ଜମ୍ବି ଭାଇରସ ଠାବ !
ବିଭିନ୍ନ ସମୟରେ ବୈଜ୍ଞାନିକମାନେ ଏଭଳି ସାମଗ୍ରୀର ଆବିଷ୍କାର କରିଥାଆନ୍ତି ଯାହା ଆଶ୍ଚର୍ଯ୍ୟ କରିଥାଏ । ସେହିଭଳି ବର୍ତ୍ତମାନ ଚୀନ ଓ ଆମେରିକାର ଗବେଷକଙ୍କୁ ହିମାଳୟରେ ଏଭଳି ଜିନିଷ ମିଳିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗବେଷକଙ୍କ ମତ ଅନୁସାରେ ହିମାଳୟରେ ସେମାନଙ୍କୁ ବହୁପୂରାତନ ଜମ୍ବି ଭାଇରସର ନମୂନା ମିଳିଛି । ଏହି ଭାଇରସ ପାଖାପାଖି ୪୧,୦୦୦ ବର୍ଷ ତଳର ହୋଇଥିବା ସୂଚନା ମିଳିଛି । ଚୀନ ଓ ଆମେରିକାର ୬୦ ଜଣ ବୈଜ୍ଞାନିକ ଏହି ଗବେଷଣାରେ […]

ବିଭିନ୍ନ ସମୟରେ ବୈଜ୍ଞାନିକମାନେ ଏଭଳି ସାମଗ୍ରୀର ଆବିଷ୍କାର କରିଥାଆନ୍ତି ଯାହା ଆଶ୍ଚର୍ଯ୍ୟ କରିଥାଏ । ସେହିଭଳି ବର୍ତ୍ତମାନ ଚୀନ ଓ ଆମେରିକାର ଗବେଷକଙ୍କୁ ହିମାଳୟରେ ଏଭଳି ଜିନିଷ ମିଳିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗବେଷକଙ୍କ ମତ ଅନୁସାରେ ହିମାଳୟରେ ସେମାନଙ୍କୁ ବହୁପୂରାତନ ଜମ୍ବି ଭାଇରସର ନମୂନା ମିଳିଛି । ଏହି ଭାଇରସ ପାଖାପାଖି ୪୧,୦୦୦ ବର୍ଷ ତଳର ହୋଇଥିବା ସୂଚନା ମିଳିଛି । ଚୀନ ଓ ଆମେରିକାର ୬୦ ଜଣ ବୈଜ୍ଞାନିକ ଏହି ଗବେଷଣାରେ ଭାଗ ନେଇଥିଲେ । ସେମାନେ ସେଠାରୁ କିଛି ସାମ୍ପଲ୍ କଲେକଫ କରିଥିଲେ ଯେଉଁଥିରେ ୧୭୦୦ ଅଜଣା ଜିନୋମ ରହିଥିଲା । ଏହି ଗ୍ଲେସିଅରଟି ସମୁଦ୍ର ପତନ ଠାରୁ ପାଖାପାଖି ୬ ହଜାର ମିଟର ଉଚ୍ଚତାରେ ରହିଛି । ଏହି ଗବେଷଣା ସମୟରେ ବୈଜ୍ଞାନିକମାନେ ଖୁବ ଗଭୀର ଖୋଳି ଏହି ସାମ୍ପଲ ଗୁଡିକୁ ଏକାଠି କରିଥିବା ଜଣାପଡିଛି । ତେବେ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ଗବେଷଣା ଅଧୀନରେ ରହିଛି, ତେଣୁ ଏନେଇ କୌଣସି ସଠିକ୍ ତଥ୍ୟ ବୈଜ୍ଞାନିକମାନେ ପ୍ରଦାନ କରି ନାହାନ୍ତି । ସୋସିଆଲ ମିଡିଆରେ ଏ ନେଇ ଅନେକ ଚର୍ଚ୍ଚା ହେଉଛି ।