ଜମିବାଡି ବିବାଦକୁ କେନ୍ଦ୍ରକରି ଟାଙ୍ଗିଆରେ ଆକ୍ରମଣ, ବାପା-ପୁଅ ଗୁରୁତର

ଦେବଗଡ ୨୬।୩: ମଙ୍ଗଳବାର ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଟିଙ୍କବୀର ଗ୍ରାମରେ ପଡୋଶୀଙ୍କ ଟାଙ୍ଗିଆ ଚୋଟରେ ବାପା ଓ ପୁଅ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ହେଲେ ଟିଙ୍କବୀର ଗ୍ରାମର ବାପା ମନୁ ସାହୁ ଓ ପୁଅ ଲୋକନାଥ ସାହୁ । ଜମିବାଡି ବିବାଦକୁ କେନ୍ଦ୍ରକରି ସେମାନଙ୍କ   ପଡୋଶୀ  ବାପା  ଓ ପୁଅ ମିଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଲୋକନାଥ ମଟରସାଇକଲ ଯୋଗେ ତାଙ୍କ ବାପା ମନୁ ସାହୁଙ୍କୁ ନେଇ ହକି ଫିଲ୍ଡ ନିକଟରେ ଥିବା ସେମାନଙ୍କ ଚାଷ ଜମିକୁ ଯାଉଥିବା ବେଳେ ପୂର୍ବରୁ ଛକି ବସିଥିବା ଦୁଇ ଆକ୍ରମଣକାରୀ  ବାପା ମିଟୁ ଧଳ ଓ ପୁଅ ପପୁ ଧଳ ଟାଙ୍ଗିଆ ସାହାଯ୍ୟରେ ସେମାନଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ଉଭୟ ବାପା ଓ ପୁଅ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରେ ପଡିଥିବା ବେଳେ ପରିବାର ଲୋକେ ସେମାନଙ୍କ ଉଦ୍ଧାର କରି ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଉଭୟଙ୍କୁ ଦେବଗଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଉଚ୍ଚ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି ।  ରିଆମାଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅଭିଯୁକ୍ତ ବାପା ମିଟୁ ଧଳକୁ ପୋଲିସ ଧରିବା ପରେ ଅଧିକ ପଚରାଉଚୁରା କରୁଛନ୍ତି ।You Can Read :ରାସ୍ତା କଡରୁ ଅଜଣା ମହିଳାଙ୍କ ମୃତଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ 

ଜମିବାଡି ବିବାଦକୁ କେନ୍ଦ୍ରକରି ଟାଙ୍ଗିଆରେ ଆକ୍ରମଣ, ବାପା-ପୁଅ ଗୁରୁତର

ଦେବଗଡ ୨୬।୩: ମଙ୍ଗଳବାର ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଟିଙ୍କବୀର ଗ୍ରାମରେ ପଡୋଶୀଙ୍କ ଟାଙ୍ଗିଆ ଚୋଟରେ ବାପା ଓ ପୁଅ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ହେଲେ ଟିଙ୍କବୀର ଗ୍ରାମର ବାପା ମନୁ ସାହୁ ଓ ପୁଅ ଲୋକନାଥ ସାହୁ । ଜମିବାଡି ବିବାଦକୁ କେନ୍ଦ୍ରକରି ସେମାନଙ୍କ   ପଡୋଶୀ  ବାପା  ଓ ପୁଅ ମିଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । 

ଲୋକନାଥ ମଟରସାଇକଲ ଯୋଗେ ତାଙ୍କ ବାପା ମନୁ ସାହୁଙ୍କୁ ନେଇ ହକି ଫିଲ୍ଡ ନିକଟରେ ଥିବା ସେମାନଙ୍କ ଚାଷ ଜମିକୁ ଯାଉଥିବା ବେଳେ ପୂର୍ବରୁ ଛକି ବସିଥିବା ଦୁଇ ଆକ୍ରମଣକାରୀ  ବାପା ମିଟୁ ଧଳ ଓ ପୁଅ ପପୁ ଧଳ ଟାଙ୍ଗିଆ ସାହାଯ୍ୟରେ ସେମାନଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ଉଭୟ ବାପା ଓ ପୁଅ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରେ ପଡିଥିବା ବେଳେ ପରିବାର ଲୋକେ ସେମାନଙ୍କ ଉଦ୍ଧାର କରି ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଉଭୟଙ୍କୁ ଦେବଗଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଉଚ୍ଚ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି ।  ରିଆମାଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅଭିଯୁକ୍ତ ବାପା ମିଟୁ ଧଳକୁ ପୋଲିସ ଧରିବା ପରେ ଅଧିକ ପଚରାଉଚୁରା କରୁଛନ୍ତି ।

You Can Read :

ରାସ୍ତା କଡରୁ ଅଜଣା ମହିଳାଙ୍କ ମୃତଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