ଚେନ୍ନାଇରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ: ଏକମାତ୍ର ରୋଜଗାରିଆ ପୁଅ ହରାଇଲା ପରିବାର

ଭବାନୀପାଟଣା,୧୦।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ପୁଣି ଦାଦନ ଦୁଖ ଦେଖୁବାକୁ ମିଳିଛି। ଜିଲାର ଜୁନାଗଡ ବ୍ଲକ ଅନ୍ତର୍ଗତ ଚିନୈଗୁଡା ଗ୍ରାମର ରାକେଶ ସୁନା (୨୮) ନାମକ ଜଣେ ଯୁବକ ଗତ ଅଢେଇ ମାସ ତଳେ ଦାଦନ ଖଟିବାକୁ ଚେନ୍ନାଇକୁ ଯାଇଥିଲେ। ସେଠାରେ ଏକ କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଭାବରେ ନିୟୋଜିତ ଥିଲେ। ସୋମବାର ହଟାତ୍ ତାଙ୍କୁ ଝାଡବାନ୍ତି ହେବାରୁ ସହକର୍ମୀ ମାନେ ନିକଟିସ୍ଥ ରୋୟାପୀଥ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ତାଙ୍କର […] The post ଚେନ୍ନାଇରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ: ଏକମାତ୍ର ରୋଜଗାରିଆ ପୁଅ ହରାଇଲା ପରିବାର appeared first on Dharitri Odia News.

ଚେନ୍ନାଇରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ: ଏକମାତ୍ର ରୋଜଗାରିଆ ପୁଅ ହରାଇଲା ପରିବାର

ଭବାନୀପାଟଣା,୧୦।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ପୁଣି ଦାଦନ ଦୁଖ ଦେଖୁବାକୁ ମିଳିଛି। ଜିଲାର ଜୁନାଗଡ ବ୍ଲକ ଅନ୍ତର୍ଗତ ଚିନୈଗୁଡା ଗ୍ରାମର ରାକେଶ ସୁନା (୨୮) ନାମକ ଜଣେ ଯୁବକ ଗତ ଅଢେଇ ମାସ ତଳେ ଦାଦନ ଖଟିବାକୁ ଚେନ୍ନାଇକୁ ଯାଇଥିଲେ। ସେଠାରେ ଏକ କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଭାବରେ ନିୟୋଜିତ ଥିଲେ। ସୋମବାର ହଟାତ୍ ତାଙ୍କୁ ଝାଡବାନ୍ତି ହେବାରୁ ସହକର୍ମୀ ମାନେ ନିକଟିସ୍ଥ ରୋୟାପୀଥ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ହେଲେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଛି । ରାକେଶ ପରିବାରର ଏକମାତ୍ର ରୋଜ ଗାରକ୍ଷମ ବ୍ୟକ୍ତି ଥିଲେ। ପରିବାର କହିଲେ ବୃଦ୍ଧା ମା’ ସୁଲୋଚନା,ସ୍ତ୍ରୀ ଗୀତାଞ୍ଜଳୀ ଓ ୨ ଛୋଟ ଝିଅ ଅଛନ୍ତି। ରାକେଶଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ବୃଦ୍ଧା ମା’ ଓ ସ୍ତ୍ରୀ ଏବେ ଦୁଖରେ ଭାଙ୍ଗି ପଡିଛନ୍ତି। ଏପରିକି ଆତ୍ମୀୟଙ୍କ କାନ୍ଦ ବୋବାଲିରେ ଗାଁ ଫାଟିପଡୁଛି। ଏପଟେ ଅର୍ଥଭାବରୁ ଗାଁକୁ ମୃତ ଦେହ ଆସିପାରୁ ନ ଥିବା ଜଣାପଡିଛି। ତୁରନ୍ତ ଜିଲା ପ୍ରଶାସନ ଦୃଷ୍ଟିଦେଇ ଏହି ଅସହାୟ ପରିବାରକୁ ସହାୟତା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

The post ଚେନ୍ନାଇରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ: ଏକମାତ୍ର ରୋଜଗାରିଆ ପୁଅ ହରାଇଲା ପରିବାର appeared first on Dharitri Odia News.