ଜମ୍ମୁ-କାଶ୍ମୀରକୁ ନେଇ କେନ୍ଦ୍ରର ବଡ଼ ଯୋଜନା; ଦିଲ୍ଲୀ ଭଳି ଉପ-ରାଜ୍ୟପାଳଙ୍କ ପାଖରେ ରହିବ ସମସ୍ତ ଶକ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀରକୁ ଦିଲ୍ଲୀ କେନ୍ଦ୍ର ଶାସିତ ପ୍ରଦେଶ ଭଳି ସାମ୍ବିଧାନିକ ଅଧିକାର ଦେବାକୁ ପ୍ରସ୍ତୁତି କରୁଛନ୍ତି । ଜମ୍ମୁ-କାଶ୍ମୀର ଉପ-ରାଜ୍ୟପାଳଙ୍କୁ ଦିଲ୍ଲୀ ଏଲଜିଙ୍କ ଭଳି ପ୍ରାଶାସନିକ ଶକ୍ତି ମିଳିବ । ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ବିନା ଅନୁମତିରେ ଅଧିକାରୀଙ୍କ ନିଯୁକ୍ତି ଓ ଟ୍ରାନ୍ସଫର କରିପାରିବେ ନାହିଁ । ଗୃହ ମନ୍ତ୍ରାଳୟ ଜମ୍ମୁ-କାଶ୍ମୀର ପୁନଃର୍ଗଠନ ଅଧିନିୟମ,୨୦୧୯ର ଧାରା ୫୫ ଅନୁଯାୟୀ, ସଂଶୋଧିତ ନିୟମରୁ ସୂଚିତ କରାଯାଇଛି । ଯେଉଁଥିରେ ଏଲଜିଙ୍କ ଶକ୍ତି ବୃଦ୍ଧି ଧାରା ସାମିଲ୍ ରହିଛି ।    ଜମ୍ମୁ-କାଶ୍ମୀର ପୁନଃର୍ଗଠନ ପରେ ଏଯାଏଁ ସେଠାରେ ବିଧାନସଭା ନିର୍ବାଚନ ହୋଇନାହିଁ । ଏବେ ଆଗକୁ ବିଧାନସଭା ନିର୍ବାଚନ ରହିଥିବା ବେଳେ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେବାକୁ ପ୍ରସ୍ତୁତ ହେଇଛନ୍ତି । ବିଧାନସଭା ନିର୍ବାଚନ ପରେ ସରକାର ଗଠନ ବେଳେ ଉପ-ରାଜ୍ୟପାଳଙ୍କ ଶକ୍ତି ଅଧିକ ରହିବ । ଏହି ସବୁ ପ୍ରାଶାସନିକ ଶକ୍ତି ଦିଲ୍ଲୀ ଭଳି କାର୍ଯ୍ୟକାରୀ କରିବେ ଜାମ୍ମୁ-କାଶ୍ମୀର ଏଲଜି । ଜମ୍ମୁ-କାଶ୍ମୀର ପୁନଃର୍ଗଠନ ଅଧିନିୟମ, ୨୦୧୯ର ଧାରା ୫୫ ଅଧାରରେ ସଂଶୋଧିତ ନିୟମକୁ ସାମିଲ୍ ଯାଇଛି । ଧାରା ୪୨(କ)ରେ ଲେଖା ରହିଛି, କୌଣସି ପ୍ରସ୍ତାବରେ ଅଧିନିୟମ ଅନୁଯାୟୀ, ପୋଲିସ୍, ସାର୍ବଜନିକ ବ୍ୟବସ୍ଥା, ଅଖିଳ ଭାରତୀୟ ସେବା ଏବଂ ଭ୍ରଷ୍ଟଚାର ନିରୋଧଙ୍କ ବ୍ୟୁରୋ ସମ୍ବନ୍ଧରେ ଅର୍ଥ ବିଭାଗର ଅଗ୍ରୀମ ସହମତି

