ଶ୍ରଦ୍ଧାଙ୍କର ପୁଣି ଅଧାରେ ରହିଗଲା ପ୍ରେମ କାହାଣୀ ! ରାହୁଲ ମୋଦୀଙ୍କୁ ଇନଷ୍ଟାଗ୍ରାମରେ କଲେ ଅନଫଲୋ

ମୁମ୍ଵାଇ ୦୫।୦୮: ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର । ବର୍ତ୍ତମାନ ତାଙ୍କ ଅପକମିଂ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଲଗାତାର ସେ ସ୍ତ୍ରୀ-୨ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ହେଲେ ଏବେ ସେ ପ୍ରୋଫେଶନାଲ ନୁହେଁ ବରଂ ପର୍ସନାଲ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଶୁଣିବାକୁ ମିଳିଛି କି ତାଙ୍କ ପ୍ରେମିକ ରାହୁଲ ମୋଦୀଙ୍କ ସହ ବ୍ରେକ୍‌ଅପ କରିଛନ୍ତି। ଏହି ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସ୍ତ୍ରୀ-୨ ଅଭିନେତ୍ରୀ ରାହୁଲଙ୍କୁ ଇନଷ୍ଟାଗ୍ରାମରେ ଅନଫଲୋ କରିଛନ୍ତି। ଯାହା ପରେ ଲୋକମାନେ ଭାବୁଛନ୍ତି କି ସେମାନେ ଅଲଗା ହୋଇଯାଇଛନ୍ତି ।  କେବଳ ରାହୁଲ ନୁହଁନ୍ତି, ସେ ରାହୁଲଙ୍କ ଭଉଣୀ, ତାଙ୍କ ପ୍ରଡକ୍ସନ୍ ହାଉସକୁ ବି ଅନଫଲୋ କରିଛନ୍ତି। କିନ୍ତୁ ରାହୁଲ ଅଭିନେତ୍ରୀଙ୍କୁ ଏପର୍ଯ୍ୟନ୍ତ ଫଲୋ କରୁଛନ୍ତି । View this post on InstagramA post shared by Instant Bollywood (@instantbollywood)କିଛି ସମୟ ପୂର୍ବରୁ, ଦୁହେଁ ଏକାଠି ନଜର ଆସିଥିଲେ। ଯାହା ପରେ ସେମାନଙ୍କ ସମ୍ପର୍କର ଚର୍ଚ୍ଚା ପାଲଟିଥିଲା। ବର୍ତ୍ତମାନ ପ୍ରଶଂସକମାନେ ପ୍ରଶ୍ନ କରିଛନ୍ତି ଯେ ସେମାନେ ଅଲଗା ହୋଇଛନ୍ତି ନା ଏହା ସେମାନଙ୍କର ଆଗାମୀ ଚଳଚ୍ଚିତ୍ର ସ୍ତ୍ରୀ-୨ର ପ୍ରମୋସନ ପାଇଁ ଏକ ଷ୍ଟ୍ରାଟଜି।ସୋସିଆଲ ମିଡିଆରେ କେବଳ ଶ୍ରଦ୍ଧାଙ୍କ ବ୍ରେକଅପ୍ ବିଷୟରେ ଆଲୋଚନା ହେଉଛି। ସେମାନଙ୍କ ସମ୍ପର୍କକୁ ଅଫିସିଆଲ୍ କରିବା ପରେ ଶ

ଶ୍ରଦ୍ଧାଙ୍କର ପୁଣି ଅଧାରେ ରହିଗଲା ପ୍ରେମ କାହାଣୀ ! ରାହୁଲ ମୋଦୀଙ୍କୁ ଇନଷ୍ଟାଗ୍ରାମରେ କଲେ ଅନଫଲୋ

ମୁମ୍ଵାଇ ୦୫।୦୮: ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର । ବର୍ତ୍ତମାନ ତାଙ୍କ ଅପକମିଂ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଲଗାତାର ସେ ସ୍ତ୍ରୀ-୨ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ହେଲେ ଏବେ ସେ ପ୍ରୋଫେଶନାଲ ନୁହେଁ ବରଂ ପର୍ସନାଲ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଶୁଣିବାକୁ ମିଳିଛି କି ତାଙ୍କ ପ୍ରେମିକ ରାହୁଲ ମୋଦୀଙ୍କ ସହ ବ୍ରେକ୍‌ଅପ କରିଛନ୍ତି। ଏହି ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସ୍ତ୍ରୀ-୨ ଅଭିନେତ୍ରୀ ରାହୁଲଙ୍କୁ ଇନଷ୍ଟାଗ୍ରାମରେ ଅନଫଲୋ କରିଛନ୍ତି। ଯାହା ପରେ ଲୋକମାନେ ଭାବୁଛନ୍ତି କି ସେମାନେ ଅଲଗା ହୋଇଯାