ଜମି ବିବାଦରୁ ଚାଲିଲା ଗୁଳି: ମହିଳାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ
ପୂରା ଘଟଣା ଘର ବାହାରେ ଲାଗିଥିବା ସିସିଟିଭିରେ ମଧ୍ୟ କଏଦ ହୋଇଛି।
ଦୀର୍ଘ ଦିନ ଧରି ଲାଗି ରହିଥିବା ଜମି ବିବାଦର ଭୟଙ୍କର ରୂପ ଆଜି ଦେଖିବାକୁ ମିଳିଛି। ଜମି ବିବାଦରୁ ଘରେ ଚାଲିଛି ଗୁଳି। ଏଥିରେ ଜଣେ ମହିଳା, ତାଙ୍କର ୧୭ ବର୍ଷୀୟ ପୁଅ ଓ ଦିଅର ପ୍ରାଣ ହରାଇଛନ୍ତି। ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଆଜି ସ୍ପଷ୍ଟ ଦିବାଲୋକରେ ଏପରି ଘଟଣା ଘଟିଛି। ପୂରା ଘଟଣା ଘର ବାହାରେ ଲାଗିଥିବା ସିସିଟିଭିରେ ମଧ୍ୟ କଏଦ ହୋଇଛି।
ଗୁଳି କରିଥିବା ଅଭିଯୁକ୍ତ ଜଣଙ୍କ ହେଲେ ଲଲନ ଖାନ। ସେ ନିଜର ସହଯୋଗୀମାନଙ୍କ ସହ ଗୋଟିଏ ଏସ୍ୟୁଭିରେ ଆସିଥିଲେ। ଏହାପରେ ଜମି ବିବାଦ ଲାଗି ରହିଥିବା ଘର ସାମ୍ନାକରେ ଛିଡ଼ା ହୋଇ ଆଖିବୁଜା ଗୁଳି ଚଳାଇଥିଲେ।
ପ୍ରଥମେ ଲଲନ ଖାନ ତାଙ୍କ ପ୍ରତିପକ୍ଷ ଘରର ଲୋକଙ୍କ ସହ ଯୁକ୍ତିତର୍କ କରିଥିଲେ। ଜମି ବିବାଦକୁ ନେଇ ଆରମ୍ଭ ହୋଇଥିବା ଏହି ଯୁକ୍ତି ସାଂଘାତିକ ରୂପ ନେଇଥିଲା। ଶେଷରେ ଅଭିଯୁକ୍ତ ଜଣଙ୍କ ନିଜ ରାଇଫଲରୁ ଆଖିବୁଜା ଗୁଳି ମାଡ଼ କରିଥିଲେ।
ଗୁଳି ମାଡ଼ ଯୋଗୁ ଜଣେ ବ୍ୟକ୍ତି ପ୍ରଥମେ ଘର ବାହାରେ ଟଳି ପଡ଼ିଥିଲେ। ଏହାପରେ ଘର ଭିତରକୁ ଟାର୍ଗେଟ କରି ଅଭିଯୁକ୍ତ ଜଣଙ୍କ ଗୁଳି ଚଳାଇଥିଲେ। ଏଥିରେ ଜଣେ ମହିଳା ଓ ତାଙ୍କର ୧୭ ବର୍ଷୀୟ ପୁଅର ମୃତ୍ୟୁ ହୋଇଛି।
लखनऊ के मलिहाबाद में तीन लोगों की हत्या.
घटना का हो रहा वीडियो वायरल. pic.twitter.com/5XqraTBDHB— ANURAG SINGH (@anuragsinghliv) February 2, 2024
ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ମହିଳାଙ୍କ ସ୍ୱାମୀଙ୍କ ଦାଦା। ପାରିବାରିକ ଜମି ବିବାଦରୁ ସେ ନିଜ ପୁତୁରାର ପରିବାରକୁ ଧ୍ୱଂସ କରି ଦେଇଛନ୍ତି।
ଘଟଣା ପରେ ପୂରା ଅଞ୍ଚଳରେ କୋକୁଆ ଭୟ ସହ ଉତ୍ତେଜନା ଦେଖିବାକୁ ମିଳିଛି। ତେଣୁ ପୁଲିସ୍ ସମସ୍ତ ପ୍ରକାରର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବିପୁଳ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରିଛି।
ପୁଲିସ କହିଛି ଯେ ଉଭୟ ପକ୍ଷ ପରସ୍ପରର ଜଣାଶୁଣା। ଆମେ ହତ୍ୟାରେ ବ୍ୟବହାର ହୋଇଥିବା ଲାଇସେନ୍ସ ପ୍ରାପ୍ତ ରାଇଲଫଲ ଓ ଅଭିଯୁକ୍ତମାନେ ଆସିଥିବା ଥାରକୁ ଜବତ କରାଯାଇଛି। ଅଭିଯୁକ୍ତଙ୍କର କିଛି ସହଯୋଗୀଙ୍କୁ ଅଟକ ରଖାଯାଇଛି। ଖୁବଶୀଘ୍ର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ।