ଜମି ବିବାଦରୁ ହତ୍ୟାକାଣ୍ଡ
ମୟୁରଭଞ୍ଜ : ପାରିବାରିକ କଳହର ଉଗ୍ରରୂପ I ସମ୍ପତ୍ତି ପାଇଁ ଭୁଲିଗଲେ ରକ୍ତ ସମ୍ପର୍କ I ୨ ପୁତୁରା ମିଶି କଟୁରିରେ ହାଣି କକାକୁ କଲେ ହତ୍ୟା I ଏଭଳି ଅଭବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା କଲୋନୀସାହି ଗ୍ରାମରେ I ରବିବାର ସନ୍ଧ୍ୟାରେ ଏହି ଅଘଟଣ ଘଟିଛି । ମୃତକ ଜଣଙ୍କ ହେଲେ ସେହି ଗ୍ରାମର ରବୀନ୍ଦ୍ର ତିରିଆ । ଘଟଣା ସମ୍ପର୍କରେ ସୂଚନା ପାଇ କପ୍ତିପଦା ପୁଲିସ ଦୁଇ ପୁତୁରାଙ୍କୁ ଗିରଫ […]

ମୟୁରଭଞ୍ଜ : ପାରିବାରିକ କଳହର ଉଗ୍ରରୂପ I ସମ୍ପତ୍ତି ପାଇଁ ଭୁଲିଗଲେ ରକ୍ତ ସମ୍ପର୍କ I ୨ ପୁତୁରା ମିଶି କଟୁରିରେ ହାଣି କକାକୁ କଲେ ହତ୍ୟା I ଏଭଳି ଅଭବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା କଲୋନୀସାହି ଗ୍ରାମରେ I ରବିବାର ସନ୍ଧ୍ୟାରେ ଏହି ଅଘଟଣ ଘଟିଛି । ମୃତକ ଜଣଙ୍କ ହେଲେ ସେହି ଗ୍ରାମର ରବୀନ୍ଦ୍ର ତିରିଆ । ଘଟଣା ସମ୍ପର୍କରେ ସୂଚନା ପାଇ କପ୍ତିପଦା ପୁଲିସ ଦୁଇ ପୁତୁରାଙ୍କୁ ଗିରଫ କରିଛି । ସେମାନେ ହେଲେ ରାଜେନ୍ଦ୍ର ତିରିଆ ଓ କାହ୍ନୁଚରଣ ତିରିଆ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ସମେତ କଟୁରୀ ଏବଂ ଠେଙ୍ଗାକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।