ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ୍ଙ୍କୁ ଝଟ୍କା
ନୂଆଦିଲ୍ଲୀ,୧୫।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଝଟ୍କା। ଇଡିର ଅଭିଯୋଗକ୍ରମେ ଏସିଏମ୍ଏମ୍ କୋର୍ଟ ଦ୍ୱାରା ଜାରି କରାଯାଇଥିବା ସମନ ଉପରେ ରୋକ ଲଗାଇବାକୁ ରାଉସ୍ ଆଭେନ୍ୟୁ କୋର୍ଟ ମନା କରିଦେଇଛନ୍ତି। ଏବେ କେଜ୍ରିଓ୍ବାଲଙ୍କୁ ମାର୍ଚ୍ଚ ୧୬ରେ ଅତିରିକ୍ତ ମୁଖ୍ୟ ମହାନଗର ନିଗମ ମାଜିଷ୍ଟ୍ରେଟ୍ ଦିବ୍ୟା ମଲହୋତ୍ରାଙ୍କ କୋର୍ଟରେ ହାଜର ହେବାକୁ ପଡ଼ିବ। ମୁଖ୍ୟମନ୍ତ୍ରୀଙ୍କ ଓକିଲମାନନେ କେଜରିଓ୍ବାଲଙ୍କ ବ୍ୟକ୍ତିଗତ ହାଜରକୁ କୋହଳ କରିବା ଲାଗି ସମନକୁ ଚ୍ୟାଲେଞ୍ଜ କରିଥିଲେ। ହେଲେ କୋର୍ଟ ତାଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏପରିକି […] The post ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ୍ଙ୍କୁ ଝଟ୍କା appeared first on Dharitri Odia News.
ନୂଆଦିଲ୍ଲୀ,୧୫।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଝଟ୍କା। ଇଡିର ଅଭିଯୋଗକ୍ରମେ ଏସିଏମ୍ଏମ୍ କୋର୍ଟ ଦ୍ୱାରା ଜାରି କରାଯାଇଥିବା ସମନ ଉପରେ ରୋକ ଲଗାଇବାକୁ ରାଉସ୍ ଆଭେନ୍ୟୁ କୋର୍ଟ ମନା କରିଦେଇଛନ୍ତି। ଏବେ କେଜ୍ରିଓ୍ବାଲଙ୍କୁ ମାର୍ଚ୍ଚ ୧୬ରେ ଅତିରିକ୍ତ ମୁଖ୍ୟ ମହାନଗର ନିଗମ ମାଜିଷ୍ଟ୍ରେଟ୍ ଦିବ୍ୟା ମଲହୋତ୍ରାଙ୍କ କୋର୍ଟରେ ହାଜର ହେବାକୁ ପଡ଼ିବ।
ମୁଖ୍ୟମନ୍ତ୍ରୀଙ୍କ ଓକିଲମାନନେ କେଜରିଓ୍ବାଲଙ୍କ ବ୍ୟକ୍ତିଗତ ହାଜରକୁ କୋହଳ କରିବା ଲାଗି ସମନକୁ ଚ୍ୟାଲେଞ୍ଜ କରିଥିଲେ। ହେଲେ କୋର୍ଟ ତାଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏପରିକି ବ୍ୟକ୍ତିଗତ ରୂପେ ହାଜର ନ ହେବାକୁ କୋହଳ କରିବା ପାଇଁ ସେ ଟ୍ରାଏଲ କୋର୍ଟରେ ଆବେଦନ କରିପାରିବେ ବୋଲି କହିଛନ୍ତି।
ଏଏପି ଦିଲ୍ଲୀ ହାଇକୋର୍ଟରେ ସେସନ୍ସ କୋର୍ଟର ଏହି ଆଦେଶକୁ ଚ୍ୟାଲେଞ୍ଜ କରିପାରେ ବୋଲି କୁହାଯାଉଛି। ତେବେ ମାମଲାର ଆଗାମୀ ଶୁଣାଣି ମାର୍ଚ୍ଚ ୩୦ରେ କରାଯିବ।
The post ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ୍ଙ୍କୁ ଝଟ୍କା appeared first on Dharitri Odia News.