ଜମ୍ମୁ-କାଶ୍ମୀରରେ ଆତଙ୍କୀ ଆଡ୍ଡା ଧ୍ବଂସ, ପାକିସ୍ତାନୀ ବନ୍ଧୁକ ସହ ହ୍ୟାଣ୍ଡ୍ ଗ୍ରେନେଡ୍ ଜବତ
ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଭାରତୀୟ ସେନାକୁ ବଡ଼ ସଫଳତା । ପୁଞ୍ଛର ଏକ ଗାଁରେ ଆତଙ୍କୀ ଆଡ୍ଡାକୁ ଧ୍ବଂସ କରିଛି ସୁରକ୍ଷା ବାହିନୀ । ଘଟଣାସ୍ଥଳରୁ ବିପୁଳ ପରିମାଣର ପାକିସ୍ତାନୀ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ସୂଚନା ଅନୁଯାୟୀ, ପୁଞ୍ଛ ସେକ୍ଟରରେ ବଲନୋଇ ସେକ୍ଟରରେ ଭାରତୀୟ ସେନା ଏବଂ ସ୍ପେଶାଲ ଫୋର୍ସ ମିଶି ଜଏଣ୍ଟ ଅପରେସନ କରିଥିଲା । ସର୍ଚ୍ଚ ଅପରେସନ ବେଳେ ଏକ ସନ୍ଦିଗ୍ଧ ଆତଙ୍କବାଦୀ ଆଡ୍ଡାକୁ ଠାବ କରିଥିଲା ସେନା । ପରେ ଏହାକୁ ଧ୍ବଂସ କରାଯାଇଛି । ଏଥିରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି । ଏଥିରେ ଦୁଇଟି ପାକିସ୍ତାନୀ ହ୍ୟାଣ୍ଡ୍ ଗ୍ରେନେଡ୍ ଏବଂ ତିନୋଟି ମାଇନ୍ସ ଏବଂ ବନ୍ଧୁକ ଜବତ କରିଛି ସୁରକ୍ଷା ବାହିନୀ । ଏବେବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ସେପଟେ ଶନିବାର ଜମ୍ମୁ-କାଶ୍ମୀରର ଗୁଲମାର୍ଗ ସେକ୍ଟରରେ ହୋଇଥିବା ଆତଙ୍କୀ ହମଲାରେ ବଡ଼ ଖୁଲାସା କରିଛି ସୁରକ୍ଷା ବାହିନୀ । ଆତଙ୍କବାଦୀ ମାନେ ସେନା କଫିଲାକୁ ଟାର୍ଗେଟ୍ କରିଥିଲେ । ଏହି ହମଲାରେ ୩ରୁ ୪ଜଣ ଆତଙ୍କବାଦୀ ସାମିଲ୍ ଥିବା ଜଣାପଡ଼ିଛି । ଆତଙ୍କବାଦୀଙ୍କ ଅକର୍କିତ ଗୁଳିମାଡ଼ରେ ୨ଜଣ ଯବାନ ସହିଦ୍ ହୋଇଥିବା ବେଳେ ୪ଜଣ ସାଧାରଣଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।...
ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଭାରତୀୟ ସେନାକୁ ବଡ଼ ସଫଳତା । ପୁଞ୍ଛର ଏକ ଗାଁରେ ଆତଙ୍କୀ ଆଡ୍ଡାକୁ ଧ୍ବଂସ କରିଛି ସୁରକ୍ଷା ବାହିନୀ । ଘଟଣାସ୍ଥଳରୁ ବିପୁଳ ପରିମାଣର ପାକିସ୍ତାନୀ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।
ସୂଚନା ଅନୁଯାୟୀ, ପୁଞ୍ଛ ସେକ୍ଟରରେ ବଲନୋଇ ସେକ୍ଟରରେ ଭାରତୀୟ ସେନା ଏବଂ ସ୍ପେଶାଲ ଫୋର୍ସ ମିଶି ଜଏଣ୍ଟ ଅପରେସନ କରିଥିଲା । ସର୍ଚ୍ଚ ଅପରେସନ ବେଳେ ଏକ ସନ୍ଦିଗ୍ଧ ଆତଙ୍କବାଦୀ ଆଡ୍ଡାକୁ ଠାବ କରିଥିଲା ସେନା । ପରେ ଏହାକୁ ଧ୍ବଂସ କରାଯାଇଛି । ଏଥିରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି । ଏଥିରେ ଦୁଇଟି ପାକିସ୍ତାନୀ ହ୍ୟାଣ୍ଡ୍ ଗ୍ରେନେଡ୍ ଏବଂ ତିନୋଟି ମାଇନ୍ସ ଏବଂ ବନ୍ଧୁକ ଜବତ କରିଛି ସୁରକ୍ଷା ବାହିନୀ । ଏବେବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ସେପଟେ ଶନିବାର ଜମ୍ମୁ-କାଶ୍ମୀରର ଗୁଲମାର୍ଗ ସେକ୍ଟରରେ ହୋଇଥିବା ଆତଙ୍କୀ ହମଲାରେ ବଡ଼ ଖୁଲାସା କରିଛି ସୁରକ୍ଷା ବାହିନୀ । ଆତଙ୍କବାଦୀ ମାନେ ସେନା କଫିଲାକୁ ଟାର୍ଗେଟ୍ କରିଥିଲେ । ଏହି ହମଲାରେ ୩ରୁ ୪ଜଣ ଆତଙ୍କବାଦୀ ସାମିଲ୍ ଥିବା ଜଣାପଡ଼ିଛି । ଆତଙ୍କବାଦୀଙ୍କ ଅକର୍କିତ ଗୁଳିମାଡ଼ରେ ୨ଜଣ ଯବାନ ସହିଦ୍ ହୋଇଥିବା ବେଳେ ୪ଜଣ ସାଧାରଣଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।...