ଜମ୍ମୁ କଶ୍ମୀର : କିସ୍ତୱାରରେ ବଡ଼ ଧରଣର ଏନକାଉଣ୍ଟର, ଜଣେ ଯବାନ ସହିଦ

ଜମ୍ମୁ କଶ୍ମୀର କିସ୍ତୱାରରେ ବଡ଼ ଧରଣର ଏନକାଉଣ୍ଟର । ଦ୍ବିତୀୟ ଦିନ ପାଇଁ ଜାରି ରହିଛି ଏନକାଉଣ୍ଟର । ଛତ୍ରୁ ସିଂପୁରା ଅଞ୍ଚଳରେ ଏନକାଉଣ୍ଟର ଜାରି ରହିଛି । ଅପରେସନ ବେଳେ ଜଣେ ଯବାନ ସହିଦ ହୋଇଛନ୍ତି । ଗତକାଲି ଯବାନଙ୍କ ଗୁଳିରେ ଦୁଇ ଜଣ ଆତଙ୍କୀ ନିହତ ହୋଇଥିଲେ । ପହଲଗାମ ଆକ୍ରମଣ ପରେ ପୂରା ଜମ୍ମୁ କାଶ୍ମୀରରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଜମ୍ମୁ କଶ୍ମୀର ପୋଲିସ ମହାନିର୍ଦ୍ଦେଶକ ନଲିନ ପ୍ରଭାତ ଏହି […] The post ଜମ୍ମୁ କଶ୍ମୀର : କିସ୍ତୱାରରେ ବଡ଼ ଧରଣର ଏନକାଉଣ୍ଟର, ଜଣେ ଯବାନ ସହିଦ appeared first on KNews Odisha.

ଜମ୍ମୁ କଶ୍ମୀର : କିସ୍ତୱାରରେ ବଡ଼ ଧରଣର ଏନକାଉଣ୍ଟର, ଜଣେ ଯବାନ ସହିଦ
Indian_Army-PTI12

ଜମ୍ମୁ କଶ୍ମୀର କିସ୍ତୱାରରେ ବଡ଼ ଧରଣର ଏନକାଉଣ୍ଟର । ଦ୍ବିତୀୟ ଦିନ ପାଇଁ ଜାରି ରହିଛି ଏନକାଉଣ୍ଟର । ଛତ୍ରୁ ସିଂପୁରା ଅଞ୍ଚଳରେ ଏନକାଉଣ୍ଟର ଜାରି ରହିଛି । ଅପରେସନ ବେଳେ ଜଣେ ଯବାନ ସହିଦ ହୋଇଛନ୍ତି । ଗତକାଲି ଯବାନଙ୍କ ଗୁଳିରେ ଦୁଇ ଜଣ ଆତଙ୍କୀ ନିହତ ହୋଇଥିଲେ । ପହଲଗାମ ଆକ୍ରମଣ ପରେ ପୂରା ଜମ୍ମୁ କାଶ୍ମୀରରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

ଜମ୍ମୁ କଶ୍ମୀର ପୋଲିସ ମହାନିର୍ଦ୍ଦେଶକ ନଲିନ ପ୍ରଭାତ ଏହି ଅଞ୍ଚଳ ଗସ୍ତ କରି ଆତଙ୍କବାଦ ବିରୋଧୀ ଅଭିଯାନ ସମୀକ୍ଷା କରିଛନ୍ତି । ତେବେ ସହିଦ ହୋଇଥିବା ଯବାନଙ୍କ ନାମ ଗାୟକର ସନ୍ଦୀପ ପାଣ୍ଡୁରଙ୍ଗା ଭାବେ ହୋଇଛି । ତାଙ୍କ ଘର ମହାରାଷ୍ଟ୍ର ଅହମଦନଗର ଜିଲ୍ଲାର କରଣ୍ଡୀ ଗାଁରେ । ତେବେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ପୋଲିସ ଅଧିକାରୀ ।

କିସ୍ତୱାରର ଚଟୁର ଅଞ୍ଚଳର ସିଂହପୋରାରେ ସୁରକ୍ଷା ବାହିନୀ ଅନେକ ଆତଙ୍କବାଦୀଙ୍କୁ ଘେରି ରହିଥିଲେ । ସେନା ଏବଂ ସୁରକ୍ଷା ବାହିନୀର ମିଳିତ ଅପରେସନ ଏବେ ବି ଜାରି ରହିଛି । ଘଟଣାସ୍ଥଳରେ ଗୁଳି ବିନିମୟ ମଧ୍ୟ ହୋଇଥିଲା । ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି ଏବଂ ବିପଦକୁ ନିରପେକ୍ଷ କରିବା ପାଇଁ ପ୍ରୟାସ କରାଯାଉଛି ।

ସୂଚନାଯୋଗ୍ୟ, ଜମ୍ମୁ ଏବଂ କଶ୍ମୀରର ପୁଲୱାମା ଜିଲ୍ଲାର ତ୍ରାଲ ଅଞ୍ଚଳର ନାଦିର ଗାଁରେ ଗତ ଗୋଟିଏ ସପ୍ତାହ ତଳେ ପୃଥକ ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନରେ ଜୈଶ-ଏ-ମହମ୍ମଦର ତିନି ଜଣ ଆତଙ୍କବାଦୀଙ୍କୁ ନିପାତ କରିବା ପରେ ସୁରକ୍ଷା ବାହିନୀର ଆଉ ଏକ ଅପରେସନ ଜାରି ରହିଛି । ଏନକାଉଣ୍ଟରରେ ନିହତ ତିନି ଆତଙ୍କବାଦୀଙ୍କ ନାମ ଆସିଫ୍ ଅହମ୍ମଦ ଶେଖ୍, ଆମିର ନାଜିର ୱାନି ଏବଂ ୟୱାର ଅହମ୍ମଦ ଭଟ୍ ।

ଗତ ସପ୍ତାହରେ ମଙ୍ଗଳବାର ସୋପିଆନର କେଲର ଅଞ୍ଚଳ ଏବଂ ଗୁରୁବାର ପୁଲୱାମାର ତ୍ରାଲର ନାଦର ଅଞ୍ଚଳରେ ଏନକାଉଣ୍ଟର ହୋଇଥିବା ରିପୋର୍ଟ କରାଯାଇଥିଲା ।

Also Read : ଜମ୍ମୁ କଶ୍ମୀର କିସ୍ତୱାରରେ ସୁରକ୍ଷାବଳ ଓ ଆତଙ୍କବାଦୀ ଗୁଳି ବିନିମୟ, ଜୈସର ୩-୪ ଜଣ ଆତଙ୍କୀକୁ ଘେରିଲେ ସୁରକ୍ଷାବଳ

The post ଜମ୍ମୁ କଶ୍ମୀର : କିସ୍ତୱାରରେ ବଡ଼ ଧରଣର ଏନକାଉଣ୍ଟର, ଜଣେ ଯବାନ ସହିଦ appeared first on KNews Odisha.