ସାଙ୍ଗ ହତ୍ୟାକାରୀଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର,୨୪ା୨(ସୁବାସ ଚନ୍ଦ୍ର ପାଢ଼ୀ): ବନ୍ଧା ରଖିଥିବା ମୋବାଇଲ ଫୋନ୍‌ ନ ଫେରାଇବାରୁ ଛୁରି ଭୁସି ସାଙ୍ଗଙ୍କୁ ହତ୍ୟା ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ବ୍ର୍ରହ୍ମପୁର ଅତିରିକ୍ତ ଜିଲା ଜଜ୍‌ (ଏଡିଜେ-୧) ଡ. ଇନ୍ଦୁ ଶର୍ମା ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୫ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅଧିକ ୧୮ମାସ କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ଦୋଷୀ ଜଣଙ୍କ ହେଲେ ଆସିକା ବ୍ରଜରାଜନଗରର ପିଣ୍ଟୁ […] The post ସାଙ୍ଗ ହତ୍ୟାକାରୀଙ୍କୁ ଆଜୀବନ ଜେଲ appeared first on Dharitri Odia News.

ସାଙ୍ଗ ହତ୍ୟାକାରୀଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର,୨୪ା୨(ସୁବାସ ଚନ୍ଦ୍ର ପାଢ଼ୀ): ବନ୍ଧା ରଖିଥିବା ମୋବାଇଲ ଫୋନ୍‌ ନ ଫେରାଇବାରୁ ଛୁରି ଭୁସି ସାଙ୍ଗଙ୍କୁ ହତ୍ୟା ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ବ୍ର୍ରହ୍ମପୁର ଅତିରିକ୍ତ ଜିଲା ଜଜ୍‌ (ଏଡିଜେ-୧) ଡ. ଇନ୍ଦୁ ଶର୍ମା ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୫ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅଧିକ ୧୮ମାସ କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି।
ଦୋଷୀ ଜଣଙ୍କ ହେଲେ ଆସିକା ବ୍ରଜରାଜନଗରର ପିଣ୍ଟୁ ସାହୁ (୨୮)। ଘଟଣା ବେଳେ ସେ ବଡ଼ବଜାର ଥାନା ଅନ୍ତର୍ଗତ ଗଣପତି ନଗର ତୃତୀୟ ଲାଇନ୍‌ରେ ରହୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ, ପିଣ୍ଟୁ ଓ ପାଣିଗ୍ରାହୀପେଣ୍ଠର ପପୁନ ସାହୁ ୨ ସାଙ୍ଗ ଥିଲେ। ୨୦୨୧ରେ ପିଣ୍ଟୁ ନିଜ ମୋବାଇଲ ଫୋନ୍‌ ବନ୍ଧା ରଖି ପପୁନଙ୍କଠାରୁ ୫ହଜାର ଟଙ୍କା ଧାର ନେଇଥିଲେ। କିଛିମାସ ପରେ ମୋବାଇଲ ଫୋନ୍‌ଟି ଫେରାଇ ଦେବାକୁ ପପୁନଙ୍କୁ ପିଣ୍ଟୁ କହିଥିଲେ। ଟଙ୍କା ନ ଦେଲେ ଫୋନ୍‌ ଫେରାଇବି ନାହିଁ ବୋଲି ପପୁନ କହିବାରୁ ପିଣ୍ଟୁ ରାଗି ଯାଇଥିଲେ। ସେହିବର୍ଷ ମେ ୧୭ ତାରିଖରେ ପପୁନ ୨ ଜଣ ସାଙ୍ଗ ସୁରଜ ସାହୁ ଓ କାହ୍ନା ସାହୁ ସାହି ଛକରେ ଛିଡ଼ା ହୋଇଥିବା ବେଳେ ପିଣ୍ଟୁ ପହଞ୍ଚି ଫୋନ ପାଇଁ ଝଗଡା କରିଥିଲେ। ପରେ ସେ ଏକ ଛୁରିରେ ପପୁନଙ୍କ ପେଟକୁ ବାରମ୍ବାର ଭୁସିଥିଲେ।

ସେଠାରେ ଥିବା ୨ ସାଙ୍ଗ ଏହାର ପ୍ରତିବାଦ କରିଥିବା ବେଳେ ପିଣ୍ଟୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ପପୁନଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ମା’ ଏ ନେଇ ବଡବଜାର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୯୬/୨୧ରେ ମାମଲା ରୁଜୁ କରିଥିଲା।

ଘଟଣାର ଦୁଇଦିନ ପରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆହତ ପପୁନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୧୦ଦିନ ପରେ ପପୁନଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ପୂର୍ବରୁ ରୁଜୁ କରିଥିବା ମାମଲକୁ ହତ୍ୟା ମାମଲାରେ ରୁପାନ୍ତର କରିଥିଲା। ମାମଲାର ବିଚାର ବେଳେ ୧୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ୍‌ ପ୍ରସିକ୍ୟୁଟର ସୌଭାଗ୍ୟ କୁମାର ମିଶ୍ର ମାମଲା ପରିଚାଳନା କରିଥିଲେ।

The post ସାଙ୍ଗ ହତ୍ୟାକାରୀଙ୍କୁ ଆଜୀବନ ଜେଲ appeared first on Dharitri Odia News.