ଜମ୍ମୁ-କଶ୍ମୀରରେ ବଡ଼ ଘୋଷଣା କଲେ ରାହୁଲ ଗାନ୍ଧୀ, ମେଣ୍ଟକୁ ନେଇ କହିଲେ…
ଶ୍ରୀନଗର,୨୨।୮: ଜମ୍ମୁ-କଶ୍ମୀରରେ ନିର୍ବାଚନ ଘୋଷଣା ପରେ ରାଜନୈତିକ ଅସ୍ଥିରତା ଆରମ୍ଭ ହୋଇଯାଇଛି। ରାହୁଲ ଗାନ୍ଧୀ ଗୁରୁବାର ଜମ୍ମୁ-କାଶ୍ମୀରରେ ପହଞ୍ଚିଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ ହେବାକୁ ଯାଉଛି ଜାଣିବା ମାତ୍ରେ ଆମେ ପ୍ରଥମେ ଏଠାକୁ ଆସିଥିଲୁ। ରାହୁଲ କହିଛନ୍ତି ଯେ ଆମେ ଲୋକମାନଙ୍କୁ ଏହି ବାର୍ତ୍ତା ଦେବାକୁ ଚାହୁଁଛୁ ଯେ ଆପଣମାନେ ଆମ ପାଇଁ ପ୍ରଥମେ, ରାଜ୍ୟ ଛଡ଼ାଇ ଏହାକୁ ଏକ କେନ୍ଦ୍ର ଶାସିତ ଅଞ୍ଚଳ କରାଯାଇଛି। ଜମ୍ମୁର ଲୋକ ଯେଉଁ ଭୟରେ ରହୁଛନ୍ତି, ତାକୁ ଆମେ […] The post ଜମ୍ମୁ-କଶ୍ମୀରରେ ବଡ଼ ଘୋଷଣା କଲେ ରାହୁଲ ଗାନ୍ଧୀ, ମେଣ୍ଟକୁ ନେଇ କହିଲେ… appeared first on Dharitri Odia News.
ଶ୍ରୀନଗର,୨୨।୮: ଜମ୍ମୁ-କଶ୍ମୀରରେ ନିର୍ବାଚନ ଘୋଷଣା ପରେ ରାଜନୈତିକ ଅସ୍ଥିରତା ଆରମ୍ଭ ହୋଇଯାଇଛି। ରାହୁଲ ଗାନ୍ଧୀ ଗୁରୁବାର ଜମ୍ମୁ-କାଶ୍ମୀରରେ ପହଞ୍ଚିଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ ହେବାକୁ ଯାଉଛି ଜାଣିବା ମାତ୍ରେ ଆମେ ପ୍ରଥମେ ଏଠାକୁ ଆସିଥିଲୁ। ରାହୁଲ କହିଛନ୍ତି ଯେ ଆମେ ଲୋକମାନଙ୍କୁ ଏହି ବାର୍ତ୍ତା ଦେବାକୁ ଚାହୁଁଛୁ ଯେ ଆପଣମାନେ ଆମ ପାଇଁ ପ୍ରଥମେ, ରାଜ୍ୟ ଛଡ଼ାଇ ଏହାକୁ ଏକ କେନ୍ଦ୍ର ଶାସିତ ଅଞ୍ଚଳ କରାଯାଇଛି। ଜମ୍ମୁର ଲୋକ ଯେଉଁ ଭୟରେ ରହୁଛନ୍ତି, ତାକୁ ଆମେ ଦୂର କରିବାକୁ ଚାହୁଁଛୁ।
ରାହୁଲ କହିଛନ୍ତି, ଜମ୍ମୁ-କଶ୍ମୀରର ଲୋକଙ୍କୁ ମୁଁ ଭଲ ପାଏ। ଏହି ସମ୍ପର୍କ ବହୁତ ପୁରୁଣା। ଏହା ହୃଦୟର ଏକ ସମ୍ପର୍କ। ଜମ୍ମୁ-କଶ୍ମୀରରେ କଂଗ୍ରେସ ନିର୍ଭୟରେ କାର୍ଯ୍ୟ କରିଛି। ରାହୁଲ ଏହା ମଧ୍ୟ କହିଛନ୍ତି ଯେ, କଂଗ୍ରେସ ସହ ମେଣ୍ଟ ହେବ କିନ୍ତୁ କଂଗ୍ରେସ କର୍ମୀ ଅଣଦେଖା ନ ହେବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି।
ରାହୁଲ ଗାନ୍ଧୀ ପିଏମ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ପୂର୍ବରୁ ମୋଦି ଜୀ ଛାତି ଫୁଲାଇ ଏଠାକୁ ଆସୁଥିଲେ, କିନ୍ତୁ ଏବେ ତାଙ୍କୁ ଏଠାରେ ଦେଖିବାକୁ ମିଳୁନାହିଁ। କଂଗ୍ରେସ ନେତା କହିଛନ୍ତି, ପ୍ରେମ ଆମକୁ ଜିତାଇ ଦେଇଛି। ଆମେ ଘୃଣାକୁ ପରାସ୍ତ କରିବୁ। ଶ୍ରୀନଗରରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବାବେଳେ ରାହୁଲ ଗାନ୍ଧୀ କହିଛନ୍ତି ଯେ ଆମେ ଏକ ମେଣ୍ଟ ଗଠନ କରିବୁ, କିନ୍ତୁ କାର୍ଯ୍ୟକର୍ତ୍ତାଙ୍କୁ ଅଣଦେଖା କରାଯିବ ନାହିଁ।
The post ଜମ୍ମୁ-କଶ୍ମୀରରେ ବଡ଼ ଘୋଷଣା କଲେ ରାହୁଲ ଗାନ୍ଧୀ, ମେଣ୍ଟକୁ ନେଇ କହିଲେ… appeared first on Dharitri Odia News.