୧୦ ବର୍ଷରେ ବନ୍ଦ ହେଇଛି ୪୯ ହଜାର ଲଘୁ ଏବଂ କ୍ଷୁଦ୍ର ଉଦ୍ୟୋଗ, ୩ ଲକ୍ଷ ହରାଇଛନ୍ତି କର୍ମସଂସ୍ଥାନ
ନୂଆଦିଲ୍ଲୀ: ଦେଶରେ ଗତ ୧୦ ବର୍ଷରେ ୫୦ ହଜାର ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବନ୍ଦ ହୋଇଛି । ଏଥିପାଇଁ ପ୍ରାୟ ୩ ଲକ୍ଷ ଲୋକଙ୍କୁ ନିୟୁକ୍ତି ହରାଇବାକୁ ପଡ଼ିଛି । କେନ୍ଦ୍ର ଏମ୍ଏସ୍ଏମ୍ଇ ମନ୍ତ୍ରୀ ଜୀତନ ରାମ ମାଝୀ ଲୋକସଭାରେ ସତ୍ଯ ରଖି କହିଛନ୍ତି ଯେ ଦେଶରେ ପଞ୍ଜିକୃତ ୧ ନିୟୁତ ଏମ୍ଏସ୍ଏମ୍ଇ ମଧ୍ୟରୁ ପ୍ରାୟ ୪୯,୩୪୨ ଲଘୁ ଉଦ୍ୟୋଗ ମନ୍ଦ ହୋଇଛି । ଯେଉଁଥି ପାଇଁ ୩,୧୭,୬୪୧ ଜଣଙ୍କୁ ନିଜ କର୍ମସଂସ୍ଥାନ ହରାଇବାକୁ ପଡ଼ିଛି ।ଯେଉଁମାନେ ନିଜ ନିଯୁକ୍ତି ହରାଇଛନ୍ତି ସେମାନଙ୍କ ୨୦୨୦ ଜୁଲାଇ ୧ରେ ଆରମ୍ଭ ହୋଇଥିବା ଉଦ୍ୟମ ପୋର୍ଟାଲରେ ପଞ୍ଜିକୃତ ୧୮୧.୬ ନିୟୁତ ଏମ୍ଏସ୍ଏମ୍ଇ ଶ୍ରମଶକ୍ତିରେ ସାମିଲ ଥିଲେ । ଏଥି ମଧ୍ୟରୁ ୦.୧୭ ପ୍ରତିଶତ ସଂସ୍ଥା ନିଜ ପଞ୍ଜିକରଣକୁ ଗତ ୧୦ ବର୍ଷରେ ରଦ୍ଦ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ରଖିଥିବା ତଥ୍ୟ ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ ୧୨,୨୩୩ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବନ୍ଦ ହୋଇଛି । ଏହି କାରଣରୁ ରାଜ୍ୟର ୫୪,୦୫୩ ଲୋକଙ୍କୁ ନିଯୁକ୍ତି ହରାଇବାକୁ ପଡ଼ିଛି । ମହାରାଷ୍ଟ୍ର ପଛକୁ ରହିଛି ତାମିଲନାଡୁ । ରାଜ୍ୟରେ ୬,୨୯୮ କ୍ଷୁଦ୍ର ସଂସ୍ଥା ବନ୍ଦ ହେବା କାରଣରୁ ୪୩,୩୨୪ ଜଣ ନିଯୁକ୍ତ ହରାଇଛନ୍ତି । ଉତ୍ତର ପ୍ରଦେଶରେ ୩,୪୨୫ ଏମ୍ଏସ୍ଏମ୍ଇ ବନ୍ଦ ହେବା ଯୋଗୁଁ ୩୩,୨୩୦, ଗୁଜରାଟ ୪,୮୬୧ ସଂସ୍ଥା ବନ୍ଦ ହେବାରୁ ୨୨,୩୪୫ ଜଣ, ବିହାରରେ ୨୪୧୪ କ୍ଷୁଦ୍ର ଉଦ୍ୟୋଗ ବନ୍ଦ ହେବା ଯୋଗୁଁ ୧୫
