ଜମି ବିବାଦ ପାଇଁ ଯାଇଛି ଧୁବଳଙ୍କ ଜୀବନ, ହତ୍ୟାକାରୀଙ୍କୁ ବାନ୍ଧିଲା ପୋଲିସ
କଣ୍ଟାବାଞ୍ଜି ୦୬।୦୩ : ମାଟି ତଳୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ଘଟଣା । ସାମ୍ନାକୁ ଆସିଲା ସତ । ଜମି ବିବାଦ ପାଇଁ ହତ୍ୟା କରାଯାଇଥିବା ସୂଚନା ଦେଇଛି କଣ୍ଟାବାଞ୍ଜି ପୋଲିସ । ଘଟଣାରେ ସଂପୃକ୍ତ ହତ୍ୟାକାରୀ ପରମେଶ୍ୱର ମହାକୁଡ଼କୁ ଗିରଫ କରିଥିବା ପ୍ରେସ୍ମିଟ୍ ଜରିଆରେ ସୂଚନା ଦେଇଛନ୍ତି କଣ୍ଟାବାଞ୍ଜି ଏସ୍ଡିପିଓ ଗୌରାଙ୍ଗ ଚରଣ ସାହୁ । {"id":917672,"sizeSlug":"full","linkDestination":"none"} ଖବର ଅନୁଯାୟୀ, ଗତ ୨୧ ଫେବୃୟାରୀ ଅପରାହ୍ନ ୩ଟା ସମୟରୁ ଧୁବଳ ରଣା ଘରୁ କେଉଁ ଆଡେ ଚାଲିଯାଇଥିଲେ । ତେବେ ଏହାକୁ ନେଇ ପରିବାର ପକ୍ଷରୁ ଖୋଜାଖୋଜି କରିବା ପରେ ମଧ୍ୟ ନପାଇ କଣ୍ଟାବାଞ୍ଜି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ତେବେ କିଛି ଦିନ ଗଲା ପରେ ପରିବାର ବର୍ଗ ଧୁବଳଙ୍କ କାଠ କଟା ଟାଙ୍ଗିଆ ଓ ବ୍ୟବହାର କରୁଥିବା ଚପଲ ଏକ ସ୍ଥାନରୁ ଦେଖିବାକୁ ପାଇଥିଲେ । {"id":917673,"sizeSlug":"full","linkDestination":"none"} ଏହା ପରେ ପୁଣି ପରିବାର ବର୍ଗ ଏହା ଏକ ହତ୍ୟା ହୋଇଛି ବୋଲି ଆଉ ଏକ ମାମଲା ରୁଜୁ କରାଇଥିଲେ । ପୁଲିସ ଏହାକୁ ଗୁରୁତ୍ୱ ଦେଇ ୩ଟି ଟିମ୍ ତିଆରି କରି ଏହାକୁ ତଦନ୍ତ କରିଥିଲା । ଏହା ପରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଏହାର ତଦନ୍ତ ଆରମ୍ଭ କରିଥିଲେ । ପରେ ପରମେଶ୍ୱର ମଧ୍ୟ ଏହି ଘଟଣାରେ ସଂପୃକ୍ତି ଥିବା କହିଥିଲା ଓ ହତ୍ୟା ମୁଁ ନିଜେ କ
କଣ୍ଟାବାଞ୍ଜି ୦୬।୦୩ : ମାଟି ତଳୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ଘଟଣା । ସାମ୍ନାକୁ ଆସିଲା ସତ । ଜମି ବିବାଦ ପାଇଁ ହତ୍ୟା କରାଯାଇଥିବା ସୂଚନା ଦେଇଛି କଣ୍ଟାବାଞ୍ଜି ପୋଲିସ । ଘଟଣାରେ ସଂପୃକ୍ତ ହତ୍ୟାକାରୀ ପରମେଶ୍ୱର ମହାକୁଡ଼କୁ ଗିରଫ କରିଥିବା ପ୍ରେସ୍ମିଟ୍ ଜରିଆରେ ସୂଚନା ଦେଇଛନ୍ତି କଣ୍ଟାବାଞ୍ଜି ଏସ୍ଡିପିଓ ଗୌରାଙ୍ଗ ଚରଣ ସାହୁ ।

ଖବର ଅନୁଯାୟୀ, ଗତ ୨୧ ଫେବୃୟାରୀ ଅପରାହ୍ନ ୩ଟା ସମୟରୁ ଧୁବଳ ରଣା ଘରୁ କେଉଁ ଆଡେ ଚାଲିଯାଇଥିଲେ । ତେବେ ଏହାକୁ ନେଇ ପରିବାର ପକ୍ଷରୁ ଖୋଜାଖୋଜି କରିବା ପରେ ମଧ୍ୟ ନପାଇ କଣ୍ଟାବାଞ୍ଜି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ତେବେ କିଛି ଦିନ ଗଲା ପରେ ପରିବାର ବର୍ଗ ଧୁବଳଙ୍କ କାଠ କଟା ଟାଙ୍ଗିଆ ଓ ବ୍ୟବହାର କରୁଥିବା ଚପଲ ଏକ ସ୍ଥାନରୁ ଦେଖିବାକୁ ପାଇଥିଲେ ।
{"id":917673,"sizeSlug":"full","linkDestination":"none"}

ଏହା ପରେ ପୁଣି ପରିବାର ବର୍ଗ ଏହା ଏକ ହତ୍ୟା ହୋଇଛି ବୋଲି ଆଉ ଏକ ମାମଲା ରୁଜୁ କରାଇଥିଲେ । ପୁଲିସ ଏହାକୁ ଗୁରୁତ୍ୱ ଦେଇ ୩ଟି ଟିମ୍ ତିଆରି କରି ଏହାକୁ ତଦନ୍ତ କରିଥିଲା । ଏହା ପରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଏହାର ତଦନ୍ତ ଆରମ୍ଭ କରିଥିଲେ । ପରେ ପରମେଶ୍ୱର ମଧ୍ୟ ଏହି ଘଟଣାରେ ସଂପୃକ୍ତି ଥିବା କହିଥିଲା ଓ ହତ୍ୟା ମୁଁ ନିଜେ କରି ମାଟି ତଳେ ପୋତି ଦେଇଛି ବୋଲି କହିଥିଲା ।
wp:embed {"url":"https://www.prameyanews7.com/shah-rukh-khan-comment-on-rrr-actor-ram-chahran-video-viral/","type":"wp-embed","providerNameSlug":"prameya-news-7"}