ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ରାହୁଲ କହିଲେ…

ନୂଆଦିଲ୍ଲୀ,୧୬ା୭: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜମ୍ମୁ-କଶ୍ମୀର ସମ୍ପର୍କରେ ଏକ ସ୍ବତନ୍ତ୍ର ଚିଠି ଲେଖିଛନ୍ତି। ଚିଠି ମାଧ୍ୟମରେ ରାହୁଲ ଏବଂ ଖାର୍ଗେ ପ୍ରଧାନମନ୍ତ୍ରୀଙ୍କୁ ଜମ୍ମୁ ଏବଂ କଶ୍ମୀର ପାଇଁ ଏକ ନୂତନ ଆଇନ ପ୍ରଣୟନ କରିବାକୁ ଦାବି କରିଛନ୍ତି। ସେମାନେ କହିଛନ୍ତି, ଏହାକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ଉଚିତ। କଂଗ୍ରେସ ମଧ୍ୟ ଏହି ଚିଠିକୁ ‘ଏକ୍ସ’ ହ୍ୟାଣ୍ଡେଲରେ ଶେୟାର କରିଛି। […] The post ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ରାହୁଲ କହିଲେ… appeared first on Dharitri Odia News.

ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ରାହୁଲ କହିଲେ…

ନୂଆଦିଲ୍ଲୀ,୧୬ା୭: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜମ୍ମୁ-କଶ୍ମୀର ସମ୍ପର୍କରେ ଏକ ସ୍ବତନ୍ତ୍ର ଚିଠି ଲେଖିଛନ୍ତି। ଚିଠି ମାଧ୍ୟମରେ ରାହୁଲ ଏବଂ ଖାର୍ଗେ ପ୍ରଧାନମନ୍ତ୍ରୀଙ୍କୁ ଜମ୍ମୁ ଏବଂ କଶ୍ମୀର ପାଇଁ ଏକ ନୂତନ ଆଇନ ପ୍ରଣୟନ କରିବାକୁ ଦାବି କରିଛନ୍ତି। ସେମାନେ କହିଛନ୍ତି, ଏହାକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ଉଚିତ। କଂଗ୍ରେସ ମଧ୍ୟ ଏହି ଚିଠିକୁ ‘ଏକ୍ସ’ ହ୍ୟାଣ୍ଡେଲରେ ଶେୟାର କରିଛି।

ରାହୁଲ ଏବଂ ଖାର୍ଗେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ କହିଛନ୍ତି, ଆମେ ସରକାରଙ୍କୁ ସଂସଦର ଆଗାମୀ ମୌସୁମୀ ଅଧିବେଶନରେ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ପାଇଁ ଏକ ବିଲ୍‌ ଆଣିବାକୁ ଅନୁରୋଧ କରୁଛୁ। ଆପଣ ନିଜେ ଅନେକ ଥର ବ୍ୟକ୍ତିଗତ ଭାବରେ ପୁନରାବୃତ୍ତି କରିଛନ୍ତି ଯେ, ସରକାର ରାଜ୍ୟର ମାନ୍ୟତା ପୁନଃସ୍ଥାପିତ କରିବା ପାଇଁ ପ୍ରତିବଦ୍ଧ।

ରାହୁଲ ଏବଂ ଖାର୍ଗେ ଚିଠି ମାଧ୍ୟମରେ କହିଛନ୍ତି, ଗତ ପାଞ୍ଚ ବର୍ଷ ଧରି ଜମ୍ମୁ-କଶ୍ମୀରର ଲୋକମାନେ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପୁନଃସ୍ଥାପିତ କରିବା ପାଇଁ ନିରନ୍ତର ଦାବି କରିଆସୁଛନ୍ତି। ଏହି ଦାବି ସେମାନଙ୍କର ସାମ୍ବିଧାନିକ ଏବଂ ଗଣତାନ୍ତ୍ରିକ ଅଧିକାର ସହିତ ବୈଧ ମଧ୍ୟ।

ଖାର୍ଗେ ଏବଂ ରାହୁଲ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ଏକ ବକ୍ତବ୍ୟ ମନେ ପକାଇ ଦେଇ କହିଥିଲେ ଯେ, ଆପଣ ନିଜେ ଏହା ଅନେକ ଥର ଉଲ୍ଲେଖ କରିଛନ୍ତି। ଚିଠିରେ ଲେଖାଯାଇଥିଲା, ୧୯ ମେ’ ୨୦୨୪ରେ ଭୁବନେଶ୍ୱରରେ ଦିଆଯାଇଥିବା ଏକ ସାକ୍ଷାତକାରରେ, ଆପଣ କହିଥିଲେ, ରାଜ୍ୟର ସ୍ଥିତି ପୁନରୁଦ୍ଧାର କରିବା ଆମର ଗମ୍ଭୀର ପ୍ରତିଶ୍ରୁତି ଏବଂ ଆମେ ଏଥିରେ ଅଟଳ। ୧୯ ସେପ୍ଟେମ୍ବର ୨୦୨୪ରେ ଶ୍ରୀନଗରରେ ଏକ ରାଲିକୁ ସମ୍ବୋଧିତ କରିବା ସମୟରେ ଆପଣ ପୁନଃ ଦୃଢ଼ ଭାବରେ କହିଥିଲେ, ଆମେ ସଂସଦରେ କହିଛୁ ଯେ, ଆମେ ଏହି ଅଞ୍ଚଳର ରାଜ୍ୟ ସ୍ଥିତି ପୁନରୁଦ୍ଧାର କରିବୁ।

The post ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ରାହୁଲ କହିଲେ… appeared first on Dharitri Odia News.