ଜମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ହେବେ ଓମାର ଅବଦୁଲ୍ଲା, ଘୋଷଣା କଲେ ଫାରୁକ ଅବଦୁଲ୍ଲା
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ନିର୍ବାଚନୀ ଫଳାଫଳ ଏକ ପ୍ରକାର ସ୍ପଷ୍ଟ ହୋଇଛି। ଏଠାରେ କଂଗ୍ରେସ ଏବଂ ନାସନାଲ କନଫରେନ୍ସ ମେଣ୍ଟକୁ ମିଳିଛି ବହୁମତ । ଆଉ ଏହି ବହୁମତ ସହ ଜମ୍ମୁ-କାଶ୍ମୀରରେ ମେଣ୍ଟ ସରକାର ନେଇ ମଧ୍ୟ ସ୍ପଷ୍ଟ ହୋଇଛି । ଏହାରି ମଧ୍ୟରେ ନାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା ଫଳାଫଳକୁ ନେଇ ଜମ୍ମୁ-କାଶ୍ମୀରର ସବୁ ଜନତାଙ୍କୁ ଧନ୍ୟବାଦ ଦେଇଛନ୍ତି। ଆଉ କହିଛନ୍ତି ଓମାର ଅବଦୁଲ୍ଲା ହିଁ ଆଗାମୀ ମୁଖ୍ୟମନ୍ତ୍ରୀ ହେବେ।ଫାରୁକ ଅବଦୁଲ୍ଲା କହିଛନ୍ତି ଜନତାଙ୍କ ମତରୁ ସ୍ପଷ୍ଟ ଯେ, ସେମାନେ ଅଗଷ୍ଟ ୫ରେ ଧାରା ୩୭୦ ହଟାଇବା ନିଷ୍ପତ୍ତିକୁ ସ୍ବୀକାର କରିନାହାଁନ୍ତି। ସେ ଆହୁରି କହିଛନ୍ତି ଜମ୍ମୁ-କାଶ୍ମୀରରେ ବେକାରୀ, ଦରବୃଦ୍ଧି ଏବଂ ନିଶା କାରବାର ଶେଷ କରିବା ପାଇଁ ଆମେ କାମ କରିବୁ। ସୂଚନାଥାଉକି, ଓମାର ଅବଦୁଲ୍ଲା ବଡଗାମ ଏବଂ ଗାନ୍ଦରବଲ୍ ଦୁଇଟି ସିଟ୍ରୁ ନିର୍ବାଚନ ଲଢ଼ିଥିଲେ। ବଡଗାମରେ ବିଜୟୀ ହୋଇସାରିଥିବାବେଳେ ଗାନ୍ଦରବଲ୍ରେ ମଧ୍ୟରେ ସେ ନିଜ ପ୍ରତିଦ୍ବନ୍ଦ୍ବୀଙ୍କ ଠାରୁ ଆଗରେ ରହିଛନ୍ତି। ସେହିଭଳି ବିଜେପି ଦ୍ବିତୀୟ ସ୍ଥାନରେ ରହିଛି। ଉଲ୍ଲେଖଯୋଗ୍ୟ, ଜମ୍ମୁ-କାଶ୍ମୀରରେ ୧୦ ବର୍ଷ ପରେ ନିର୍ବାଚନ ହୋଇଛି। ଏହା ପୂର୍ବରୁ ୨୦୧୪ରେ ବିଧାନସଭା ନର୍ବାଚନ ହୋଇଥିଲା। ସେତେବେଳେ ବିଜେପି ଏବଂ ପିଡିପି ମେଣ୍ଟ ସରକାର ଗଢ଼ିଥିଲେ। ହେଲେ ଦୁଇ ଦଳଙ୍କ ମେଣ୍ଟ ୨୦୧୮ ଶେଷ ବେଳକୁ ଭାଙ୍ଗିଯାଇଥିଲା । ଆଉ ଏହାର କିଛି
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ନିର୍ବାଚନୀ ଫଳାଫଳ ଏକ ପ୍ରକାର ସ୍ପଷ୍ଟ ହୋଇଛି। ଏଠାରେ କଂଗ୍ରେସ ଏବଂ ନାସନାଲ କନଫରେନ୍ସ ମେଣ୍ଟକୁ ମିଳିଛି ବହୁମତ । ଆଉ ଏହି ବହୁମତ ସହ ଜମ୍ମୁ-କାଶ୍ମୀରରେ ମେଣ୍ଟ ସରକାର ନେଇ ମଧ୍ୟ ସ୍ପଷ୍ଟ ହୋଇଛି । ଏହାରି ମଧ୍ୟରେ ନାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା ଫଳାଫଳକୁ ନେଇ ଜମ୍ମୁ-କାଶ୍ମୀରର ସବୁ ଜନତାଙ୍କୁ ଧନ୍ୟବାଦ ଦେଇଛନ୍ତି। ଆଉ କହିଛନ୍ତି ଓମାର ଅବଦୁଲ୍ଲା ହିଁ ଆଗାମୀ ମୁଖ୍ୟମନ୍ତ୍ରୀ ହେବେ।
ଫାରୁକ ଅବଦୁଲ୍ଲା କହିଛନ୍ତି ଜନତାଙ୍କ ମତରୁ ସ୍ପଷ୍ଟ ଯେ, ସେମାନେ ଅଗଷ୍ଟ ୫ରେ ଧାରା ୩୭୦ ହଟାଇବା ନିଷ୍ପତ୍ତିକୁ ସ୍ବୀକାର କରିନାହାଁନ୍ତି। ସେ ଆହୁରି କହିଛନ୍ତି ଜମ୍ମୁ-କାଶ୍ମୀରରେ ବେକାରୀ, ଦରବୃଦ୍ଧି ଏବଂ ନିଶା କାରବାର ଶେଷ କରିବା ପାଇଁ ଆମେ କାମ କରିବୁ।
ସୂଚନାଥାଉକି, ଓମାର ଅବଦୁଲ୍ଲା ବଡଗାମ ଏବଂ ଗାନ୍ଦରବଲ୍ ଦୁଇଟି ସିଟ୍ରୁ ନିର୍ବାଚନ ଲଢ଼ିଥିଲେ। ବଡଗାମରେ ବିଜୟୀ ହୋଇସାରିଥିବାବେଳେ ଗାନ୍ଦରବଲ୍ରେ ମଧ୍ୟରେ ସେ ନିଜ ପ୍ରତିଦ୍ବନ୍ଦ୍ବୀଙ୍କ ଠାରୁ ଆଗରେ ରହିଛନ୍ତି। ସେହିଭଳି ବିଜେପି ଦ୍ବିତୀୟ ସ୍ଥାନରେ ରହିଛି।
ଉଲ୍ଲେଖଯୋଗ୍ୟ, ଜମ୍ମୁ-କାଶ୍ମୀରରେ ୧୦ ବର୍ଷ ପରେ ନିର୍ବାଚନ ହୋଇଛି। ଏହା ପୂର୍ବରୁ ୨୦୧୪ରେ ବିଧାନସଭା ନର୍ବାଚନ ହୋଇଥିଲା। ସେତେବେଳେ ବିଜେପି ଏବଂ ପିଡିପି ମେଣ୍ଟ ସରକାର ଗଢ଼ିଥିଲେ। ହେଲେ ଦୁଇ ଦଳଙ୍କ ମେଣ୍ଟ ୨୦୧୮ ଶେଷ ବେଳକୁ ଭାଙ୍ଗିଯାଇଥିଲା । ଆଉ ଏହାର କିଛି ମାସ ପରେ କେନ୍ଦ୍ର ସରକାର ୨୦୧୯ ଅଗଷ୍ଟ ୫ରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ ଏବଂ ଲଦ୍ଦାଖକୁ ଅଲଗା କରି କେନ୍ଦ୍ର ଶାସିତ ଅଞ୍ଚଳ କରିଥିଲେ। ଏମିତିରେ ଏଥର ଜମ୍ମୁ-କାଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି ସବୁଠୁ ବଡ଼ ପ୍ରସଙ୍ଗ ରହିଛି।