ଜମ୍ମୁ କଶ୍ମୀରରେ ୨ ଗ୍ରାମରକ୍ଷୀଙ୍କୁ ଅପହରଣ ପରେ ହତ୍ୟା
ଶ୍ରୀନଗର: ଜମ୍ମୁ କଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ ହୋଇଛି। କଶ୍ମୀରର କିସ୍ତୱାଡ଼ ଜିଲ୍ଲାରେ ଆତଙ୍କବାଦୀମାନେ ୨ ଜଣ ଗ୍ରାମରକ୍ଷୀଙ୍କୁ ଅପହରଣ କରିନେଇ ହତ୍ୟା କରିଛନ୍ତି। ମୃତ ୨ ଗ୍ରାମରକ୍ଷୀଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଉଛନ୍ତି ମହମ୍ମଦ ଖଲିଲଙ୍କ ପୁଅ ନଜିର ଅହମଦ ଏବଂ ଅମଦ ଚାନ୍ଦଙ୍କ ପୁଅ କୁଲଦୀପ କୁମାର। ଉଭୟ ଓହଲି କୁନ୍ତୱାଡ଼ା ଗ୍ରାମ ବାସିନ୍ଦା। ଏହି ହତ୍ୟାରେ ସଂପୃକ୍ତ ଆତଙ୍କୀଙ୍କୁ ଠାବ କରିବା ପାଇଁ ଜମ୍ମୁ କଶ୍ମୀର ପୁଲିସ ପକ୍ଷରୁ ବ୍ୟାପକ ତଲାସୀ ଅଭିଯାନ […]

ଶ୍ରୀନଗର: ଜମ୍ମୁ କଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ ହୋଇଛି। କଶ୍ମୀରର କିସ୍ତୱାଡ଼ ଜିଲ୍ଲାରେ ଆତଙ୍କବାଦୀମାନେ ୨ ଜଣ ଗ୍ରାମରକ୍ଷୀଙ୍କୁ ଅପହରଣ କରିନେଇ ହତ୍ୟା କରିଛନ୍ତି। ମୃତ ୨ ଗ୍ରାମରକ୍ଷୀଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଉଛନ୍ତି ମହମ୍ମଦ ଖଲିଲଙ୍କ ପୁଅ ନଜିର ଅହମଦ ଏବଂ ଅମଦ ଚାନ୍ଦଙ୍କ ପୁଅ କୁଲଦୀପ କୁମାର। ଉଭୟ ଓହଲି କୁନ୍ତୱାଡ଼ା ଗ୍ରାମ ବାସିନ୍ଦା। ଏହି ହତ୍ୟାରେ ସଂପୃକ୍ତ ଆତଙ୍କୀଙ୍କୁ ଠାବ କରିବା ପାଇଁ ଜମ୍ମୁ କଶ୍ମୀର ପୁଲିସ ପକ୍ଷରୁ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ ହୋଇଛି। ମିଳିଥିବା ସୂଚନାନୁଯାୟୀ କୁନ୍ତୱାଡ଼ାରେ ୨ ଜଣ ଗ୍ରାମରକ୍ଷୀଙ୍କ ଆଖିରେ ପଟି ବାନ୍ଧି ଆତଙ୍କବାଦୀମାନେ ସେମାନଙ୍କୁ ଅପହରଣ କରିନେଇଥିଲେ ଏବଂ ହତ୍ୟା କରିଥିଲେ। ଜେଇଏମ୍ (ଜୈସ ଏ ମହମ୍ମଦ)ର ଏକ ଶାଖା ସଂଗଠନ ‘କଶ୍ମୀର ଟାଇଗର୍ସ’ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଏହି ଆତଙ୍କବାଦୀ ଗୋଷ୍ଠୀ ମଧ୍ୟ ମୃତ ୨ ଗ୍ରାମରକ୍ଷୀଙ୍କ ଫଟୋ ସେୟାର କରିଛି। ଏଥିସହ ଏକ ଚିଠି ଜାରି ହୋଇଛି। ଲୋକମାନେ ଗ୍ରାମରକ୍ଷୀ ଭାବେ ଯୋଗ ନଦେବାପାଇଁ ଏହି ଚିଠିରେ ଚେତାବନୀ ଦିଆଯାଇଛି। ମିଳିଥିବା ସୂଚନାନୁଯାୟୀ ୨ ଗ୍ରାମରକ୍ଷୀ ସେମାନଙ୍କ ଗାଈ ଚରାଇବାକୁ ଜଙ୍ଗଲକୁ ଯାଇଥିବାବେଳେ ଘରକୁ ଫେରିନଥିଲେ। ପରେ ଜଙ୍ଗଲରୁ ସେମାନଙ୍କ ମୃତଦେହ ମିଳିଥିଲା।