ଜମ୍ମୁ କଶ୍ମୀର ଡିଜିପି ହେବେ ଓଡ଼ିଆ ଆଇପିଏସ୍‌ ରଶ୍ମୀ ରଞ୍ଜନ ସ୍ୱାଇଁ

ଜମ୍ମୁକଶ୍ମୀର ପୁଲିସ ଡିଜି ହେଲେ ଜଣେ ଓଡ଼ିଆ। ଓଡ଼ିଶାର ରଶ୍ମୀ ରଞ୍ଜନ ସ୍ୱାଇଁ ହେଲେ ପରବର୍ତ୍ତୀ ଜମ୍ମୁ ଓ କଶ୍ମୀର ଡିଜିପି। ରଶ୍ମୀ ରଞ୍ଜନଙ୍କ ନିଯୁକ୍ତି ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଜମ୍ମୁ କଶ୍ମୀର ଡିଜିପି ହେବେ ଓଡ଼ିଆ ଆଇପିଏସ୍‌ ରଶ୍ମୀ ରଞ୍ଜନ ସ୍ୱାଇଁ

ଜମ୍ମୁକଶ୍ମୀର ପୁଲିସ ଡିଜି ହେବେ ଜଣେ ଓଡ଼ିଆ ଆଇପିଏସ୍‌ ଅଫିସର । ଓଡ଼ିଶାର ରଶ୍ମୀ ରଞ୍ଜନ ସ୍ୱାଇଁ ହେବେ ପରବର୍ତ୍ତୀ ଜମ୍ମୁ ଓ କଶ୍ମୀର ଡିଜିପି। ରଶ୍ମୀ ରଞ୍ଜନଙ୍କ ନିଯୁକ୍ତି ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

AGMUT କ୍ୟାଡରର ୧୯୯୧ ବ୍ୟାଚ୍‌ର ଓଡ଼ିଆ ଆଇପିଏସ୍ ହେଉଛନ୍ତି ରଶ୍ମୀ ରଞ୍ଜନ ସ୍ୱାଇଁ । ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସେ ଜମ୍ମୁ କଶ୍ମୀର ପୁଲିସ ଡିଜି ଭାବେ କାର୍ଯ୍ୟ କରିବେ । ଏବେ ସେ ଜମ୍ମୁ, କଶ୍ମୀରର ଭାରପ୍ରାପ୍ତ ଡିଜିପି ଭାବେ କାର୍ଯ୍ୟରତ ଅଛନ୍ତି।

ରଶ୍ମୀ ରଞ୍ଜନ ଜଣେ ଦକ୍ଷ ପୁଲିସ୍‌ ଅଧିକାରୀ ଭାବେ ବେଶ୍‌ ପରିଚିତ। ଜମ୍ମୁ କଶ୍ମୀରର ବିଭିନ୍ନ ସ୍ଥାନରେ ହେଉଥିବା ଆତଙ୍କବାଦୀ ହମଲାର ସେ ବେଶ୍‌ ସଫଳତାର ସହ ସାମନା କରିଥିବା ବେଳେ ଆତଙ୍କବାଦୀଙ୍କ ମୂଳତ୍ପୋଟନ ନିମନ୍ତେ ବି ବେଶ୍‌ ସକ୍ରିୟ ଅଛନ୍ତି।

ରଶ୍ମୀ ରଞ୍ଜନ ସ୍ୱାଇଁ ଭ୍ରଷ୍ଟାଚାର, ଦୁର୍ନୀତିକୁ କେବେ ବି ବରଦାସ୍ତ କରନ୍ତି ନାହିଁ। ତେଣୁ ସେ ଜଣେ ସଚ୍ଚୋଟ ପୁଲିସ୍‌ ଅଫିସର ଭାବେ ବେଶ୍‌ ଜଣାଶୁଣା।