ପୁଣି ଆଖି ଦେଖାଇଲା କାନାଡା, ଶତ୍ରୁ ଦେଶ ତାଲିକାରେ ଭାରତକୁ ରଖିଲା

ନୂଆଦିଲ୍ଲୀ,୧।୧୧: ସୁଧୁରୁନି କାନାଡା। କ୍ଷମା ମାଗିବା ପରେ ବି ଭାରତକୁ ତର ଦେଖାଇଛି କାନାଡା। ଏବେ ଭାରତକୁ ଶତ୍ରୁ ଦେଶ ତାଲିକାରେ ରଖିଛି କାନାଡା। କାନାଡାର ଜଷ୍ଟିନ ଟ୍ରୁଡୋ ସରକାର ପ୍ରଥମ ଥର ପାଇଁ ଏକ ସରକାରୀ ଡକ୍ୟୁମେଣ୍ଟରେ ଭାରତକୁ ‘ଶତ୍ରୁ ଦେଶ’ ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି। କାନାଡା ପାଇଁ ଜାତୀୟ ସାଇବର ଧମକ ମୂଲ୍ୟାଙ୍କନ ୨୦୨୫-୨୬ ରିପୋର୍ଟରେ ବିପଦ ଥିବା ଦେଶମାନଙ୍କ ତାଲିକାରେ ଭାରତକୁ ରଖାଯାଇଛି। ଏହି ରିପୋର୍ଟ କାନାଡାର ସାଇବର ସୁରକ୍ଷା କେନ୍ଦ୍ର ଦ୍ୱାରା […] The post ପୁଣି ଆଖି ଦେଖାଇଲା କାନାଡା, ଶତ୍ରୁ ଦେଶ ତାଲିକାରେ ଭାରତକୁ ରଖିଲା appeared first on Dharitri Odia News.

ପୁଣି ଆଖି ଦେଖାଇଲା କାନାଡା, ଶତ୍ରୁ ଦେଶ ତାଲିକାରେ ଭାରତକୁ ରଖିଲା

ନୂଆଦିଲ୍ଲୀ,୧।୧୧: ସୁଧୁରୁନି କାନାଡା। କ୍ଷମା ମାଗିବା ପରେ ବି ଭାରତକୁ ତର ଦେଖାଇଛି କାନାଡା। ଏବେ ଭାରତକୁ ଶତ୍ରୁ ଦେଶ ତାଲିକାରେ ରଖିଛି କାନାଡା। କାନାଡାର ଜଷ୍ଟିନ ଟ୍ରୁଡୋ ସରକାର ପ୍ରଥମ ଥର ପାଇଁ ଏକ ସରକାରୀ ଡକ୍ୟୁମେଣ୍ଟରେ ଭାରତକୁ ‘ଶତ୍ରୁ ଦେଶ’ ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି। କାନାଡା ପାଇଁ ଜାତୀୟ ସାଇବର ଧମକ ମୂଲ୍ୟାଙ୍କନ ୨୦୨୫-୨୬ ରିପୋର୍ଟରେ ବିପଦ ଥିବା ଦେଶମାନଙ୍କ ତାଲିକାରେ ଭାରତକୁ ରଖାଯାଇଛି।

ଏହି ରିପୋର୍ଟ କାନାଡାର ସାଇବର ସୁରକ୍ଷା କେନ୍ଦ୍ର ଦ୍ୱାରା ପ୍ରକାଶ ପାଇଛି। ଚାଇନା, ରୁଷିଆ, ଇରାନ ଏବଂ ଉତ୍ତର କୋରିଆ ସହିତ ଭାରତକୁ ‘ଶତ୍ରୁ ଦେଶ’ ଭାବରେ ତାଲିକାଭୁକ୍ତ କରାଯାଇଛି। ଏଥିରେ ଭାରତକୁ ପ୍ରତିଦ୍ୱନ୍ଦ୍ୱୀ ଦେଶ କୁହାଯାଇଛି। ରିପୋର୍ଟରେ କୁହାଯାଇଛି, ଆମେ ଆକଳନ କରୁଛୁ ଯେ ଭାରତ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ସାଇବର ଧମକ ଦ୍ୱାରା ଲୋକମାନେ ଗୁପ୍ତଚର ଉଦ୍ଦେଶ୍ୟରେ କାନାଡା ସରକାରଙ୍କ ନେଟୱାର୍କ ବିରୋଧରେ କାର୍ଯ୍ୟକଳାପ କରିପାରନ୍ତି। ଏଥିରେ ଆହୁରି କୁହାଯାଇଛି, କାନାଡା ଏବଂ ଭାରତ ମଧ୍ୟରେ ସରକାରୀ ଦ୍ୱିପାକ୍ଷିକ ସମ୍ପର୍କ କାନାଡା ବିରୋଧରେ ଭାରତ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ସାଇବର ଧମକ କାର୍ଯ୍ୟକଳାପକୁ ଆଗେଇ ନେବାର ଆଶଙ୍କା ରହିଛି।

ଭାରତ ବିରୋଧରେ ଟ୍ରୁଡୋ ସରକାରଙ୍କ ଏହା ଏକ ନୂଆ ଆକ୍ରମଣ। ଏହାପୂର୍ବରୁ ଅକ୍ଟୋବରରେ କାନାଡା ଭାରତୀୟ ହାଇ କମିଶନର ସଞ୍ଜୟ କୁମାର ବର୍ମାଙ୍କୁ ହରଦୀପ ସିଂ ନିଜ୍ଜାର ହତ୍ୟା ମାମଲାରେ ‘ପର୍ସନ ଅଫ ଇଣ୍ଟ୍ରେଷ୍ଟ’ ଭାବରେ ଘୋଷଣା କରିଥିଲା, ଏହା ପରେ ଭାରତ ବର୍ମାଙ୍କ ସମେତ ୬ଜଣ କୂଟନୀତିଜ୍ଞଙ୍କୁ ଫେରାଇ ଆଣିଥିଲା। ଭାରତ ଏହି ଅଭିଯୋଗକୁ ଅବୈଧ ବୋଲି କହିଛି ଏବଂ ଜଷ୍ଟିନ ଟ୍ରୁଡୋଙ୍କ ପକ୍ଷରୁ ଘରୋଇ ଭୋଟ ବ୍ୟାଙ୍କକୁ ଖୁସି କରିବା ପାଇଁ ନିଆଯାଇଥିବା ଏହା ଏକ ପଦକ୍ଷେପ ବୋଲି ଭାରତ କହିଛି।

The post ପୁଣି ଆଖି ଦେଖାଇଲା କାନାଡା, ଶତ୍ରୁ ଦେଶ ତାଲିକାରେ ଭାରତକୁ ରଖିଲା appeared first on Dharitri Odia News.