ଜମ୍ମୁ-କାଶ୍ମୀରରେ କିଏ ଗଢ଼ିବ ସରକାର ? ଇଣ୍ଡିଆ ମେଣ୍ଟ ସାମ୍ନାରେ ଏଲଜି ପେଞ୍ଚ, ଏହି ୫ ବିଧାୟକ ହେବେ ଗେମ୍ ଚେଞ୍ଜର

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଝୁଲା ସରକାର ! କିଙ୍ଗ୍ ମେକର ହେବେ ୫ ବିଧାୟକ ? ଇଣ୍ଡିଆ ମେଣ୍ଟ ସାମ୍ନାରେ ଏଲଜି କଣ୍ଟା । ବିଧାୟକ ମନୋନୟକକୁ ବିରୋଧୀଙ୍କ ଆପତ୍ତି । ଅକ୍ଟୋବର ୮ରେ ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ରେଜଲ୍ଟ ବାହାରିବ । ସଂଧ୍ୟା ସୁଦ୍ଧା ସ୍ପଷ୍ଟ ହୋଇଯିବ କେନ୍ଦ୍ରଶାସିତ ପ୍ରଦେଶରେ କିଏ ଗଢ଼ିବ ସରକାର । ମାତ୍ର ବିଭିନ୍ନ ଏଜେନ୍ସିର ବୁଥ ବାହୁଡ଼ା ରିପୋର୍ଟକୁ ଦେଖିଲେ, ବହୁମତର ବହୁ ପଛରେ ରହିଛନ୍ତି ପଲିଟିକାଲ୍ ପାର୍ଟି । ତେଣୁ ୧୦ ବର୍ଷ ପରେ ଜମ୍ମୁ-କାଶ୍ମୀରରେ ଝୁଲା ସରକାର ହେବା ନେଇ ଆକଳନ କରାଯାଉଛି । ହେଲେ ଏହାରି ଭିତରେ ଉପ-ରାଜ୍ୟପାଳଙ୍କ ବିଧାୟକ ମନୋନୟନ ପେଞ୍ଚ୍ ବିରୋଧୀଙ୍କ ଟେନସନ ବଢ଼ାଇ ଦେଇଛି । ନୂଆ ନିୟମକୁ ନେଇ ଆପତ୍ତି ଉଠାଇଛି କଂଗ୍ରେସ ।ଜମ୍ମୁ-କାଶ୍ମୀରରେ ଅନୁଚ୍ଛେଦ ୩୭୦ ହଟିବା ଏବଂ କେନ୍ଦ୍ର ଶାସିତ ପ୍ରଦେଶ ନୂଆର ସ୍ବରୂପ ଆସିବା ପରେ ଏଠାରେ ପ୍ରଥମ ଥର ବିଧାନସଭା ନିର୍ବାଚନ ହୋଇଛି । ଏହା ପୂର୍ବରୁ ଜମ୍ମୁ-କାଶ୍ମୀର ପୁନର୍ଗଠନ ଅଧିନିୟମ ୨୦୧୯କୁ ସଂଶୋଧନ କରାଯାଇଛି । ନୂଆ ନିୟମ ଆଧାରରେ ଉପ-ରାଜ୍ୟପାଳ ୫ଜଣଙ୍କୁ ବିଧାୟକ ଭାବେ ମନୋନିତ କରି ବିଧାନସଭାକୁ ପଠାଇବାର କ୍ଷମତା ରହିଛି । ଉପ-ରାଜ୍ୟପାଳ ୫ଜଣଙ୍କୁ ଚୟନ କରି ଜମ୍ମୁ-କାଶ୍ମୀର ବିଧାନସଭାକୁ ପଠାଇପାରିବେ । ଯାହାଫଳରେ କେନ୍ଦ୍ର ଶାସିତ ପ୍ରଦେଶର ବହୁମତ ଗଣିତରେ ବଡ଼ ପରିବର୍ତ୍ତନ ଆସିଛି  । ଜମ୍ମୁ-କାଶ୍ମୀରରେ ମୋଟ୍ ୯୦ ବିଧାନସଭା

ଜମ୍ମୁ-କାଶ୍ମୀରରେ କିଏ ଗଢ଼ିବ ସରକାର ? ଇଣ୍ଡିଆ ମେଣ୍ଟ ସାମ୍ନାରେ ଏଲଜି ପେଞ୍ଚ, ଏହି ୫ ବିଧାୟକ ହେବେ ଗେମ୍ ଚେଞ୍ଜର

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଝୁଲା ସରକାର ! କିଙ୍ଗ୍ ମେକର ହେବେ ୫ ବିଧାୟକ ? ଇଣ୍ଡିଆ ମେଣ୍ଟ ସାମ୍ନାରେ ଏଲଜି କଣ୍ଟା । ବିଧାୟକ ମନୋନୟକକୁ ବିରୋଧୀଙ୍କ ଆପତ୍ତି । ଅକ୍ଟୋବର ୮ରେ ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ରେଜଲ୍ଟ ବାହାରିବ । ସଂଧ୍ୟା ସୁଦ୍ଧା ସ୍ପଷ୍ଟ ହୋଇଯିବ କେନ୍ଦ୍ରଶାସିତ ପ୍ରଦେଶରେ କିଏ ଗଢ଼ିବ ସରକାର । ମାତ୍ର ବିଭିନ୍ନ ଏଜେନ୍ସିର ବୁଥ ବାହୁଡ଼ା ରିପୋର୍ଟକୁ ଦେଖିଲେ, ବହୁମତର ବହୁ ପଛରେ ରହିଛନ୍ତି ପଲିଟିକାଲ୍ ପାର୍ଟି । ତେଣୁ ୧୦ ବର୍ଷ ପରେ ଜମ୍ମୁ-କାଶ୍ମୀରରେ ଝୁଲା ସରକାର ହେବା ନେଇ ଆକଳନ କରାଯାଉଛି । ହେଲେ ଏହାରି ଭିତରେ ଉପ-ରାଜ୍ୟପାଳଙ୍କ ବିଧାୟକ ମନୋନୟନ ପେଞ୍ଚ୍ ବିରୋଧୀଙ୍କ ଟେନସନ ବଢ଼ାଇ ଦେଇଛି । ନୂଆ ନିୟମକୁ ନେଇ ଆପତ୍ତି ଉଠାଇଛି କଂଗ୍ରେସ ।

