ଜମୁଛି ତାଳସଜ ବେପାର

ମୋରଡା,୨୧ା୫(ସ୍ମାରକ ମାଜୀ):ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଖରା ତାତିରେ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି ଥଣ୍ଡା ଜାତୀୟ ଖାଦ୍ୟ। ମୟୂରଭଞ୍ଜ ଜିଲା ମୋରଡ଼ା ଅଞ୍ଚଳର ରାସ୍ତା କଡ଼ରେ ତାଳସଜ ବେପାର ଜମୁଥିବା ଦେଖିବାକୁ ମିଳୁଛି। ତାଳସଜରେ ଜଳୀୟ ଅଂଶ ଥିବାରୁ ଖରାଦିନେ ଏହା ଶରୀର ପାଇଁ ବେଶ ଉପକାରୀ।  କଷି ତାଳରେ ସାଧାରଣତଃ ପାଣି ଥିବା ବେଳେ ଏହା ପାଟିକୁ ବେଶ ସୁଆଦିଆ ଲାଗିଥାଏ ଏବଂ ଏହା ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ […] The post ଜମୁଛି ତାଳସଜ ବେପାର appeared first on Dharitri Odia News.

ଜମୁଛି ତାଳସଜ ବେପାର
ମୋରଡା,୨୧ା୫(ସ୍ମାରକ ମାଜୀ):ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଖରା ତାତିରେ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି ଥଣ୍ଡା ଜାତୀୟ ଖାଦ୍ୟ। ମୟୂରଭଞ୍ଜ ଜିଲା ମୋରଡ଼ା ଅଞ୍ଚଳର ରାସ୍ତା କଡ଼ରେ ତାଳସଜ ବେପାର ଜମୁଥିବା ଦେଖିବାକୁ ମିଳୁଛି। ତାଳସଜରେ ଜଳୀୟ ଅଂଶ ଥିବାରୁ ଖରାଦିନେ ଏହା ଶରୀର ପାଇଁ ବେଶ ଉପକାରୀ।  କଷି ତାଳରେ ସାଧାରଣତଃ ପାଣି ଥିବା ବେଳେ ଏହା ପାଟିକୁ ବେଶ ସୁଆଦିଆ ଲାଗିଥାଏ ଏବଂ ଏହା ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ। ଏହି ଫଳରେ ଭିଟାମିନ ବି, ଆଇରନ, ପୋଟାସିୟମ, ଫସଫରସ , କ୍ୟାଲସିୟମ  ରହିଥିବାରୁ ଶରୀର ପାଇଁ ଲାଭଦାୟକ ହୋଇଥାଏ। ଏଥି ସହିତ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ ରଖିବା, ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଓ ସୁଗାରକୁ ନିୟନ୍ତ୍ରଣ କରିବାରେ ତାଳସଜ ସହାୟକ ହୋଇଥାଏ ବୋଲି ଫାର୍ମାସିଷ୍ଟ ପି.ଶ୍ରୀ ଦେଶମ ଏବଂ ଶିକ୍ଷକ ଅମୃତାନନ୍ଦ ମହାନ୍ତ କହିଛନ୍ତି।
ତାଳସଜ ଏବେ ଗଁା ଗହଳିର ରାସ୍ତା କଡ଼ରେ ପ୍ରବଳ ମାତ୍ରାରେ ବିକ୍ରି ହେଉଛି l ବିଭିନ୍ନ ଛକ, ରାସ୍ତା କଡ଼, ଜନଗହଳି ପୂର୍ଣ୍ଣ ଛକରେ ଗଁା ଗହଳିର ଲୋକେ ତାଳସଜ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ବାରିପଦା-ଚିତ୍ରଡା-ଅମର୍ଦା ରାଜ୍ୟ ରାଜପଥର ଅସ୍ତିଆ, ଆଣୁଆ, କଲଣିଛକ ପ୍ରଭୃତି ସ୍ଥାନରେ ତାଳସଜ ପସରା ମେଲୁଛି। ଗ୍ରାହକମାନେ ମଧ୍ୟ ତାଳସଜକୁ କିଣି ବେଶ୍‌ ଆନନ୍ଦ ସହକାରେ ଖାଉଛନ୍ତି। କଅଁଳ ସୁଆଦିଆ ତାଳସାଜ ଖାଇବାକୁ ସବୁ ବର୍ଗର ଲୋକଙ୍କ ଭିଡ଼ ଜମୁଛି l ଅତି ସୁନ୍ଦର ଭାବେ ବେପାରୀମାନେ ତାଳକୁ କାଟି ସେଥିରୁ ସଜ ବାହାର କରି ଗ୍ରାହକଙ୍କୁ ବିକ୍ରି କରୁଛନ୍ତି। ଗୋଟିଏ ତାଳରେ ତିନୋଟି ସଜ ଥିବା ବେଳେ ଯଦି କେହି ଗୋଟିଏ ତାଳ କିଣେ ତେବେ ପାଞ୍ଚ ଟଙ୍କା ଦେବାକୁ ପଡୁଛି। ବେପାରୀମାନେ ସଜ ବାହାର କରି ଦେଲେ ସଜ ପିଛା ମାତ୍ର ୨ ଟଙ୍କା ଦେବାକୁ ପଡୁଛି l ପାଖାପାଖି ଏକ ମାସ ଧରି ବିକ୍ରି ହେଉଥିବା ଉକ୍ତ ତାଳସଜକୁ ଗଛରୁ ତୋଳି ଆଣି ବିକ୍ରି କରି ଦୈନିକ ୫୦୦ରୁ ୧୦୦୦ ଟଙ୍କା ରୋଜଗାର କରୁଛନ୍ତି ବୋଲି ବ୍ୟବସାୟୀ କାରୁ ସୋରେନ ଓ ଶିବୁ ସୋରେନ  କହିଛନ୍ତି।

The post ଜମୁଛି ତାଳସଜ ବେପାର appeared first on Dharitri Odia News.