ଜମି ବିବାଦକୁ କେନ୍ଦ୍ର କରି ମାମୁଁ ଭଣଜା ମଧ୍ୟରେ ମାରପିଟ : ଦୁଇ ପରିବାରର ୭ ଜଣ ଆହତ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଏକ ଜମି ବିବାଦକୁ କେନ୍ଦ୍ର କରି ମାମୁଁ ଭଣଜା ଙ୍କ ମଧ୍ୟରେ ମାରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡ଼ିଛି । ଏହି ଗୋଷ୍ଠୀ ସଙ୍ଘର୍ଷରେ ୭ ଜଣ ଗୁରୁତର ଆହାତ ହୋଇଥିବା ବେଳେ ସମସ୍ତଙ୍କୁ ପ୍ରଥମେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ସମ୍ପର୍କୀୟ ଲୋକେ । ପ୍ରାଥମିକ ଚିକିତ୍ସା ପରେ ଦୁଇଜଣ ଗୁରୁତରଙ୍କୁ ରବିବାର ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ବାଲିଗୁଡ଼ା ମସଜିଦ ନିକଟସ୍ଥ […] The post ଜମି ବିବାଦକୁ କେନ୍ଦ୍ର କରି ମାମୁଁ ଭଣଜା ମଧ୍ୟରେ ମାରପିଟ : ଦୁଇ ପରିବାରର ୭ ଜଣ ଆହତ appeared first on Odisha.News.

ଜମି ବିବାଦକୁ କେନ୍ଦ୍ର କରି ମାମୁଁ ଭଣଜା ମଧ୍ୟରେ ମାରପିଟ : ଦୁଇ ପରିବାରର ୭ ଜଣ ଆହତ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଏକ ଜମି ବିବାଦକୁ କେନ୍ଦ୍ର କରି ମାମୁଁ ଭଣଜା ଙ୍କ ମଧ୍ୟରେ ମାରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡ଼ିଛି । ଏହି ଗୋଷ୍ଠୀ ସଙ୍ଘର୍ଷରେ ୭ ଜଣ ଗୁରୁତର ଆହାତ ହୋଇଥିବା ବେଳେ ସମସ୍ତଙ୍କୁ ପ୍ରଥମେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ସମ୍ପର୍କୀୟ ଲୋକେ । ପ୍ରାଥମିକ ଚିକିତ୍ସା ପରେ ଦୁଇଜଣ ଗୁରୁତରଙ୍କୁ ରବିବାର ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ବାଲିଗୁଡ଼ା ମସଜିଦ ନିକଟସ୍ଥ ଆଣ୍ଟସାହି ରେ ରହୁଥିବା ଏମ.ଡି. ଅସରଫ୍ ଓ ଆଲ୍ଲା ଉଦ୍ଦିନଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନରୁ ଜାଗାବାଡ଼ିକୁ ନେଇ କଳହ ଲାଗି ରହିଥିଲା । ଉଭୟେ ସମ୍ପର୍କରେ ମାମୁଁ ଭଣଜା ହୋଇଥିବା ଜଣାପଡ଼ିଛି । ଦୀର୍ଘ ଦିନରୁ ଲାଗି ରହିଥିବା କଳହ ଶନିବାର ବିଳମ୍ବିତ ରାତ୍ରରେ ଉଗ୍ର ରୂପ ନେଇଥିବା ବେଳେ ଅସରଫ୍ ଓ ଆଲ୍ଲାଉଦ୍ଦିନ୍ ଙ୍କ ପରିବାର ମଧ୍ୟରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏଣେ ମାମୁଙ୍କ ପକ୍ଷରୁ ପ୍ରତି ଆକ୍ରମଣରେ ମଧ୍ୟ ଭଣଜା ସମେତ ମାମୁର ଦୁଇ ପୁଅ ଓ ଭଣଜାର ସ୍ତ୍ରୀ ଓ ପିଲାଙ୍କ ସମେତ ୭ଜଣ ମଧ୍ୟ ଆକ୍ରମଣ ଶିକାର ହୋଇଛନ୍ତି। ତେବେ ଦୁଇ ପରିବାର ପକ୍ଷରୁ ବାଲିଗୁଡ଼ା ଥାନା ରେ ଏତଲା ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଅବ୍ୟାହତ ରଖିଥିବା ବିଷୟ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି ।

The post ଜମି ବିବାଦକୁ କେନ୍ଦ୍ର କରି ମାମୁଁ ଭଣଜା ମଧ୍ୟରେ ମାରପିଟ : ଦୁଇ ପରିବାରର ୭ ଜଣ ଆହତ appeared first on Odisha.News.