ଜମ୍ମୁ-କଶ୍ମୀର ବଜେଟରେ ମୁଖ୍ୟମନ୍ତ୍ରୀ ଓମାରଙ୍କ ବଡ଼ ଘୋଷଣା: ମାଗଣାରେ ମିଳିବ…

ଜମ୍ମୁ-କଶ୍ମୀର,୭।୩: ଜମ୍ମୁ-କଶ୍ମୀର ବିଧାନସଭାରେ ଶୁକ୍ରବାର ବଜେଟ ଉପସ୍ଥାପିତ ହୋଇଛି। ବଜେଟ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲ୍ଲା ଅନେକ ବଡ଼ ଘୋଷଣା କରିଛନ୍ତି। ଜମ୍ମୁ-କଶ୍ମୀରର ମହିଳାମାନଙ୍କୁ ମାଗଣା ବସ୍‌ ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲ୍ଲା କହିଛନ୍ତି। ଏପରିକି ପ୍ରତି ପରିବାରକୁ ମାଗଣାରେ ୨୦୦ ୟୁନିଟ ବିଜୁଳି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ପ୍ରକାଶ କରିଛନ୍ତି। ଏପରିକି ବଜେଟରେ ୧୫ ହଜାର ସରକାରୀ ସ୍କୁଲ ଖୋଲିବାକୁ ବ୍ୟବସ୍ଥା କରାଯାଇଛି। ପ୍ରତି ଜିଲା ହସ୍ପିଟାଲରେ ସିଟି […] The post ଜମ୍ମୁ-କଶ୍ମୀର ବଜେଟରେ ମୁଖ୍ୟମନ୍ତ୍ରୀ ଓମାରଙ୍କ ବଡ଼ ଘୋଷଣା: ମାଗଣାରେ ମିଳିବ… appeared first on Dharitri Odia News.

ଜମ୍ମୁ-କଶ୍ମୀର ବଜେଟରେ ମୁଖ୍ୟମନ୍ତ୍ରୀ ଓମାରଙ୍କ ବଡ଼ ଘୋଷଣା: ମାଗଣାରେ ମିଳିବ…

ଜମ୍ମୁ-କଶ୍ମୀର,୭।୩: ଜମ୍ମୁ-କଶ୍ମୀର ବିଧାନସଭାରେ ଶୁକ୍ରବାର ବଜେଟ ଉପସ୍ଥାପିତ ହୋଇଛି। ବଜେଟ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲ୍ଲା ଅନେକ ବଡ଼ ଘୋଷଣା କରିଛନ୍ତି। ଜମ୍ମୁ-କଶ୍ମୀରର ମହିଳାମାନଙ୍କୁ ମାଗଣା ବସ୍‌ ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲ୍ଲା କହିଛନ୍ତି। ଏପରିକି ପ୍ରତି ପରିବାରକୁ ମାଗଣାରେ ୨୦୦ ୟୁନିଟ ବିଜୁଳି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ପ୍ରକାଶ କରିଛନ୍ତି।

ଏପରିକି ବଜେଟରେ ୧୫ ହଜାର ସରକାରୀ ସ୍କୁଲ ଖୋଲିବାକୁ ବ୍ୟବସ୍ଥା କରାଯାଇଛି। ପ୍ରତି ଜିଲା ହସ୍ପିଟାଲରେ ସିଟି ସ୍କାନିଂ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏପରିକି ମହିଳାମାନଙ୍କ ବିକାଶ ପାଇଁ ଲକ୍ଷପତି ଦିଦି ଯୋଜନା ଘୋଷଣା କରିଛନ୍ତି ଓମାର ଅବଦ୍ଦୁଲ୍ଲା । ସେହିପରି ପୂର୍ବରୁ ଗରିବ ଶ୍ରେଣୀର ଝିଅମାନଙ୍କ ବାହାଘରରେ ସରକାର ୫ ହଜାର ଟଙ୍କା ପ୍ରଦାନ କରୁଥିବା ବେଳେ ଏହି ରାଶିକୁ ସରକାର ୭୫ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି।

The post ଜମ୍ମୁ-କଶ୍ମୀର ବଜେଟରେ ମୁଖ୍ୟମନ୍ତ୍ରୀ ଓମାରଙ୍କ ବଡ଼ ଘୋଷଣା: ମାଗଣାରେ ମିଳିବ… appeared first on Dharitri Odia News.