ଜମୁଛି ପୂଜା : ଜମୁଛି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ; ମନ ମୋହୁଛି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ
କଳାହାଣ୍ଡି, ୧୧/୧୦-ଶାରଦୀୟ ଦୁର୍ଗାପୂଜାକୁ ନେଇ କି ଗାଁ କି ସହର ସବୁଆଡେ ଏବେ ଚଳଚଞ୍ଚଳ। ପାର୍ବଣର ଏହି ମହାଋତୁରେ ମହିଷା ମର୍ଦ୍ଦିନୀ ଦେବୀ ଦୁର୍ଗାଙ୍କ ପୂଜନୋତ୍ସବ ତିଆରି କରିଛି ଅପୂର୍ବ ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ଶିଳ୍ପାଞ୍ଚଳ ଲାଞ୍ଜିଗଡ, ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର, ଲାଞ୍ଜିଗଡ ରୋଡ଼ ଓ ରାମଚନ୍ଦ୍ରପୁରଠାରେ ଦୁର୍ଗାପୂଜା ଓ ସାଂସ୍କୃତିକ ମହୋତ୍ସବକୁ ନେଇ ସାଧାରଣରେ ଦେଖାଦେଇଛି ଅତ୍ୟନ୍ତ ଆଗ୍ରହ ଓ ଉତ୍ସୁକତା। ୫୯ ବର୍ଷରେ ପଦାର୍ପଣ କରିଥିବା ଲାଞ୍ଜିଗଡ […] The post ଜମୁଛି ପୂଜା : ଜମୁଛି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ; ମନ ମୋହୁଛି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ appeared first on Odisha.News.

କଳାହାଣ୍ଡି, ୧୧/୧୦-ଶାରଦୀୟ ଦୁର୍ଗାପୂଜାକୁ ନେଇ କି ଗାଁ କି ସହର ସବୁଆଡେ ଏବେ ଚଳଚଞ୍ଚଳ। ପାର୍ବଣର ଏହି ମହାଋତୁରେ ମହିଷା ମର୍ଦ୍ଦିନୀ ଦେବୀ ଦୁର୍ଗାଙ୍କ ପୂଜନୋତ୍ସବ ତିଆରି କରିଛି ଅପୂର୍ବ ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ଶିଳ୍ପାଞ୍ଚଳ ଲାଞ୍ଜିଗଡ, ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର, ଲାଞ୍ଜିଗଡ ରୋଡ଼ ଓ ରାମଚନ୍ଦ୍ରପୁରଠାରେ ଦୁର୍ଗାପୂଜା ଓ ସାଂସ୍କୃତିକ ମହୋତ୍ସବକୁ ନେଇ ସାଧାରଣରେ ଦେଖାଦେଇଛି ଅତ୍ୟନ୍ତ ଆଗ୍ରହ ଓ ଉତ୍ସୁକତା। ୫୯ ବର୍ଷରେ ପଦାର୍ପଣ କରିଥିବା ଲାଞ୍ଜିଗଡ ଦୁର୍ଗାପୂଜା ଆକର୍ଷଣୀୟ ମୂର୍ତ୍ତି, ମେଢ଼ ଓ ସାଜସଜ୍ଜା ପାଇଁ ଜନମନ ମୋହୁଥିବାବେଳେ ଆଜି ସନ୍ଧ୍ୟାରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ପୂଜା ମଣ୍ଡପ ପରିଦର୍ଶନ ସହିତ ଦେବୀଙ୍କ ଆଶୀର୍ବାଦ କାମନା କରିଥିଲେ। ବିଧାୟକଙ୍କ ସହିତ ବ୍ଳକ ବିଜେଡ଼ି ସଭାପତି ହିମାଦ୍ରୀ ପେସନିଆ, ବରିଷ୍ଠ ନେତା ଶୀଧର ପେସନିଆ, ରାଜେନ୍ଦ୍ର ପ୍ରତାପ ସିଂଦେଓ, ହରିଶଙ୍କର ପାତ୍ର, ଚନ୍ଦ୍ରଧ୍ୱଜ ପେସନିଆ, ବିଜେଡି ଜିଲ୍ଲା ସମ୍ପାଦକ ପାତ୍ର ମାଝୀ, ଲାଞ୍ଜିଗଡ ସରପଞ୍ଚ ସରସ୍ବତୀ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ପୂଜା କମିଟି ସଭାପତି ଏମ. ଚନ୍ଦ୍ରଶେଖରଙ୍କ ସହିତ କମିଟିର ଅନ୍ୟ କର୍ମକର୍ତ୍ତା ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ସେହିପରି ବିଶ୍ୱନାଥପୁର ଦୁର୍ଗାପୂଜାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହଜାର ହଜାର ଦର୍ଶକ ଓ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ କରୁଥିବାବେଳେ ବିଧାୟକଙ୍କ ପରିଦର୍ଶନ ସମୟରେ କମିଟି ସଭାପତି ମନରଞ୍ଜନ ବିଶିଙ୍କ ନେତୃତ୍ୱରେ କମିଟି କର୍ମକର୍ତ୍ତା ସ୍ୱାଗତ କରିଥିଲେ। ସେହିପରି ଆକର୍ଷଣୀୟ ପୂଜା ଓ ସାଜସଜ୍ଜାରେ ଭରପୁର ଲାଞ୍ଜିଗଡ ରୋଡ଼ ଦୁର୍ଗାପୂଜାକୁ ନେଇ ଅଞ୍ଚଳରେ ବେଶ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିବାବେଳେ କମିଟିର ସଭାପତି ଟଙ୍କଧର ମାଝୀ ଓ ଅନ୍ୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବିଧାୟକ ମାଆଙ୍କ ଆଶୀର୍ବାଦ କାମନା କରିଥିଲେ। ସେହିପରି ଲାଞ୍ଜିଗଡ-ନର୍ଲା ସୀମାନ୍ତ ରାମଚନ୍ଦ୍ରପୁରଠାରେ ଆୟୋଜିତ ଦୁର୍ଗାପୂଜାରେ ଦର୍ଶକଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଥିବାବେଳେ ଆଜି ବିଳମ୍ବିତ ସନ୍ଧ୍ୟାରେ କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବିଧାୟକ ସନ୍ଧ୍ୟା ଆଳତି ଦର୍ଶନ କରିଥିଲେ।
The post ଜମୁଛି ପୂଜା : ଜମୁଛି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ; ମନ ମୋହୁଛି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ appeared first on Odisha.News.