ଭାରତୀୟ ଟେନିସ କିମ୍ବଦନ୍ତୀ ରୋହନଙ୍କ ଅବସର ଘୋଷଣା

ପ୍ୟାରିସ,୨୯।୭: ଭେଟେରାନ ଭାରତୀୟ ଟେନିସ ଖେଳାଳି ରୋହନ ବୋପାନ୍ନ ସୋମବାର ଟେନିସରୁ ଅବସର ଘୋଷଣା କରିଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ ବୋପାନ୍ନା ଏବଂ ଏନ୍‌ ଶ୍ରୀରାମ ବାଲାଜୀଙ୍କ ଦଳ ପୁରୁଷ ଡବଲ୍ସ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରେ ୭-୫, ୬-୨ରେ ପରାଜୟର ସମ୍ମୁଖୀନ ହୋଇଥିଲେ। ପରେ ରୋହନ ଏହା ତାଙ୍କ କ୍ୟାରିୟରର ଶେଷ ମ୍ୟାଚ ବୋଲି କହିଥିଲେ। ରୋହନ ୨୨ ବର୍ଷ ଧରି ଅନ୍ତର୍ଜାତୀୟ ଟେନିସରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ବର୍ତ୍ତମାନ ସେ ତାଙ୍କର ଐତିହାସିକ କ୍ୟାରିୟରକୁ ସମାପ୍ତ କରିଛନ୍ତି। […] The post ଭାରତୀୟ ଟେନିସ କିମ୍ବଦନ୍ତୀ ରୋହନଙ୍କ ଅବସର ଘୋଷଣା appeared first on Dharitri Odia News.

ଭାରତୀୟ ଟେନିସ କିମ୍ବଦନ୍ତୀ ରୋହନଙ୍କ ଅବସର ଘୋଷଣା

ପ୍ୟାରିସ,୨୯।୭: ଭେଟେରାନ ଭାରତୀୟ ଟେନିସ ଖେଳାଳି ରୋହନ ବୋପାନ୍ନ ସୋମବାର ଟେନିସରୁ ଅବସର ଘୋଷଣା କରିଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ ବୋପାନ୍ନା ଏବଂ ଏନ୍‌ ଶ୍ରୀରାମ ବାଲାଜୀଙ୍କ ଦଳ ପୁରୁଷ ଡବଲ୍ସ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରେ ୭-୫, ୬-୨ରେ ପରାଜୟର ସମ୍ମୁଖୀନ ହୋଇଥିଲେ। ପରେ ରୋହନ ଏହା ତାଙ୍କ କ୍ୟାରିୟରର ଶେଷ ମ୍ୟାଚ ବୋଲି କହିଥିଲେ। ରୋହନ ୨୨ ବର୍ଷ ଧରି ଅନ୍ତର୍ଜାତୀୟ ଟେନିସରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ବର୍ତ୍ତମାନ ସେ ତାଙ୍କର ଐତିହାସିକ କ୍ୟାରିୟରକୁ ସମାପ୍ତ କରିଛନ୍ତି।

ଅବସର ଘୋଷଣା ସମୟରେ ସେ କହିଛନ୍ତି, ‘ଏହା ମୋର ଟେନିସ କ୍ୟାରିୟରର ଶେଷ ଟୁର୍ନାମେଣ୍ଟ। ଏବେ ବୁଝିପାରୁଛି ମୁଁ ଜଣେ ଖେଳାଳି ଭାବେ କେଉଁଠାରେ ପହଞ୍ଚିଛି। ଯେଉଁଠାରେ ଅଛି ମୋ ପାଇଁ ଏହା ଏକ ବଡ଼ ସଫଳତା। କେବେ ଭାବି ନ ଥିଲି ଯେ, ମୁଁ ଭାରତର ପ୍ରତିନିଧିତ୍ୱ କରିବି।’

The post ଭାରତୀୟ ଟେନିସ କିମ୍ବଦନ୍ତୀ ରୋହନଙ୍କ ଅବସର ଘୋଷଣା appeared first on Dharitri Odia News.