ଲାକ୍ମୀ ଏକାଡେମୀର ବାର୍ଷିକ ଉତ୍ସବ
ଭୁବନେଶ୍ୱର,୪।୫: ଲାକ୍ମୀ ଏକାଡେମୀର ୨ୟ ବାର୍ଷିକ ଉତ୍ସବ ଶୁକ୍ରବାର ଶହୀଦ ନଗରସ୍ଥିତ ଏକାଡେମୀ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ଓଲିଉଡ୍ ଅଭିନେତ୍ରୀ ଶୀତଲ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲାକ୍ମୀ ଏକାଡେମୀ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପକୁ ପ୍ରଶଂସା କରିଥିଲେ। ଏହି ପରିପ୍ରେକ୍ଷୀରେ ଏକାଡେମୀ ଦ୍ୱାରା ଏକ ସ୍ବତନ୍ତ୍ର ଫ୍ୟାଶନ ଶୋ’ର ଆୟୋଜନ କରାଯାଇଥିଲା। ଏଥିରେ ଏକାଡେମୀର ଛାତ୍ରୀଙ୍କ ଦ୍ୱାରା ସୁସଜ୍ଜିତ କରାଯାଇଥିବା ମଡେଲମାନେ ର଼୍ୟାମ୍ପରେ ଚାଲିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଓଲିଉଡ୍ ତାରକା ପୂର୍ଣ୍ଣିମା […] The post ଲାକ୍ମୀ ଏକାଡେମୀର ବାର୍ଷିକ ଉତ୍ସବ appeared first on Dharitri Odia News.
ଭୁବନେଶ୍ୱର,୪।୫: ଲାକ୍ମୀ ଏକାଡେମୀର ୨ୟ ବାର୍ଷିକ ଉତ୍ସବ ଶୁକ୍ରବାର ଶହୀଦ ନଗରସ୍ଥିତ ଏକାଡେମୀ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ଓଲିଉଡ୍ ଅଭିନେତ୍ରୀ ଶୀତଲ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲାକ୍ମୀ ଏକାଡେମୀ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପକୁ ପ୍ରଶଂସା କରିଥିଲେ। ଏହି ପରିପ୍ରେକ୍ଷୀରେ ଏକାଡେମୀ ଦ୍ୱାରା ଏକ ସ୍ବତନ୍ତ୍ର ଫ୍ୟାଶନ ଶୋ’ର ଆୟୋଜନ କରାଯାଇଥିଲା। ଏଥିରେ ଏକାଡେମୀର ଛାତ୍ରୀଙ୍କ ଦ୍ୱାରା ସୁସଜ୍ଜିତ କରାଯାଇଥିବା ମଡେଲମାନେ ର଼୍ୟାମ୍ପରେ ଚାଲିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଓଲିଉଡ୍ ତାରକା ପୂର୍ଣ୍ଣିମା ବରାଳ, ଅନ୍ବେଷା ବିଶ୍ୱାଳ, ଲାକ୍ମୀର ଜୋନାଲ ହେଡ୍ ଶୁଭାଶିଷ ମହାପାତ୍ର, ଆଞ୍ଚଳିକ ଏକାଡେମିକ୍ ମୁଖ୍ୟ ଅନନ୍ୟା ବାରୁ, କ୍ଷେତ୍ର ବିକ୍ରୟ ପରିଚାଳକ ଲିଙ୍କନ ତାରାଇ, ନିର୍ଦ୍ଦେଶକ ରେନୁପ୍ରଭା ପ୍ରଧାନ, ନିର୍ଦ୍ଦେଶକ ପ୍ରଦୀପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ସେହିଭଳି ସୌନ୍ଦର୍ଯ୍ୟ ଶିଳ୍ପରେ ନିଜ କ୍ୟାରିୟର ବନାଇବାକୁ ଚାହୁଁଥିବା ଯୁବପିଢ଼ିଙ୍କ ପାଇଁ ଏହା ଏକ ନିର୍ଭରଯୋଗ୍ୟ ପ୍ରତିଷ୍ଠାନ ହୋଇଥିଲାବେଳେ ଯୁବପିଢ଼ିଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ଭବାନୀ ମଲ୍ଠାରେ ଖୋଲିଥିବା ଆପ୍ଟେକ୍ର ଲାକ୍ମୀ ଏକାଡେମୀ ଫ୍ୟାଶନ ଟ୍ରେଣ୍ଡ ସହ ହେୟାର ଡିଜାଇନ ସୌନ୍ଦର୍ଯ୍ୟ, ଚର୍ମ ଏବଂ କେଶର ଯତ୍ନ କର୍ପୋରେଟ୍ ମେକ୍ଅପ୍, ବ୍ୟକ୍ତିଗତ ଗ୍ରୁମିଙ୍ଗ୍, ବ୍ରାଇଡାଲ୍ ମେକ୍ଅପ୍, କ୍ଲାସିକ୍ କଟ୍, କ୍ରିଏଟିଭ୍ କଟ୍, କେଶର ରଙ୍ଗ ଇତ୍ୟାଦି କ୍ଷେତ୍ରରେ କୋଚିଂ ଦିଆଯାଉଛି। ଯେଉଁମାନେ ଏଠାରୁ ଉତ୍ତୀର୍ଣ୍ଣ ହୋଇଛନ୍ତି, ସେମାନେ ସଫଳତାର ସହ ଚଳଚ୍ଚିତ୍ର, ବ୍ୟୁଟି ସେଲୁନ୍ ଏବଂ ଟେଲିଭିଜନ୍ରେ ନିଜର କ୍ୟାରିୟର ଆରମ୍ଭ କରିପାରିଛନ୍ତି।
The post ଲାକ୍ମୀ ଏକାଡେମୀର ବାର୍ଷିକ ଉତ୍ସବ appeared first on Dharitri Odia News.