ଭାରତ ନ ଆସି ଚୀନରେ ପହଞ୍ଚିଲେ ଏଲନ ମସ୍କ: ହଠାତ୍ ଗସ୍ତ ପଛରେ କ’ଣ କାରଣ?

ନୂଆଦିଲ୍ଲୀ: ଚଳିତ ମାସ ଟେସ୍‌ଲା ସିଇଓ ଏଲନ ମସ୍କ ଭାରତ ଆସିବାର ଥିଲା। ସେ ଭାରତ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥାନ୍ତେ, ଓ ଭାରତରେ ନିବେଶ ନେଇ ଘୋଷଣା କରିଥାନ୍ତେ। ଏଥିପାଇଁ ଭାରତରେ ଅନେକ ଆଶା ଆକାଂକ୍ଷା ମଧ୍ୟ ରହିଥିଲା। ହେଲେ ମସ୍କ ଭାରତ ଆସିବା ବଦଳରେ ଚୀନରେ ପହଞ୍ଚିଛନ୍ତି। ତାଙ୍କର ଚୀନ ଗସ୍ତକୁ ନେଇ ବିଭିନ୍ନ ଆଶଙ୍କା କରାଯାଉଛି। କାରଣ ଭାରତ ପରେ ଚୀନ ହିଁ ହେଉଛି ସବୁଠାରୁ ବଡ଼ ବଜାର। ଭାରତ ଆସିବା ନେଇ ମସ୍କ କହିଥିଲେ ଯେ ସେ ବର୍ତ୍ତମାନ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ସେ ପରେ କେବେ ଭାରତ ଗସ୍ତ କରିବେ। ହେଲେ ଏବେ ହଠାତ ତାଙ୍କର ଚୀନ ଗସ୍ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ତାଙ୍କର ଚୀନ ଗସ୍ତ ନେଇ କାହାକୁ ପୂର୍ବ ସୂଚନା ନଥିଲା। ମିଡିଆରେ ମଧ୍ୟ କୌଣସି ଖବର ନଥିଲା। ସେପଟେ ମସ୍କ ବେଜିଂରେ ପହଞ୍ଚିବା ପରେ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଚୀନରେ ଫୁଲ୍ ସେଲ୍ଫ ଡ୍ରାଇଭିଂ ସଫ୍ଟୱେୟାର ଲଞ୍ଚ କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ ସେ ଚୀନ ସରକାରଙ୍କ ସହ ଆଲୋଚନା କରିବେ। ଟେସ୍‌ଲାର ଅଟୋମେସନ ଡ୍ରାଇଭିଂ ଟେକ୍ନୋଲୋଡୀକୁ ଆହୁରି ଉନ୍ନତ କରିବା ପାଇଁ ସେ ଏହି ସପ୍ଟୱେୟାରରୁ ମିଳୁଥିବା ଡାଟାକୁ ବିଦେଶରେ ବ୍ୟବହାର କରିବାକୁ ଅନୁମତି ମାଗିବେ ବୋଲି କୁହାଯାଉଛି। ସୂଚନା ଅନୁସାରେ, ଟେସ୍‌ଲୀ ୨୦୨୧ରେ ଚୀନ୍‌ରୁ ଡାଟା ସଂଗ୍ରହ କରିବା ଆରମ୍ଭ କରିଦେଇଥିଲା। ହେଲେ ଏହି ଡାଟା

ଭାରତ ନ ଆସି ଚୀନରେ ପହଞ୍ଚିଲେ ଏଲନ ମସ୍କ: ହଠାତ୍ ଗସ୍ତ ପଛରେ କ’ଣ କାରଣ?

ନୂଆଦିଲ୍ଲୀ: ଚଳିତ ମାସ ଟେସ୍‌ଲା ସିଇଓ ଏଲନ ମସ୍କ ଭାରତ ଆସିବାର ଥିଲା। ସେ ଭାରତ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥାନ୍ତେ, ଓ ଭାରତରେ ନିବେଶ ନେଇ ଘୋଷଣା କରିଥାନ୍ତେ। ଏଥିପାଇଁ ଭାରତରେ ଅନେକ ଆଶା ଆକାଂକ୍ଷା ମଧ୍ୟ ରହିଥିଲା। ହେଲେ ମସ୍କ ଭାରତ ଆସିବା ବଦଳରେ ଚୀନରେ ପହଞ୍ଚିଛନ୍ତି। ତାଙ୍କର ଚୀନ ଗସ୍ତକୁ ନେଇ ବିଭିନ୍ନ ଆଶଙ୍କା କରାଯାଉଛି। କାରଣ ଭାରତ ପରେ ଚୀନ ହିଁ ହେଉଛି ସବୁଠାରୁ ବଡ଼ ବଜାର। 


ଭାରତ ଆସିବା ନେଇ ମସ୍କ କହିଥିଲେ ଯେ ସେ ବର୍ତ୍ତମାନ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ସେ ପରେ କେବେ ଭାରତ ଗସ୍ତ କରିବେ। ହେଲେ ଏବେ ହଠାତ ତାଙ୍କର ଚୀନ ଗସ୍ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ତାଙ୍କର ଚୀନ ଗସ୍ତ ନେଇ କାହାକୁ ପୂର୍ବ ସୂଚନା ନଥିଲା। ମିଡିଆରେ ମଧ୍ୟ କୌଣସି ଖବର ନଥିଲା। ସେପଟେ ମସ୍କ ବେଜିଂରେ ପହଞ୍ଚିବା ପରେ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଚୀନରେ ଫୁଲ୍ ସେଲ୍ଫ ଡ୍ରାଇଭିଂ ସଫ୍ଟୱେୟାର ଲଞ୍ଚ କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ ସେ ଚୀନ ସରକାରଙ୍କ ସହ ଆଲୋଚନା କରିବେ। ଟେସ୍‌ଲାର ଅଟୋମେସନ ଡ୍ରାଇଭିଂ ଟେକ୍ନୋଲୋଡୀକୁ ଆହୁରି ଉନ୍ନତ କରିବା ପାଇଁ ସେ ଏହି ସପ୍ଟୱେୟାରରୁ ମିଳୁଥିବା ଡାଟାକୁ ବିଦେଶରେ ବ୍ୟବହାର କରିବାକୁ ଅନୁମତି ମାଗିବେ ବୋଲି କୁହାଯାଉଛି। 


ସୂଚନା ଅନୁସାରେ, ଟେସ୍‌ଲୀ ୨୦୨୧ରେ ଚୀନ୍‌ରୁ ଡାଟା ସଂଗ୍ରହ କରିବା ଆରମ୍ଭ କରିଦେଇଥିଲା। ହେଲେ ଏହି ଡାଟା ବର୍ତ୍ତମାନ ସାଂଘାଇରେ ରହିଛି। ମସ୍କ ଏହି ଡାଟାକୁ ଆମେରିକା ନେବାକୁ କହୁଛନ୍ତି। ୪ ବର୍ଷ ପୂର୍ବେ ଟେସ୍‌ଲା ଅଟୋପାଇଲଟ ସଫ୍ଟୱେୟାର ଲଞ୍ଚ କରିଥିଲା। ଚୀନର ଗ୍ରାହକମାନେ ବି ଦୀର୍ଘଦିନ ହେଲା ଏହି ସଫ୍ଟୱୟାର୍‌ ଡିମାଣ୍ଡ କରୁଛନ୍ତି। ହେଲେ ଟେସ୍‌ଲା ଏପର୍ଯ୍ୟନ୍ତ ସେମାନଙ୍କୁ ସଫ୍ଟୱେୟାର ଦେଇପାରି ନାହିଁ। 


ଏଇଠି କହି ରଖୁଛୁ ଯେ ଟେସ୍‌ଲାର ଭାରତରେ କୌଣସି ଗୋଟିଏ ବି କମ୍ପାନୀ ନାହିଁ। କମ୍ପାନୀ ଚୀନ୍‌ରେ ପ୍ଲାଣ୍ଟ ପ୍ରତିଷ୍ଠା କରି ଭାରତରେ ବିକ୍ରି କରିବାକୁ ଚାହୁଁଛି। ହେଲେ ଭାରତ ସରକାର ଚାହୁଁଛନ୍ତି କମ୍ପାନୀକୁ ଭାରତର କାର୍ ବିକିବାକୁ ହେଲେ ଭାରତରେ ହିଁ ପ୍ରଡକ୍ସନ କରିବାକୁ ପଡ଼ିବ। ଏଥିପାଇଁ ସରକାର ଇଭି ଉପରେ ୧୦୦ ପ୍ରତିଶତ ଆମଦାନୀ ଶୁଳ୍କ ଲଗାଇଛନ୍ତି। ଟ୍ୟାକ୍ସ ଲଗାବା ପରେ ଟେସ୍‌ଲା କାର୍ ଦାମ୍ ଦ୍ୱିଗୁଣିତ ହୋଇଯାଉଛି। ଭାରତର ଗ୍ରାହକ ଅଧିକ ଦାମ ଦେଇ କାର୍ ଆଣିବାକୁ ପସନ୍ଦ କରୁ ନାହାନ୍ତି। 
ସେପଟେ ଚୀନର ସାଂଘାଇରେ ଟେସ୍‌ଲା ବିଶ୍ୱର ସବୁଠାରୁ ବଡ଼ ପ୍ଲାଣ୍ଟ ବସାଇଛି। ଯେଉଁଠି ବର୍ଷକୁ ଏକ ମିଲିଅନ ପ୍ରଡକ୍ସନ ବାହାରୁଛି। ଚୀନର ପ୍ଲାଣ୍ଟ ଖୋଲି ଟେସ୍‌ଲା ସେହିଠାରୁ କାର୍ ଉତ୍ପାଦନ କରି ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଓ ୟୁରୋପକୁ ବିକ୍ରି କରୁଛି। ତେଣୁ ଚୀନ କମ୍ପାନୀ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ।