ରାମ ମନ୍ଦିର ଉଦଘାଟନରେ ନେପାଳର ୨୧ ହଜାର ପୁରୋହିତ କରିବେ ଏହି ସ୍ବତନ୍ତ୍ର କାମ…

ଅଯୋଧ୍ୟା,୧୧।୧ : ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିରର ଉଦଘାଟନ ପାଇଁ ପ୍ରସ୍ତୁତି ଚାଲିଛି। କିନ୍ତୁ ଏହା ପୂର୍ବରୁ ଅଯୋଧ୍ୟାରେ ରାମ ନାମ ମହା ଯଜ୍ଞ ଅନୁଷ୍ଠିତ ହେବ। ବିଶେଷ କଥା ହେଉଛି ନେପାଳର ୨୧ ହଜାର ପୁରୋହିତଙ୍କ ଦ୍ୱାରା ଏହି ଯଜ୍ଞ କରାଯିବ। ଆୟୋଜକମାନେ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛନ୍ତି। ଏହି ଯଜ୍ଞ ସଂପୂର୍ଣ୍ଣ କରିବା ପାଇଁ ୧୦୦୮ ନର୍ମଦେଶ୍ୱର ଶିବଲିଙ୍ଗ ପ୍ରତିଷ୍ଠା କରାଯାଇଛି। ସୂଚନାନୁସାରେ, ଏହି ଯଜ୍ଞ ପାଇଁ ସରଯୂ ନଦୀ କୂଳରେ ଏକ ବଡ଼ […] The post ରାମ ମନ୍ଦିର ଉଦଘାଟନରେ ନେପାଳର ୨୧ ହଜାର ପୁରୋହିତ କରିବେ ଏହି ସ୍ବତନ୍ତ୍ର କାମ… appeared first on Dharitri Odia News.

ରାମ ମନ୍ଦିର ଉଦଘାଟନରେ ନେପାଳର ୨୧ ହଜାର ପୁରୋହିତ କରିବେ ଏହି ସ୍ବତନ୍ତ୍ର କାମ…

ଅଯୋଧ୍ୟା,୧୧।୧ : ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିରର ଉଦଘାଟନ ପାଇଁ ପ୍ରସ୍ତୁତି ଚାଲିଛି। କିନ୍ତୁ ଏହା ପୂର୍ବରୁ ଅଯୋଧ୍ୟାରେ ରାମ ନାମ ମହା ଯଜ୍ଞ ଅନୁଷ୍ଠିତ ହେବ। ବିଶେଷ କଥା ହେଉଛି ନେପାଳର ୨୧ ହଜାର ପୁରୋହିତଙ୍କ ଦ୍ୱାରା ଏହି ଯଜ୍ଞ କରାଯିବ। ଆୟୋଜକମାନେ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛନ୍ତି। ଏହି ଯଜ୍ଞ ସଂପୂର୍ଣ୍ଣ କରିବା ପାଇଁ ୧୦୦୮ ନର୍ମଦେଶ୍ୱର ଶିବଲିଙ୍ଗ ପ୍ରତିଷ୍ଠା କରାଯାଇଛି।

ସୂଚନାନୁସାରେ, ଏହି ଯଜ୍ଞ ପାଇଁ ସରଯୂ ନଦୀ କୂଳରେ ଏକ ବଡ଼ ମଣ୍ଡପ ପ୍ରସ୍ତୁତ କରାଯାଇଛି। ଏହି ୧୨ ଦିନିଆ ଯଜ୍ଞ ୧୪ ଜାନୁୟାରୀରୁ ମକର ସଂକ୍ରାନ୍ତି ଦିନରୁ ଆରମ୍ଭ ହୋଇ ୨୫ ଜାନୁୟାରୀ ପର୍ଯ୍ୟନ୍ତ ଚାଲିବ। ଏହି ଯଜ୍ଞରେ ବହୁ ସଂଖ୍ୟକ ଲୋକ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଆୟୋଜକମାନେ ଆସୁଥିବା ୫୦ ହଜାର ଲୋକଙ୍କ ପାଇଁ ଏଠାରେ ତମ୍ବୁର ବ୍ୟବସ୍ଥା କରିଛନ୍ତି।

ଆତ୍ମାନନ୍ଦ ଦାଶ ମହାତ୍ୟାଗୀ ନେପାଳୀ ବାବା ରାମ ନାମ ମହା ଯଜ୍ଞ ଆୟୋଜନ କରୁଛନ୍ତି। ଯଜ୍ଞ ସମୟରେ ରାମାୟଣର ୨୪ ହଜାର ପଦଗୁଡ଼ିକ ଜପ କରାଯିବ। ଏହା ସହିତ ୧୧୦୦ ଦମ୍ପତି ଏଠାରେ ୧୦୦ ଯଜ୍ଞକୁଣ୍ଡରେ ହବନ କରିବେ। ବର୍ଷା, ଶୀତରୁ ରକ୍ଷା କରିବା ପାଇଁ ଏହି ତମ୍ବୁଗୁଡିକର ଛାତକୁ ସୁଦୃଢ଼ କରାଯାଇଛି।
ରାମ ନାମ ମହା ଯଜ୍ଞ ପାଇଁ ସରଯୂ ନଦୀ କୂଳରେ ଶହେ ଏକର ଜମିରେ ତମ୍ବୁ ନିର୍ମାଣ କରାଯାଇଛି। ଏହି ତମ୍ବୁଗୁଡିକ ପ୍ରାୟ ଦୁଇ କିଲୋମିଟର ବ୍ୟାସାର୍ଦ୍ଧରେ ନିର୍ମିତ ହୋଇଛି।

 

The post ରାମ ମନ୍ଦିର ଉଦଘାଟନରେ ନେପାଳର ୨୧ ହଜାର ପୁରୋହିତ କରିବେ ଏହି ସ୍ବତନ୍ତ୍ର କାମ… appeared first on Dharitri Odia News.