ହଠାତ୍ ମୁଣ୍ଡ ବୁଲାଇ ପଡିଗଲେ ଭିନେଶ, ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ,୭।୮: ପ୍ୟାରିସ୍ ଅଲିମ୍ପିକ୍ସରେ ଫାଇନାଲରୁ ଡିସକ୍ୱାଲିଫାଇଡ୍ ହୋଇଛନ୍ତି ରେସଲର୍ ଭିନେଶ ଫୋଗଟ। ତେବେ ସେ ହଠାତ୍ ଅସୁସ୍ଥ ହୋଇ ପଡିଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଣ୍ଡ ବୁଲାଇବା ସହ ଚେତାଶୂନ୍ୟ ହୋଇପଡ଼ିବାରୁ ତାଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ୟାରିସର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଭିନେଶ ଫୋଗଟ । ତେବେ ତାଙ୍କର ଅସୁସ୍ଥତାର କାରଣ ଜଣାପଡି ନ ଥିବାବେଳେ ଓଜନ ହ୍ରାସ ପାଇଁ ରାତିସାରା ବ୍ୟାୟାମ କରିବାରୁ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ଫାଇନାଲ୍ […] The post ହଠାତ୍ ମୁଣ୍ଡ ବୁଲାଇ ପଡିଗଲେ ଭିନେଶ, ହସ୍ପିଟାଲରେ ଭର୍ତ୍ତି appeared first on Dharitri Odia News.
ନୂଆଦିଲ୍ଲୀ,୭।୮: ପ୍ୟାରିସ୍ ଅଲିମ୍ପିକ୍ସରେ ଫାଇନାଲରୁ ଡିସକ୍ୱାଲିଫାଇଡ୍ ହୋଇଛନ୍ତି ରେସଲର୍ ଭିନେଶ ଫୋଗଟ। ତେବେ ସେ ହଠାତ୍ ଅସୁସ୍ଥ ହୋଇ ପଡିଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଣ୍ଡ ବୁଲାଇବା ସହ ଚେତାଶୂନ୍ୟ ହୋଇପଡ଼ିବାରୁ ତାଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ୟାରିସର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଭିନେଶ ଫୋଗଟ । ତେବେ ତାଙ୍କର ଅସୁସ୍ଥତାର କାରଣ ଜଣାପଡି ନ ଥିବାବେଳେ ଓଜନ ହ୍ରାସ ପାଇଁ ରାତିସାରା ବ୍ୟାୟାମ କରିବାରୁ ଅସୁସ୍ଥ ହୋଇଥିବା ସୂଚନା ମିଳିଛି।
ଫାଇନାଲ୍ ଫାଇଟ୍ ପୂର୍ବରୁ ଡିସ୍କ୍ୱାଲିଫାଏଡ୍ ଘୋଷିତ ହେଲେ ଭାରତୀୟ ରେସଲର୍ ଭିନେଶ ଫୋଗାଟ୍। ଧାର୍ଯ୍ୟଠାରୁ ଅଧିକ ଓଜନ ପାଇଁ ତାଙ୍କୁ ଡିସ୍କ୍ୱାଲିଫାଏଡ୍ ଘୋଷଣା କରାଯାଇଛି। ୫୦ କେଜିଠାରୁ ଭିନେଶ ମାତ୍ର କିଛି ଗ୍ରାମ୍ ଅଧିକ ଓଜନର ଥିବା ସୂଚନା ମିଳିଛି। ରିପୋର୍ଟ ଅନୁସାରେ ଭିନେଶଙ୍କ ଓଜନ ଧାର୍ଯ୍ୟ ସୀମାଠାରୁ ମାତ୍ର ୧୦୦ ଗ୍ରାମ ଅଛି। ଏଥିପାଇଁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ପ୍ରତିଯୋଗିତାର ନିୟମ ଅନୁଯାୟୀ, ଭିନେଶ ରୌପ୍ୟ ପଦକ ପାଇଁ ମଧ୍ୟ ଯୋଗ୍ୟ ହେବେ ନାହିଁ। ଏବେ କେବଳ ୫୦ କିଲୋଗ୍ରାମରେ ସ୍ୱର୍ଣ୍ଣ ଏବଂ ବ୍ରୋଞ୍ଜ ପଦକ ବିଜେତାମାନେ ହିଁ ଅଂଶଗ୍ରହଣ କରିବେ।
ଗତକାଲି ୫୦ କେଜି ଫ୍ରି-ଷ୍ଟାଇଲ ଫାଇନାଲରେ ପହଁଚିଥିଲେ ଭିନେଶ। ସେମିଫାଇନାଲରେ କ୍ୟୁବା ପ୍ରତିଯୋଗୀଙ୍କୁ ଭିନେଶ ୫-୦ ପଏଣ୍ଟରେ ହରାଇଥିଲେ। ଆଜି ଫାଇନାଲ୍ରେ ଆମେରିକାର ରେସଲରଙ୍କ ବିପକ୍ଷରେ ସ୍ୱର୍ଣ୍ଣ ପଦକ ପାଇଁ ଭିନେଟ୍ ମ୍ୟାଚ୍ ଖେଳି ଥାନ୍ତେ। କିନ୍ତୁ ବର୍ତ୍ତମାନ ସେ ଏହି ମ୍ୟାଚରୁ ଡିସ୍କ୍ୱାଲିଫାଏଡ୍ ହୋଇଯାଇଛନ୍ତି। ଏପରିକି ତାଙ୍କୁ ରୌପ୍ୟ ପଦକ ମଧ୍ୟ ମିଳିବ ନାହିଁ।
The post ହଠାତ୍ ମୁଣ୍ଡ ବୁଲାଇ ପଡିଗଲେ ଭିନେଶ, ହସ୍ପିଟାଲରେ ଭର୍ତ୍ତି appeared first on Dharitri Odia News.