ଜମିଜମା ବିବାଦର କରୁଣ ପରିଣତି: ବଡଭାଇର ଟାଙ୍କିଆ ଚୋଟରେ ଚାଲିଗଲା ସାନଭାଇଙ୍କ ଜୀବନ

କାଲିମେଳା, ୨୩।୧(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ତାଟିଗୁଡା ଗାଁରେ ଅଭାବନୀୟ ଘଟଣା ଘଟିଛି। ବଡ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ ଘଟିଛି। ସୋମବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ହୋଇଥିବା କୁହାଯାଉଛି l ମୃତକ ଜଣଙ୍କ ତାଟିଗୁଡା ଗାଁରେ ଭୀମା ସୋଡ଼ୀ (୪୭)ବୋଲି ଜଣାପଡିଛି। ଅଭିଯୁକ୍ତ ବଡଭାଇ ମାଡା ସୋଡ଼ୀ କାଲିମେଳା ଥାନାରେ ଅଟକ ରହିଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଏବଂ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍କିଆକୁ ଜବତ […] The post ଜମିଜମା ବିବାଦର କରୁଣ ପରିଣତି: ବଡଭାଇର ଟାଙ୍କିଆ ଚୋଟରେ ଚାଲିଗଲା ସାନଭାଇଙ୍କ ଜୀବନ appeared first on Dharitri Odia News.

ଜମିଜମା ବିବାଦର କରୁଣ ପରିଣତି: ବଡଭାଇର ଟାଙ୍କିଆ ଚୋଟରେ ଚାଲିଗଲା ସାନଭାଇଙ୍କ ଜୀବନ

କାଲିମେଳା, ୨୩।୧(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ତାଟିଗୁଡା ଗାଁରେ ଅଭାବନୀୟ ଘଟଣା ଘଟିଛି। ବଡ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ ଘଟିଛି। ସୋମବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ହୋଇଥିବା କୁହାଯାଉଛି l ମୃତକ ଜଣଙ୍କ ତାଟିଗୁଡା ଗାଁରେ ଭୀମା ସୋଡ଼ୀ (୪୭)ବୋଲି ଜଣାପଡିଛି। ଅଭିଯୁକ୍ତ ବଡଭାଇ ମାଡା ସୋଡ଼ୀ କାଲିମେଳା ଥାନାରେ ଅଟକ ରହିଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଏବଂ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍କିଆକୁ ଜବତ କରିଛି l
ସୂଚନା ଅନୁଯାୟୀ, ତାଟିଗୁଡା ଗ୍ରାମର ଇର୍ମା ସୋଡ଼ୀଙ୍କ ମୃତ୍ୟୁ ପରେ ତାଙ୍କର ଦୁଇପୁଅ ବଡ ଭାଇ ମାଡା ଏବଂ ସାନ ଭାଇ ଭୀମାଙ୍କ ମଧ୍ୟରେ ଜମିଜମା ବିବାଦକୁ କେନ୍ଦ୍ର କରି ଶତ୍ରୁତା ଲାଗି ରହୁଥିଲା l ଏଥିପାଇଁ ଦୁଇ ଭାଇଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ଲାଗି ରହୁଥିଲା l ବର୍ତ୍ତମାନ ବାଦାମ ଚାଷକୁ ନେଇ ଦୁଇ ଭାଇଙ୍କ ମଧରେ ମତାନ୍ତର ହେବା ବଚସା ହୋଇଥିଲା। ଗତ ସୋମବାର ରାତିରେ ଭୀମା ନିଜ ଜମିରେ ଥିବା କୁଡିଆ (ଲାଡି) ଭିତରେ ଶୋଇଥିବା ସମୟରେ ମାଡା ସେଠାରେ ପହଁଚି ଟଙ୍କିଆ ସାହାଯ୍ୟରେ ଭୀମାକୁ ଆକ୍ରମଣ କରି ହତ୍ୟା କରିଥିବା ଜଣାପଡିଛି। ହତ୍ୟାକାଣ୍ଡ ପରେ ମାଡା ନିଜ ଘରେ ଯାଇ ରହିଥିଲେ l ଗୋଟିଏ ଦିନ ପରେ ହତ୍ୟାକାଣ୍ଡ ସମ୍ପର୍କରେ ଘର ଲୋକ ଜାଣି ଗ୍ରାମବାସୀଙ୍କୁ ଖବର ଦେଇଥିଲେ l ପୋଲିସ ପହଁଚି ତଦନ୍ତ ଆରମ୍ଭ କରିବା ସହ କୋରାପୁଟରୁ ସାଇଣ୍ଟିଫିକ ଟିମ ଆସି ଅଧିକ ତଦନ୍ତ ଜାରି ରଖିଛି l ବୁଧବାର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୁଲି ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି ସୂଚନା ଦେଇଛନ୍ତି l

The post ଜମିଜମା ବିବାଦର କରୁଣ ପରିଣତି: ବଡଭାଇର ଟାଙ୍କିଆ ଚୋଟରେ ଚାଲିଗଲା ସାନଭାଇଙ୍କ ଜୀବନ appeared first on Dharitri Odia News.