ନୂଆଦିଲ୍ଲୀ: ଦେଶରେ ଗତ ୧୦ ବର୍ଷରେ ୫୦ ହଜାର ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବନ୍ଦ ହୋଇଛି । ଏଥିପାଇଁ ପ୍ରାୟ ୩ ଲକ୍ଷ ଲୋକଙ୍କୁ ନିୟୁକ୍ତି ହରାଇବାକୁ ପଡ଼ିଛି । କେନ୍ଦ୍ର ଏମ୍ଏସ୍ଏମ୍ଇ ମନ୍ତ୍ରୀ ଜୀତନ ରାମ ମାଝୀ ଲୋକସଭାରେ ସତ୍ଯ ରଖି କହିଛନ୍ତି ଯେ ଦେଶରେ ପଞ୍ଜିକୃତ ୧ ନିୟୁତ ଏମ୍ଏସ୍ଏମ୍ଇ ମଧ୍ୟରୁ ପ୍ରାୟ ୪୯,୩୪୨ ଲଘୁ ଉଦ୍ୟୋଗ ମନ୍ଦ ହୋଇଛି । ଯେଉଁଥି ପାଇଁ ୩,୧୭,୬୪୧ ଜଣଙ୍କୁ ନିଜ କର୍ମସଂସ୍ଥାନ ହରାଇବାକୁ ପଡ଼ିଛି ।
ଯେଉଁମାନେ ନିଜ ନିଯୁକ୍ତି ହରାଇଛନ୍ତି ସେମାନଙ୍କ ୨୦୨୦ ଜୁଲାଇ ୧ରେ ଆରମ୍ଭ ହୋଇଥିବା ଉଦ୍ୟମ ପୋର୍ଟାଲରେ ପଞ୍ଜିକୃତ ୧୮୧.୬ ନିୟୁତ ଏମ୍ଏସ୍ଏମ୍ଇ ଶ୍ରମଶକ୍ତିରେ ସାମିଲ ଥିଲେ । ଏଥି ମଧ୍ୟରୁ ୦.୧୭ ପ୍ରତିଶତ ସଂସ୍ଥା ନିଜ ପଞ୍ଜିକରଣକୁ ଗତ ୧୦ ବର୍ଷରେ ରଦ୍ଦ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ରଖିଥିବା ତଥ୍ୟ ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ ୧୨,୨୩୩ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବନ୍ଦ ହୋଇଛି । ଏହି କାରଣରୁ ରାଜ୍ୟର ୫୪,୦୫୩ ଲୋକଙ୍କୁ ନିଯୁକ୍ତି ହରାଇବାକୁ ପଡ଼ିଛି । ମହାରାଷ୍ଟ୍ର ପଛକୁ ରହିଛି ତାମିଲନାଡୁ । ରାଜ୍ୟରେ ୬,୨୯୮ କ୍ଷୁଦ୍ର ସଂସ୍ଥା ବନ୍ଦ ହେବା କାରଣରୁ ୪୩,୩୨୪ ଜଣ ନିଯୁକ୍ତ ହରାଇଛନ୍ତି । ଉତ୍ତର ପ୍ରଦେଶରେ ୩,୪୨୫ ଏମ୍ଏସ୍ଏମ୍ଇ ବନ୍ଦ ହେବା ଯୋଗୁଁ ୩୩,୨୩୦, ଗୁଜରାଟ ୪,୮୬୧ ସଂସ୍ଥା ବନ୍ଦ ହେବାରୁ ୨୨,୩୪୫ ଜଣ, ବିହାରରେ ୨୪୧୪ କ୍ଷୁଦ୍ର ଉଦ୍ୟୋଗ ବନ୍ଦ ହେବା ଯୋଗୁଁ ୧୫,୩୧୭ ଜଣଙ୍କୁ ନିଜ କର୍ମସଂସ୍ଥାନ ଛାଡ଼ିବାକୁ ପଡ଼ିଛି ।