାଳ ସିପି ରାଧା କୃଷ୍ଣନ ତାଙ୍କ ଇସ୍ତଫା ସ୍ୱୀକାର କରିଛନ୍ତି। ହେମନ୍ତ ସୋରେନ ଇସ୍ତଫା ଦେବାକୁ ରାଜଭବନ ଯାଇଥିବା ବେଳେ ତାଙ୍କ ସାଙ୍ଗରେ ଇଡି ଅଫିସରମାନେ ରହିଥିଲେ। ଇସ୍ତଫା ଦେବା ପରେ ହେମନ୍ତଙ୍କୁ ଇଡି କଷ୍ଟୁଡିରେ ରଖାଯାଇଥିଲା। ଜମି ଦୁର୍ନୀତି ମାମଲାରେ ଇଡି ବୁଧବାର ଅପରାହ୍ନରେ ହେମନ୍ତ ସୋରେନ୍‌ଙ୍କ ବାସଭବନରେ ପହଞ୍ଚିଥିଲା। ଜମି ମାଫିଆଙ୍କ ଦ୍ୱାରା ବେଆଇନ ଭାବେ ଜମିର ମାଲିକାନା ବଦଳାଇବା ଅଭିଯୋଗରେ ଏକ ବଡ଼ ରାକେଟ୍‌ ସମ୍ପର୍କରେ ପଚରାଉଚରା କରିଥିଲା। ଦୀର୍ଘ ୭ ଘଣ୍ଟା କାଳ ପଚରାଉଚରା ପରେ ସୋରେନ ଇସ୍ତଫା ଦେଇଥିଲେ।   ସୋରେନ ଇସ୍ତଫା ଦେବା ପରେ ଚମ୍ପାଇ ସୋରେନ୍‌ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ। ଏନେଇ ଝାଡ଼ଖଣ୍ଡ ମନ୍ତ୍ରୀ ବାନ୍ନା ଗୁପ୍ତା ସୂଚନା ଦେଇଛନ୍ତି। ଶ୍ରୀ ଗୁ

ଜମି ଦୁର୍ନୀତି ମାମଲାରେ ଗିରଫ ହେଲେ ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌

hemant-soren

ନୂଆଦିଲ୍ଲୀ: ଜମି ଦୁର୍ନୀତି ମାମଲା ନେଇ ଗିରଫ ହେଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଏନେଇ ଇଡି ତାଙ୍କୁ ପଚରାଉଚରା କରିବା ପରେ ସୋରେନ୍ ରାଜଭବନ ଯାଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲା। ଇସ୍ତଫା ଦେବା ପରେ ତାଙ୍କୁ ଗିରଫ କରାଯାଇଛି। ସୋରେନ ଇସ୍ତଫା ଦେବା ପରେ ଚମ୍ପାଇ ସୋରେନ୍‌ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ବୋଲି ସୂଚନା ମିଳିଛି।

ଜମି ଦୁର୍ନୀତି ମାମଲାରେ ବୁଧବାର ଇଡି ତାଙ୍କୁ ଦୀର୍ଘ ୭ ଘଣ୍ଟା ଧରି ପଚରାଉଚରା କରିଥିଲା। ଏହାପରେ ସୋରେନ୍ ରାଜଭବନ ଯାଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲା। ରାଜ୍ୟପାଳ ସିପି ରାଧା କୃଷ୍ଣନ ତାଙ୍କ ଇସ୍ତଫା ସ୍ୱୀକାର କରିଛନ୍ତି। ହେମନ୍ତ ସୋରେନ ଇସ୍ତଫା ଦେବାକୁ ରାଜଭବନ ଯାଇଥିବା ବେଳେ ତାଙ୍କ ସାଙ୍ଗରେ ଇଡି ଅଫିସରମାନେ ରହିଥିଲେ। ଇସ୍ତଫା ଦେବା ପରେ ହେମନ୍ତଙ୍କୁ ଇଡି କଷ୍ଟୁଡିରେ ରଖାଯାଇଥିଲା।

ଜମି ଦୁର୍ନୀତି ମାମଲାରେ ଇଡି ବୁଧବାର ଅପରାହ୍ନରେ ହେମନ୍ତ ସୋରେନ୍‌ଙ୍କ ବାସଭବନରେ ପହଞ୍ଚିଥିଲା। ଜମି ମାଫିଆଙ୍କ ଦ୍ୱାରା ବେଆଇନ ଭାବେ ଜମିର ମାଲିକାନା ବଦଳାଇବା ଅଭିଯୋଗରେ ଏକ ବଡ଼ ରାକେଟ୍‌ ସମ୍ପର୍କରେ ପଚରାଉଚରା କରିଥିଲା। ଦୀର୍ଘ ୭ ଘଣ୍ଟା କାଳ ପଚରାଉଚରା ପରେ ସୋରେନ ଇସ୍ତଫା ଦେଇଥିଲେ।  

ସୋରେନ ଇସ୍ତଫା ଦେବା ପରେ ଚମ୍ପାଇ ସୋରେନ୍‌ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ। ଏନେଇ ଝାଡ଼ଖଣ୍ଡ ମନ୍ତ୍ରୀ ବାନ୍ନା ଗୁପ୍ତା ସୂଚନା ଦେଇଛନ୍ତି। ଶ୍ରୀ ଗୁପ୍ତା କହିଛନ୍ତି “ଆମେ ଚମ୍ପାଇ ସୋରେନ୍‌ଙ୍କୁ ବିଧାୟକ ଦଳର ନେତା ଚୟନ କରିଛୁ। ଆମେ ରାଜଭବନ ଆସି ରାଜ୍ୟପାଳଙ୍କୁ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରିବାକୁ ଅନୁରୋଧ କରିଛୁ।”

The post ଜମି ଦୁର୍ନୀତି ମାମଲାରେ ଗିରଫ ହେଲେ ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ appeared first on Prameya News7.