ଜମ୍ମୁ-କାଶ୍ମୀରରେ ଅନୁଚ୍ଛେଦ ୩୭୦ ହଟିବା ଏବଂ କେନ୍ଦ୍ର ଶାସିତ ପ୍ରଦେଶ ନୂଆର ସ୍ବରୂପ ଆସିବା ପରେ ଏଠାରେ ପ୍ରଥମ ଥର ବିଧାନସଭା ନିର୍ବାଚନ ହୋଇଛି । ଏହା ପୂର୍ବରୁ ଜମ୍ମୁ-କାଶ୍ମୀର ପୁନର୍ଗଠନ ଅଧିନିୟମ ୨୦୧୯କୁ ସଂଶୋଧନ କରାଯାଇଛି । ନୂଆ ନିୟମ ଆଧାରରେ ଉପ-ରାଜ୍ୟପାଳ ୫ଜଣଙ୍କୁ ବିଧାୟକ ଭାବେ ମନୋନିତ କରି ବିଧାନସଭାକୁ ପଠାଇବାର କ୍ଷମତା ରହିଛି । ଉପ-ରାଜ୍ୟପାଳ ୫ଜଣଙ୍କୁ ଚୟନ କରି ଜମ୍ମୁ-କାଶ୍ମୀର ବିଧାନସଭାକୁ ପଠାଇପାରିବେ । ଯାହାଫଳରେ କେନ୍ଦ୍ର ଶାସିତ ପ୍ରଦେଶର ବହୁମତ ଗଣିତରେ ବଡ଼ ପରିବର୍ତ୍ତନ ଆସିଛି  । ଜମ୍ମୁ-କାଶ୍ମୀରରେ ମୋଟ୍ ୯୦ ବିଧାନସଭା ଆସନ ରହିଛି । ୫ ମନୋନିତ ବିଧାୟକଙ୍କୁ ମିଶାଇଲେ ଏହା ୯୫ ହେଉଛି । ଫଳରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର-୪୮ରେ ପହଞ୍ଚୁଛି । ତେବେ ଏହି ୫ ବିଧାୟକ ଜମ୍ମୁ-କାଶ୍ମୀରରେ କିଙ୍ଗ୍ ମେକର ହେବେ ବୋଲି ରାଜନୈତିକ ପଣ୍ଡିତ ମାନେ ମତ ପ୍ରକାଶ ଦେଇଛନ୍ତି । 

ଘାଟିରେ ଗେମ୍ ଚେଞ୍ଜର ହେବେ ରାଜ୍ୟପାଳଙ୍କ ଦ୍ବାରା ୫ ମନୋନିତ ବିଧାୟକ । ଯାହାକୁ ନେଇ ଆପତ୍ତି ଉଠାଛି ଇଣ୍ଡିଆ ମେଣ୍ଟ । ଜମ୍ମୁ-କାଶ୍ମୀର ପୁନର୍ଗଠନ ସଂଶୋଧନ ନିୟମକୁ ବିରୋଧ କରିଛି ଜାତୀୟ କଂଗ୍ରେସ । ଏହା ସମ୍ବିଧାନର ମୂଳ ସିଦ୍ଧାନ୍ତ ବିରୋଧରେ ଯାଉଛି ବୋଲି ଜମ୍ମୁ-କାଶ୍ମୀରର ପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ରବିନ୍ଦ୍ର ଶର୍ମା କହିଛନ୍ତି । ଉପ-ରାଜ୍ୟପାଳ ମନ୍ତ୍ରୀ ପରିଷଦର ପରମାର୍ଶରେ କାର୍ଯ୍ୟ କରିବା ଜରୁରୀ । ନିର୍ବାଚନ ପରେ ସରକାର ଗଠନ ନେଇ ରାଜ୍ୟପାଳ କ୍ଷମତାର ଅପବ୍ୟବହାର କରିବା ସମ୍ବିଧାନ ପାଇଁ ହାନିକାରକ ବୋଲି କଂଗ୍ରେସ ବରିଷ୍ଠ ନେତା କହିଛନ୍ତି ।

ଅକ୍ଟୋବର ୪ରେ ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ହୋଇଛି । ମୋଟ୍ ୯୦ ଆସନରେ ୧୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ଏକଜିଟ୍‌  ପୋଲ ଫଳାଫଳକୁ ଦେଖିଲେ ଜମ୍ମୁ-କାଶ୍ମୀରରେ କଂଗ୍ରେସ-ଏନ୍‌ସି ମେଣ୍ଟ ସରକାର ଗଠନ କରିବ । ମେଣ୍ଟକୁ ୪୦-୫୦ ଆସନ ମିଳିବ ।ବିଜେପିକୁ ୨୫-୩୦ ସିଟ୍ ମିଳିବାକୁ ଥିଲାବେଳେ ପିଡିପିକୁ ୮-୧୨ ଆସନ ମିଳିବ । ଅକ୍ଟୋବର ୮ ତାରିଖରେ ଫଳାଫଳ ବାହାରିବା ପରେ କିଏ ସରକାର ଗଠନ କରିବ ଚିତ୍ର ସ୍ପଷ୍ଟ ହେବ