ଜମିଜମା ପଞ୍ଜିକରଣ ହେବ ସରଳ, ଆଜିଠୁ ଆରମ୍ଭ ହେଲା ସ୍ମାର୍ଟ ସର୍ଭିଲାନ୍ସ ସିଷ୍ଟମ
କଟକ: ଜମିଜମା ପଞ୍ଜିକରଣ ପ୍ରକ୍ରିୟାକୁ ଆହୁରି ସରଳୀକରଣ କରିବା ଲାଗି ଆଜିଠାରୁ ଆରମ୍ଭ ହେଲା ସ୍ମାର୍ଟ ସର୍ଭିଲାନ୍ସ ସିଷ୍ଟମ। କଟକ ସ୍ଥିତ ରାଜସ୍ଵ ପରିଷଦ ବିଲଡିଂରେ ଥିବା ମହାନିବନ୍ଧକ କାର୍ଯ୍ୟାଳୟରେ ଏହି ବ୍ୟବସ୍ଥାକୁ ଉଦଘାଟନ କରିଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ।ଏହା ଦ୍ୱାରା ରାଜ୍ୟରେ ଥିବା ୨୦୫ଟି ନିବନ୍ଧକ ଏବଂ ଉପ ନିବନ୍ଧକ କାର୍ଯ୍ୟାଳୟରେ ଏଣିକି ବ୍ୟବସ୍ଥିତ ଢଙ୍ଗରେ କାମ ହୋଇପାରିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ। ଏହି ବ୍ୟବସ୍ଥା ଜରିଆରେ କାର୍ଯ୍ୟକ୍ଷେତ୍ରରେ ସ୍ଵଚ୍ଛତା ରହିବ ଏବଂ ଲୋକଙ୍କୁ ଉପଯୁକ୍ତ ସେବା ମିଳି ପାରିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ। ଆଗକୁ ରେଜିଷ୍ଟ୍ରେସନ କାର୍ଯ୍ୟରେ ସ୍ୱଛତା ରହିବ, ଦଲାଲ ମାନଙ୍କର ପ୍ରାଦୁର୍ଭାବ କମିବ. ଏବଂ କର୍ମଚାରୀ ମନେ ସ୍ଵଛତାର ସହ କାମ କରିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।
କଟକ: ଜମିଜମା ପଞ୍ଜିକରଣ ପ୍ରକ୍ରିୟାକୁ ଆହୁରି ସରଳୀକରଣ କରିବା ଲାଗି ଆଜିଠାରୁ ଆରମ୍ଭ ହେଲା ସ୍ମାର୍ଟ ସର୍ଭିଲାନ୍ସ ସିଷ୍ଟମ। କଟକ ସ୍ଥିତ ରାଜସ୍ଵ ପରିଷଦ ବିଲଡିଂରେ ଥିବା ମହାନିବନ୍ଧକ କାର୍ଯ୍ୟାଳୟରେ ଏହି ବ୍ୟବସ୍ଥାକୁ ଉଦଘାଟନ କରିଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ।
ଏହା ଦ୍ୱାରା ରାଜ୍ୟରେ ଥିବା ୨୦୫ଟି ନିବନ୍ଧକ ଏବଂ ଉପ ନିବନ୍ଧକ କାର୍ଯ୍ୟାଳୟରେ ଏଣିକି ବ୍ୟବସ୍ଥିତ ଢଙ୍ଗରେ କାମ ହୋଇପାରିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ। ଏହି ବ୍ୟବସ୍ଥା ଜରିଆରେ କାର୍ଯ୍ୟକ୍ଷେତ୍ରରେ ସ୍ଵଚ୍ଛତା ରହିବ ଏବଂ ଲୋକଙ୍କୁ ଉପଯୁକ୍ତ ସେବା ମିଳି ପାରିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ। ଆଗକୁ ରେଜିଷ୍ଟ୍ରେସନ କାର୍ଯ୍ୟରେ ସ୍ୱଛତା ରହିବ, ଦଲାଲ ମାନଙ୍କର ପ୍ରାଦୁର୍ଭାବ କମିବ. ଏବଂ କର୍ମଚାରୀ ମନେ ସ୍ଵଛତାର ସହ କାମ କରିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।