ଜମୁଛି ପଏଁରୀ ତିହାର ୨୦୨୪
ପଏଁରୀ ତିହାର ୨୦୨୪ । ନୁଆ ବର୍ଷରେ ଆରମ୍ଭ ହୋଇଛି ନୃତ୍ୟ ଗୀତର ଆସର। ସୁବର୍ଣ୍ଣପୁରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ... The post ଜମୁଛି ପଏଁରୀ ତିହାର ୨୦୨୪ appeared first on .
ପଏଁରୀ ତିହାର ୨୦୨୪ । ନୁଆ ବର୍ଷରେ ଆରମ୍ଭ ହୋଇଛି ନୃତ୍ୟ ଗୀତର ଆସର। ସୁବର୍ଣ୍ଣପୁରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ପକ୍ଷରୁ ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆୟୋଜିତ ହେଉଛି ପଏଁରୀ ତିହାର। ନୃତ୍ୟ ଗୀତର ଏହି ମହାପର୍ବଣରେ ରାଜ୍ୟ ତଥା ରାଜ୍ୟ ବାହାର ଅନେକ ସାଂସ୍କୃତିକ ଦଳ ଅଂଶଗ୍ରହଣ କରିଛନ୍ତି ।
ପଏଁରୀ ତିହାର ୨୦୨୪ । ସୁବର୍ଣ୍ଣପୁରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ପକ୍ଷରୁ ଆରମ୍ଭ ହୋଇଯାଇଛି ଜାତୀୟ ସ୍ତରୀୟ ଲୋକ ନୃତ୍ୟ ଓ ଗୀତର ଉତ୍ସବ। ପ୍ରଥମ ଦିବସରେ ମାଁ ସୁରେଶ୍ୱରୀଙ୍କ ମନ୍ଦିରରେ ପୂଜା ପାଠ ପରେ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଦିନବେଳା ଜିଲ୍ଲାର କଳାକରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ସଂଧ୍ୟାରେ ଟାଉନ ହଲରେ ଆୟୋଜିତ ହୋଇଥିଲା ସଂସ୍କୃତିକ ସଭା। ଏହି କାର୍ଯ୍ୟକ୍ରମରେ ଅତିଥିମାନେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ଦେଇଥିଲେ। ଲୋକ ସଂସ୍କୃତି ଓ ଲୋକ ପରମ୍ପରାର ପୁନରଉଦ୍ଧାର ପାଇଁ ବିଗତ ୨୪ ବର୍ଷ ହେଲା ଅନୁଷ୍ଠାନ ଏହିଭଳି ଆୟୋଜନ କରୁଥିବା ଆୟୋଜକ କହିଛନ୍ତି ।
ସାଂସ୍କୃତିକ କାର୍ଯ୍ୟକ୍ରମରେ ଆସାମରୁ ଆସିଥିବା କଳାକାରଙ୍କ ବିହୁ ନୃତ୍ୟ ସହ ଜିଲ୍ଲା ତଥା ରାଜ୍ୟ ବାହାର କଳାକାରଙ୍କ ଲୋକନୃତ୍ୟରେ ଟାଉନ ହଲ ଦୁଲୁକି ଉଠିଥିଲା । ତେବେ ଚଳିତ ବର୍ଷ ବିଶେଷ ଆକର୍ଷଣ ସାଜିଥିଲା କୁନି କୁନି ଛାତ୍ରୀଙ୍କ ରାମ୍ପ ସୋ। ବିଳମ୍ବିତ ରାତି ପର୍ଯ୍ୟନ୍ତ ନୃତ୍ୟ ଗୀତ ସାଙ୍ଗକୁ ଫ୍ୟାସନ ସୋର ମଜା ନେଇଥିଲେ ଦର୍ଶକ। ରାଜ୍ୟ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ସହାୟତାରେ ସୁବର୍ଣ୍ଣପୁର ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଆୟୋଜିତ ପଏଁରୀ ତିହାର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜର ଅଂଚଳର ଲୋକ ସଂସ୍କୃତି ପ୍ରଦର୍ଶନ କରି କଳାକାର ବି ବେଶ ଖୁସି ।
The post ଜମୁଛି ପଏଁରୀ ତିହାର ୨୦୨୪ appeared first on .