ଟ୍ରମ୍ପଙ୍କୁ ‘ଗୋଲ୍ଡେନ ପେଜର୍‌’ ଉପହାର ଦେଲେ ନେତାନ୍ୟାହୁ, ପଛରେ ରହିଛି ଏହି କାରଣ

ଜେରୁଜେଲମ, ୭।୨: ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହ୍‌ବାଇଟ୍‌ ହାଉସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି। ଏହି ସମୟରେ ସେ ଟ୍ରମ୍ପଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି ଏକ ‘ଗୋଲ୍ଡେନ ପେଜର୍‌’ ଉପହାର ଦେଇଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ନିଶ୍ଚିତ କରିଛି ଯେ ନେତାନ୍ୟାହୁ ଡୋନାଲ୍ଡ ଟ୍ରମ୍ପଙ୍କୁ ସୁନା ପେଜର ଉପହାର ସ୍ବରୂପ ଦେଇଛନ୍ତି। ପ୍ରକୃତରେ ଏହି ଉପହାର ଲେବାନନରେ ହିଜବୋଲା ବିରୋଧରେ ଇସ୍ରାଏଲର ଅପରେଶନର […] The post ଟ୍ରମ୍ପଙ୍କୁ ‘ଗୋଲ୍ଡେନ ପେଜର୍‌’ ଉପହାର ଦେଲେ ନେତାନ୍ୟାହୁ, ପଛରେ ରହିଛି ଏହି କାରଣ appeared first on Dharitri Odia News.

ଟ୍ରମ୍ପଙ୍କୁ ‘ଗୋଲ୍ଡେନ ପେଜର୍‌’ ଉପହାର ଦେଲେ ନେତାନ୍ୟାହୁ, ପଛରେ ରହିଛି ଏହି କାରଣ

ଜେରୁଜେଲମ, ୭।୨: ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହ୍‌ବାଇଟ୍‌ ହାଉସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି। ଏହି ସମୟରେ ସେ ଟ୍ରମ୍ପଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି ଏକ ‘ଗୋଲ୍ଡେନ ପେଜର୍‌’ ଉପହାର ଦେଇଛନ୍ତି।

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ନିଶ୍ଚିତ କରିଛି ଯେ ନେତାନ୍ୟାହୁ ଡୋନାଲ୍ଡ ଟ୍ରମ୍ପଙ୍କୁ ସୁନା ପେଜର ଉପହାର ସ୍ବରୂପ ଦେଇଛନ୍ତି। ପ୍ରକୃତରେ ଏହି ଉପହାର ଲେବାନନରେ ହିଜବୋଲା ବିରୋଧରେ ଇସ୍ରାଏଲର ଅପରେଶନର ଏକ ପ୍ରତୀକ, ଯେଉଁଥିରେ ପେଜର ବିସ୍ଫୋରଣ ମାଧ୍ୟମରେ ଅନେକ ହିଜବୋଲା ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲା ।

ଗତ ବର୍ଷ ସେପ୍ଟେମ୍ବରରେ ଲେବାନନ ଏବଂ ସିରିଆ ସୀମାବର୍ତ୍ତୀ ଅଞ୍ଚଳରେ ଅନେକ ପେଜର ବିସ୍ଫୋରଣ ଘଟିଥିଲା। ଲେବାନନର ରାଜଧାନୀ ବୈରୁତ ଏବଂ ଦକ୍ଷିଣ ଲେବାନନର ଅନେକ ଅଞ୍ଚଳରେ, ବିଶେଷକରି ପୂର୍ବ ବେକା ଉପତ୍ୟକାରେ ଗୋଟିଏ ପରେ ଗୋଟିଏ ସିରିଜ ବିସ୍ଫୋରଣ ଘଟିଥିଲା। ଏହା ପରେ, ଲେବାନନରେ ୱାକି-ଟକି ବ୍ୟତୀତ ସୋଲାର ପ୍ୟାନେଲ ଏବଂ ହ୍ୟାଣ୍ଡହେଲ୍ଡ ରେଡିଓରେ ବିସ୍ଫୋରଣ ହୋଇଥିଲା। କେବଳ ଏତିକି ନୁହେଁ, ବେରୁତ ସମେତ ଲେବାନନର ଅନେକ ପ୍ରମୁଖ ସହରରେ ସୌର ପ୍ରଣାଳୀ ଏବଂ ଘରର ସୌର ପ୍ୟାନେଲରେ ଅନେକ ବିସ୍ଫୋରଣ ଘଟିଥିଲା।

The post ଟ୍ରମ୍ପଙ୍କୁ ‘ଗୋଲ୍ଡେନ ପେଜର୍‌’ ଉପହାର ଦେଲେ ନେତାନ୍ୟାହୁ, ପଛରେ ରହିଛି ଏହି କାରଣ appeared first on Dharitri Odia News.