ରଥଯାତ୍ରା ପୂର୍ବରୁ ପୋଲିସର ମକଡ୍ରିଲ

ପୁରୀ : ଆଉ ଦିନକ ପରେ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ସେଥିପାଇଁ ପ୍ରସ୍ତୁତି ଏବେ ଠାରୁ ଆରମ୍ଭ ହୋଇଗଲାଣି। ପୋଲିସ ବିଭାଗ ପକ୍ଷରୁ ରଥ ଟଣାକୁ ନେଇ ମକଡ୍ରିଲ ହୋଇଛି। ଏଡିଜି ନିଜେ ମକଡ୍ରିଲର ସମୀକ୍ଷା କରିଛନ୍ତି ଏହା ସହିତ ସୁରକ୍ଷା ବ୍ୟବସ୍ଥାର ମଧ୍ୟ ଅନୁଧ୍ୟାନ କରିଛନ୍ତି। ରଥଯାତ୍ରା ଭଲି ରଥଟଣାର ଡେମୋ କରାଯାଇଛି। ତିନୋଟି ପୋଲିସ ଜିପକୁ ତିନୋଟି ରଥ ଭାବେ ନିଆଯାଇ କର୍ଡନ ମଧ୍ୟରେ ହୋଇଛି ରଥଟଣା। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ […]

ରଥଯାତ୍ରା ପୂର୍ବରୁ ପୋଲିସର ମକଡ୍ରିଲ
ରଥଯାତ୍ରା ପୂର୍ବରୁ ପୋଲିସର ମକଡ୍ରିଲ

ପୁରୀ : ଆଉ ଦିନକ ପରେ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ସେଥିପାଇଁ ପ୍ରସ୍ତୁତି ଏବେ ଠାରୁ ଆରମ୍ଭ ହୋଇଗଲାଣି। ପୋଲିସ ବିଭାଗ ପକ୍ଷରୁ ରଥ ଟଣାକୁ ନେଇ ମକଡ୍ରିଲ ହୋଇଛି। ଏଡିଜି ନିଜେ ମକଡ୍ରିଲର ସମୀକ୍ଷା କରିଛନ୍ତି ଏହା ସହିତ ସୁରକ୍ଷା ବ୍ୟବସ୍ଥାର ମଧ୍ୟ ଅନୁଧ୍ୟାନ କରିଛନ୍ତି। ରଥଯାତ୍ରା ଭଲି ରଥଟଣାର ଡେମୋ କରାଯାଇଛି। ତିନୋଟି ପୋଲିସ ଜିପକୁ ତିନୋଟି ରଥ ଭାବେ ନିଆଯାଇ କର୍ଡନ ମଧ୍ୟରେ ହୋଇଛି ରଥଟଣା। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ, ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ପରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟାଣି ଅଭ୍ୟାସ କରାଯାଇଛି । ଭିଡ଼ ଭିତରେ ରଥ ଗୁଡ଼ିକ କିଭଳି ଟଣାଯିବ ତାହାର ଅଭ୍ୟାସ ଓ ପ୍ରଶିକ୍ଷଣ କରାଯାଉଛି ।