ଜମ୍ମୁ କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଲାଗି ପ୍ରସ୍ତାବ ପାରିତ, ମୋହର ଲଗାଇଲା ଉମର କ୍ୟାବିନେଟ୍‌

ଶ୍ରୀନଗର,୧୯।୧୦: ଜମ୍ମୁ କଶ୍ମୀରକୁ ସମ୍ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ଲାଗି ଶନିବାର ଉମର ଅବଦୁଲ୍ଲା କ୍ୟାବିନେଟ୍‌ରେ ଏକ ପ୍ରସ୍ତାବ ପାରିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତ ସରକାରଙ୍କ ସହ ଆଲୋଚନା କରିବା ଲାଗି କ୍ୟାବିନେଟ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁମତି ଦେଇଛନ୍ତି। ଏହି ପ୍ରସ୍ତାବ ପାରିତ ହେବା ପରେ ସେ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିବା ଲାଗି ନୂଆଦିଲ୍ଲୀ ଗସ୍ତ କରିବେ। ତେବେ ଜମ୍ମୁରେ ନଭେମ୍ବର ୪ରୁ ପ୍ରଥମ ବିଧାନସଭା ଅଧିବେଶନ […] The post ଜମ୍ମୁ କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଲାଗି ପ୍ରସ୍ତାବ ପାରିତ, ମୋହର ଲଗାଇଲା ଉମର କ୍ୟାବିନେଟ୍‌ appeared first on Dharitri Odia News.

ଜମ୍ମୁ କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଲାଗି ପ୍ରସ୍ତାବ ପାରିତ, ମୋହର ଲଗାଇଲା ଉମର କ୍ୟାବିନେଟ୍‌

ଶ୍ରୀନଗର,୧୯।୧୦: ଜମ୍ମୁ କଶ୍ମୀରକୁ ସମ୍ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ଲାଗି ଶନିବାର ଉମର ଅବଦୁଲ୍ଲା କ୍ୟାବିନେଟ୍‌ରେ ଏକ ପ୍ରସ୍ତାବ ପାରିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତ ସରକାରଙ୍କ ସହ ଆଲୋଚନା କରିବା ଲାଗି କ୍ୟାବିନେଟ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁମତି ଦେଇଛନ୍ତି। ଏହି ପ୍ରସ୍ତାବ ପାରିତ ହେବା ପରେ ସେ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିବା ଲାଗି ନୂଆଦିଲ୍ଲୀ ଗସ୍ତ କରିବେ।

ତେବେ ଜମ୍ମୁରେ ନଭେମ୍ବର ୪ରୁ ପ୍ରଥମ ବିଧାନସଭା ଅଧିବେଶନ ଆରମ୍ଭ ହେବ। ଏଥିରେ ନବ ନିର୍ବାଚିତ ବିଧାୟକମାନେ ଅକ୍ଟୋବର ୨୧ରେ ଶପଥ ଗ୍ରହଣ କରିବେ। ଏଥିଲାଗି ଶ୍ରୀନଗର ରାଜଭବନରେ ପ୍ରୋଟେମ ସ୍ପିକର ଭାବେ ମୁବାରକ ଗୁଲଙ୍କୁ ଶପଥ ଗ୍ରହଣ କରାଯାଇଛି। ସୋମବାର ଅପରାହ୍ନ ୨ଟାରେ ସେ ବିଧାନସଭାର ନବନିର୍ବାଚିତ ସଦସ୍ୟଙ୍କୁ ଶପଥ ଗ୍ରହଣ କରାଇବେ।

The post ଜମ୍ମୁ କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଲାଗି ପ୍ରସ୍ତାବ ପାରିତ, ମୋହର ଲଗାଇଲା ଉମର କ୍ୟାବିନେଟ୍‌ appeared first on Dharitri Odia News.