ଧରାପୃଷ୍ଠକୁ ଆସି ଆଇନ ଜାଲରେ ଛନ୍ଦି ହେଲେ ମା’ ଦୁର୍ଗା, ହୋଇପାରୁନି ବିସର୍ଜନ

ଭୁବନେଶ୍ୱର, ୧୮ା୧୦: ଧରାପୃଷ୍ଠକୁ ଆସି ଆଇନ ଜାଲରେ ଛନ୍ଦି ହେଲେ ମା’ ଦୁର୍ଗା। ଜାଗା ବିବାଦ ପାଇଁ ଦଶହରା ପରେ ବି ହୋଇନାହାଁନ୍ତି ବିସର୍ଜିତ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଟାଉନ ଥାନା ରାମ୍ବାଗ ଗାଁରେ। ସୂଚନାନୁସାରେ, ଗ୍ରାମବାସୀ ସ୍ଥାନୀୟ ନାରାୟଣ ରାଉତଙ୍କ ଜାଗାରେ ପୂଜା ମଣ୍ଡପ ସ୍ଥାପନ କରିଥିଲେ। ଏହାପରେ ପୂଜା ସୁରୁଖୁରୁରେ ଚାଲିଥିଲା। କିନ୍ତୁ ଏଠାରେ ଏକ ଗୃହ ନିର୍ମାଣ କରୁଥିବା ନାରାୟଣ ସେହି ସ୍ଥାନରେ ବାଲି ପକାଇ ପୂଜା ମଣ୍ଡପକୁ […] The post ଧରାପୃଷ୍ଠକୁ ଆସି ଆଇନ ଜାଲରେ ଛନ୍ଦି ହେଲେ ମା’ ଦୁର୍ଗା, ହୋଇପାରୁନି ବିସର୍ଜନ appeared first on Dharitri Odia News.

ଧରାପୃଷ୍ଠକୁ ଆସି ଆଇନ ଜାଲରେ ଛନ୍ଦି ହେଲେ ମା’ ଦୁର୍ଗା, ହୋଇପାରୁନି ବିସର୍ଜନ

ଭୁବନେଶ୍ୱର, ୧୮ା୧୦: ଧରାପୃଷ୍ଠକୁ ଆସି ଆଇନ ଜାଲରେ ଛନ୍ଦି ହେଲେ ମା’ ଦୁର୍ଗା। ଜାଗା ବିବାଦ ପାଇଁ ଦଶହରା ପରେ ବି ହୋଇନାହାଁନ୍ତି ବିସର୍ଜିତ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଟାଉନ ଥାନା ରାମ୍ବାଗ ଗାଁରେ।

ସୂଚନାନୁସାରେ, ଗ୍ରାମବାସୀ ସ୍ଥାନୀୟ ନାରାୟଣ ରାଉତଙ୍କ ଜାଗାରେ ପୂଜା ମଣ୍ଡପ ସ୍ଥାପନ କରିଥିଲେ। ଏହାପରେ ପୂଜା ସୁରୁଖୁରୁରେ ଚାଲିଥିଲା। କିନ୍ତୁ ଏଠାରେ ଏକ ଗୃହ ନିର୍ମାଣ କରୁଥିବା ନାରାୟଣ ସେହି ସ୍ଥାନରେ ବାଲି ପକାଇ ପୂଜା ମଣ୍ଡପକୁ ଅବରୋଧ କରିବାକୁ ବିବାଦ ଆରମ୍ଭ ହୋଇଛି। ଏଭଳି ପରିସ୍ଥିତିରେ ଗ୍ରାମବାସୀମାନେ ବିସର୍ଜନ କରିବା ଲାଗି ପୂଜା ମଣ୍ଡପରୁ ମା’ ଦୁର୍ଗାଙ୍କ ପ୍ରତିମା ଆଣିବାରେ ବିଫଳ ହୋଇଛନ୍ତି। ସେବେଠାରୁ ମା’ ଦୁର୍ଗାଙ୍କ ପୂଜା ମଣ୍ଡପରେ ବନ୍ଧା ପଡିଛନ୍ତି।

ତେବେ ଏହି ଘଟଣାକୁ ନେଇ ଗ୍ରାମବାସୀ କହିଛନ୍ତି, “ଆମେ କେବଳ ଚାହୁଁଛୁ ସେ ପୂଜା ମଣ୍ଡପ ଆଗରେ ବାଲି ଉଠାଇ ନିଅନ୍ତୁ, ଯାହା ମା’ ଦୁର୍ଗାଙ୍କ ବିସର୍ଜନ ପାଇଁ ପଥ ସୁଗମ କରିବ। ଆମେ ଏଫଆଇଆର ବିଷୟରେ ଚିନ୍ତିତ ନୁହେଁ।”

ସେପଟେ ଜମି ମାଲିକ ନାରାୟଣ ରାଉତ କହିଛନ୍ତି, “ମୁଁ କୌଣସି ପୋଲିସ ଅଭିଯୋଗ କରି ନାହିଁ, କିନ୍ତୁ କମିଟି ସଦସ୍ୟମାନେ ମୋ ବିରୋଧରେ ଅଭିଯୋଗ କରିଛନ୍ତି। ଯେହେତୁ ମାମଲା କୋର୍ଟରେ ଅଛି, ମୁଁ ସେ ସ୍ଥାନକୁ ଯିବି ନାହିଁ।”

The post ଧରାପୃଷ୍ଠକୁ ଆସି ଆଇନ ଜାଲରେ ଛନ୍ଦି ହେଲେ ମା’ ଦୁର୍ଗା, ହୋଇପାରୁନି ବିସର୍ଜନ appeared first on Dharitri Odia News.