ବୁଲିଯିବା ହେଲା କାଳ, ବ୍ୟାଙ୍କକରେ ଚଳନ୍ତା ବସ୍‌ରେ ନିଆଁ ଲାଗି ୨୫ ମୃତ

ବ୍ୟାଙ୍କକ ୧/୧୦: ଚଳନ୍ତା ସ୍କୁଲ ବସ୍‌ରେ ନିଆଁ । ଜୀଅନ୍ତା ଜଳିଗଲେ ୨୫ । ବ୍ୟାଙ୍କକରେ ଘଟିଛି ଏମିତି ଭୟଙ୍କର ଦୁର୍ଘଟଣା । ସ୍କୁଲ ପିଲା ଓ ଶିକ୍ଷକଙ୍କୁ ନେଇ ଯାଉଥିବା ବସ୍‌ରେ ଭୟଙ୍କର ନିଆଁ ଲାଗିଛି । ଅଗ୍ନିକାଣ୍ଡରେ ବସ୍‌ଟି ପୁରା ଜଳି ପୋଡି ପାଉଁଶ ହୋଇଯାଇଛି । ସୂଚନା ଅନୁସାରେ ବସ୍‌ରେ ଶିକ୍ଷକ ଓ ସ୍କୁଲ ପିଲାଙ୍କୁ ମିଶାଇ ମୋଟ୍‌ ୪୪ ଜଣ ଥିଲେ । ସମସ୍ତେ କେନ୍ଦ୍ରୀୟ ଉଥାନି ଥାନି ପ୍ରଦେଶରୁ ବୁଲିବା ପାଇଁ ଆୟୁଥାୟା ଯାଉଥିଲେ । ତେବେ ଲଞ୍ଚ ବ୍ରେକ ସମୟରେ ବସ୍‌ଟି ପାଥୁମ ଥାନି ପାଖରେ ଥିବାବେଳେ ଅଘଟଣ ଘଟିଛି । ହଠାତ ବସ୍‌ରେ ନିଆଁ ଲାଗିଯାଇଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ ଆଖି ପିଛୁଳାକେ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା । କିଛି ଜଣ ବାହାରକୁ ଆସିବାକୁ ସକ୍ଷମ ହୋଇଥିବାବେଳେ ୨୫ ଜଣ ଭିତରେ ଫସି ଯାଇଥିଲେ । ସେମାନେ ବାହାରି ନପାରି ଜୀଅନ୍ତା ଜଳିଯାଇଛନ୍ତି । ଅନ୍ୟମାନଙ୍କୁ ସଂକଟାପନ୍ନ ଅବସ୍ଥାରେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି ।           

ବୁଲିଯିବା ହେଲା କାଳ, ବ୍ୟାଙ୍କକରେ ଚଳନ୍ତା ବସ୍‌ରେ ନିଆଁ ଲାଗି ୨୫ ମୃତ

ବ୍ୟାଙ୍କକ ୧/୧୦: ଚଳନ୍ତା ସ୍କୁଲ ବସ୍‌ରେ ନିଆଁ । ଜୀଅନ୍ତା ଜଳିଗଲେ ୨୫ । ବ୍ୟାଙ୍କକରେ ଘଟିଛି ଏମିତି ଭୟଙ୍କର ଦୁର୍ଘଟଣା । ସ୍କୁଲ ପିଲା ଓ ଶିକ୍ଷକଙ୍କୁ ନେଇ ଯାଉଥିବା ବସ୍‌ରେ ଭୟଙ୍କର ନିଆଁ ଲାଗିଛି । ଅଗ୍ନିକାଣ୍ଡରେ ବସ୍‌ଟି ପୁରା ଜଳି ପୋଡି ପାଉଁଶ ହୋଇଯାଇଛି । ସୂଚନା ଅନୁସାରେ ବସ୍‌ରେ ଶିକ୍ଷକ ଓ ସ୍କୁଲ ପିଲାଙ୍କୁ ମିଶାଇ ମୋଟ୍‌ ୪୪ ଜଣ ଥିଲେ । ସମସ୍ତେ କେନ୍ଦ୍ରୀୟ ଉଥାନି ଥାନି ପ୍ରଦେଶରୁ ବୁଲିବା ପାଇଁ ଆୟୁଥାୟା ଯାଉଥିଲେ । 

ତେବେ ଲଞ୍ଚ ବ୍ରେକ ସମୟରେ ବସ୍‌ଟି ପାଥୁମ ଥାନି ପାଖରେ ଥିବାବେଳେ ଅଘଟଣ ଘଟିଛି । ହଠାତ ବସ୍‌ରେ ନିଆଁ ଲାଗିଯାଇଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ ଆଖି ପିଛୁଳାକେ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା । କିଛି ଜଣ ବାହାରକୁ ଆସିବାକୁ ସକ୍ଷମ ହୋଇଥିବାବେଳେ ୨୫ ଜଣ ଭିତରେ ଫସି ଯାଇଥିଲେ । ସେମାନେ ବାହାରି ନପାରି ଜୀଅନ୍ତା ଜଳିଯାଇଛନ୍ତି । ଅନ୍ୟମାନଙ୍କୁ ସଂକଟାପନ୍ନ ଅବସ୍ଥାରେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି ।