ସ୍କୁଟି ଚାଳକଙ୍କୁ ଚାପିଦେଲା ଟ୍ରକ୍
ଭବାନୀପାଟଣା,୨୮।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ମ୍ୟୁନସିପାଲଟି ଅଫିସ ସମ୍ମୁଖରେ ବୁଧବାର ସକାଳରେ ଟ୍ରକ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି। ମୃତ ଚାଳକଙ୍କ ନାମ ସୁନୀଲ ପଣ୍ଡା(୬୪) ଓ ତାଙ୍କ ଘର ଜୁନାଗଡ଼ ବ୍ଲକ ଚାରବହାଲ ବୋଲି ଜଣାପଡିଛି। ମୃତ ସୁନୀଲ ଜଣେ ଅବସର ପ୍ରାପ୍ତ ହାଇସ୍କୁଲ ପ୍ରଧାନ ଶିକ୍ଷକ। ଅନ୍ୟପଟେ, ଦୁର୍ଘଟଣା ଘଟାଇଥିବା ଟ୍ରକ ଚାଳକ ଭବାନୀପାଟଣା ଟାଉନଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ତଦନ୍ତ […] The post ସ୍କୁଟି ଚାଳକଙ୍କୁ ଚାପିଦେଲା ଟ୍ରକ୍ appeared first on Dharitri Odia News.
ଭବାନୀପାଟଣା,୨୮।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ମ୍ୟୁନସିପାଲଟି ଅଫିସ ସମ୍ମୁଖରେ ବୁଧବାର ସକାଳରେ ଟ୍ରକ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି। ମୃତ ଚାଳକଙ୍କ ନାମ ସୁନୀଲ ପଣ୍ଡା(୬୪) ଓ ତାଙ୍କ ଘର ଜୁନାଗଡ଼ ବ୍ଲକ ଚାରବହାଲ ବୋଲି ଜଣାପଡିଛି। ମୃତ ସୁନୀଲ ଜଣେ ଅବସର ପ୍ରାପ୍ତ ହାଇସ୍କୁଲ ପ୍ରଧାନ ଶିକ୍ଷକ।
ଅନ୍ୟପଟେ, ଦୁର୍ଘଟଣା ଘଟାଇଥିବା ଟ୍ରକ ଚାଳକ ଭବାନୀପାଟଣା ଟାଉନଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି। ଦିନ ସମୟରେ ଭବାନୀପାଟଣା ସହର ମଧ୍ୟରେ ଭାରୀଯାନ ଚଳାଚଳ ଉପରେ କଟକଣା ରହିଥିଲେ ହେଁ ସହର ଭିତରକୁ ଭାରୀଯାନ ପ୍ରବେଶ ବନ୍ଦ ହୋଇପାରିନାହିଁ। ଏହାକୁ ନେଇ ଜନଅସନ୍ତୋଷ ବଢ଼ୁଥିବାବେଳେ ପୂର୍ବରୁ ଲୋକେ ରାସ୍ତାରୋକୋ ମଧ୍ୟ କରିଥିଲେ। ହେଲେ ଏହି ବ୍ୟବସ୍ଥାରେ କୌଣସି ସୁଧାର ଆସିନାହିଁ। ଯାହାଫଳରେ ସହରରେ ଭାରୀଯାନ ଚଳାଚଳ ଯୋଗୁ ଦୁର୍ଘଟଣା ଘଟି ବିଭିନ୍ନ ସମୟରେ ଧନ ଜୀବନହାନୀ ଘଟୁଛି।
The post ସ୍କୁଟି ଚାଳକଙ୍କୁ ଚାପିଦେଲା ଟ୍ରକ୍ appeared first on Dharitri Odia News.