ଜମ୍ମୁ-କାଶ୍ମୀରକୁ ନେଇ କେନ୍ଦ୍ରର ବଡ଼ ଯୋଜନା; ଦିଲ୍ଲୀ ଭଳି ଉପ-ରାଜ୍ୟପାଳଙ୍କ ପାଖରେ ରହିବ ସମସ୍ତ ଶକ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀରକୁ ଦିଲ୍ଲୀ କେନ୍ଦ୍ର ଶାସିତ ପ୍ରଦେଶ ଭଳି ସାମ୍ବିଧାନିକ ଅଧିକାର ଦେବାକୁ ପ୍ରସ୍ତୁତି କରୁଛନ୍ତି । ଜମ୍ମୁ-କାଶ୍ମୀର ଉପ-ରାଜ୍ୟପାଳଙ୍କୁ ଦିଲ୍ଲୀ ଏଲଜିଙ୍କ ଭଳି ପ୍ରାଶାସନିକ ଶକ୍ତି ମିଳିବ । ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ବିନା ଅନୁମତିରେ ଅଧିକାରୀଙ୍କ ନିଯୁକ୍ତି ଓ ଟ୍ରାନ୍ସଫର କରିପାରିବେ ନାହିଁ । ଗୃହ ମନ୍ତ୍ରାଳୟ ଜମ୍ମୁ-କାଶ୍ମୀର ପୁନଃର୍ଗଠନ ଅଧିନିୟମ,୨୦୧୯ର ଧାରା ୫୫ ଅନୁଯାୟୀ, ସଂଶୋଧିତ ନିୟମରୁ ସୂଚିତ କରାଯାଇଛି । ଯେଉଁଥିରେ ଏଲଜିଙ୍କ ଶକ୍ତି ବୃଦ୍ଧି ଧାରା ସାମିଲ୍ ରହିଛି ।    

ଜମ୍ମୁ-କାଶ୍ମୀର ପୁନଃର୍ଗଠନ ପରେ ଏଯାଏଁ ସେଠାରେ ବିଧାନସଭା ନିର୍ବାଚନ ହୋଇନାହିଁ । ଏବେ ଆଗକୁ ବିଧାନସଭା ନିର୍ବାଚନ ରହିଥିବା ବେଳେ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେବାକୁ ପ୍ରସ୍ତୁତ ହେଇଛନ୍ତି । ବିଧାନସଭା ନିର୍ବାଚନ ପରେ ସରକାର ଗଠନ ବେଳେ ଉପ-ରାଜ୍ୟପାଳଙ୍କ ଶକ୍ତି ଅଧିକ ରହିବ । ଏହି ସବୁ ପ୍ରାଶାସନିକ ଶକ୍ତି ଦିଲ୍ଲୀ ଭଳି କାର୍ଯ୍ୟକାରୀ କରିବେ ଜାମ୍ମୁ-କାଶ୍ମୀର ଏଲଜି । 

ଜମ୍ମୁ-କାଶ୍ମୀର ପୁନଃର୍ଗଠନ ଅଧିନିୟମ, ୨୦୧୯ର ଧାରା ୫୫ ଅଧାରରେ ସଂଶୋଧିତ ନିୟମକୁ ସାମିଲ୍ ଯାଇଛି । ଧାରା ୪୨(କ)ରେ ଲେଖା ରହିଛି, କୌଣସି ପ୍ରସ୍ତାବରେ ଅଧିନିୟମ ଅନୁଯାୟୀ, ପୋଲିସ୍, ସାର୍ବଜନିକ ବ୍ୟବସ୍ଥା, ଅଖିଳ ଭାରତୀୟ ସେବା ଏବଂ ଭ୍ରଷ୍ଟଚାର ନିରୋଧଙ୍କ ବ୍ୟୁରୋ ସମ୍ବନ୍ଧରେ ଅର୍ଥ ବିଭାଗର ଅଗ୍ରୀମ ସହମତି ଜରୁରୀ । ଧାରା ୪୨ (ଖ)ରେ କୌଣସି ଯୋଜନାକୁ ସ୍ବୀକୃତି ଦେବା ଏବଂ ଅସ୍ବୀକାର କରିବା କିମ୍ବା ଅପିଲ୍ ଦାୟର କରିବା ସମ୍ବନ୍ଧରେ କୌଣସି ପ୍ରସ୍ତାବକୁ ଆଇନ ବିଭାଗ ଦ୍ବାରା ମୁଖ୍ୟ ସଚିବଙ୍କ ମାଧ୍ୟମରେ ଉପ-ରାଜ୍ୟପାଳଙ୍କ କ୍ଷମତା ରଖାଯିବ ।  କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ଜମ୍ମୁ-କାଶ୍ମୀର ନେତାଙ୍କ ପକ୍ଷରୁ କଡ଼ା ପ୍ରତିକ୍ରିୟା ଆସିଛି ।