ଜମ୍ମୁ-କାଶ୍ମୀରରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୮
ଶ୍ରୀନଗର ୨୮।୧୧: ଜମ୍ମୁ-କାଶ୍ମୀରରେ ଗୁରୁବାର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୮ ମପା ଯାଇଛି। ଦେଖିବାକୁ ଏହି ତୀବ୍ରତା ଢେର ଅଧିକ, ହେଲେ ଧନଜୀବନ ହାନୀର କୌଣସି ସୂଚନା ନାହିଁ। ଅଧିକାରୀଙ୍କ ଅନୁସାରେ ଭୂମିକମ୍ପ ଅପରାହ୍ନ ୪ଟା ୧୯ ମିନିଟ୍ରେ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପର କେନ୍ଦ୍ର ଆଫଗାନିସ୍ତାନର ୩୬.୪୯ ଡିଗ୍ରି ଉତ୍ତର ଅକ୍ଷାଂଶ ଓ ୭୧.୨୭ ଡିଗ୍ରି ପୂର୍ବ ଦ୍ରାଘିମା ଓ ଭୂ-ଗର୍ଭର ୧୬୫ କିଲୋମିଟର ଗଭୀରତାରେ ଥିଲା। ଅଧିକାରୀଙ୍କ ଅନୁସାରେ ଏପର୍ଯ୍ୟନ୍ତ କାଶ୍ମୀର ଉପତ୍ୟାକାର କୌଣସି ସ୍ଥାନରୁ ଧନଜୀବନ ହାନୀ ନେଇ ସେଭଳି ସୂଚନା ଆସି ନାହିଁ। ପାଖାପାଖି ମାସକ ପୂର୍ବରୁ ଜମ୍ମୁ-କାଶ୍ମୀର ଡୋଡାରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ସେତେବେଳେ କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୪ ଥିଲା। ତେବେ ଗୁରୁବାର ଅନୁଭୂତ ହୋଇଥିବା ଭୂମିକମ୍ପ ନାଗାଲ୍ୟାଣ୍ଡରେ ମଧ୍ୟ ଅନୁଭବ କରାଯାଇଛି। ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲଜିଙ୍କ ରିପୋର୍ଟ ଅନୁସାରେ ନାଗାଲ୍ୟାଣ୍ଡର କିଫିରରେ ୩.୮ ତୀବ୍ରତାର କମ୍ପନ ଅନୁଭୂତ ହୋଇଛି। ଗୁରୁବାର ନ୍ୟୁଜିଲ୍ୟାଣ୍ଡ ଉତ୍ତର ଦ୍ୱୀପର ପୂର୍ବ ଉପକୂଳରେ ୫.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓ ସାଇନ୍ସେସ୍ ଅନୁସାରେ ଏହି ଭୂମିକମ୍ପର କେନ୍ଦ୍ର ୧୦ କିଲୋମିଟର ଗଭୀରତାରେ ଥିଲା।
ଶ୍ରୀନଗର ୨୮।୧୧: ଜମ୍ମୁ-କାଶ୍ମୀରରେ ଗୁରୁବାର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୮ ମପା ଯାଇଛି। ଦେଖିବାକୁ ଏହି ତୀବ୍ରତା ଢେର ଅଧିକ, ହେଲେ ଧନଜୀବନ ହାନୀର କୌଣସି ସୂଚନା ନାହିଁ। ଅଧିକାରୀଙ୍କ ଅନୁସାରେ ଭୂମିକମ୍ପ ଅପରାହ୍ନ ୪ଟା ୧୯ ମିନିଟ୍ରେ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପର କେନ୍ଦ୍ର ଆଫଗାନିସ୍ତାନର ୩୬.୪୯ ଡିଗ୍ରି ଉତ୍ତର ଅକ୍ଷାଂଶ ଓ ୭୧.୨୭ ଡିଗ୍ରି ପୂର୍ବ ଦ୍ରାଘିମା ଓ ଭୂ-ଗର୍ଭର ୧୬୫ କିଲୋମିଟର ଗଭୀରତାରେ ଥିଲା।
ଅଧିକାରୀଙ୍କ ଅନୁସାରେ ଏପର୍ଯ୍ୟନ୍ତ କାଶ୍ମୀର ଉପତ୍ୟାକାର କୌଣସି ସ୍ଥାନରୁ ଧନଜୀବନ ହାନୀ ନେଇ ସେଭଳି ସୂଚନା ଆସି ନାହିଁ। ପାଖାପାଖି ମାସକ ପୂର୍ବରୁ ଜମ୍ମୁ-କାଶ୍ମୀର ଡୋଡାରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ସେତେବେଳେ କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୪ ଥିଲା। ତେବେ ଗୁରୁବାର ଅନୁଭୂତ ହୋଇଥିବା ଭୂମିକମ୍ପ ନାଗାଲ୍ୟାଣ୍ଡରେ ମଧ୍ୟ ଅନୁଭବ କରାଯାଇଛି। ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲଜିଙ୍କ ରିପୋର୍ଟ ଅନୁସାରେ ନାଗାଲ୍ୟାଣ୍ଡର କିଫିରରେ ୩.୮ ତୀବ୍ରତାର କମ୍ପନ ଅନୁଭୂତ ହୋଇଛି।
ଗୁରୁବାର ନ୍ୟୁଜିଲ୍ୟାଣ୍ଡ ଉତ୍ତର ଦ୍ୱୀପର ପୂର୍ବ ଉପକୂଳରେ ୫.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓ ସାଇନ୍ସେସ୍ ଅନୁସାରେ ଏହି ଭୂମିକମ୍ପର କେନ୍ଦ୍ର ୧୦ କିଲୋମିଟର ଗଭୀରତାରେ ଥିଲା।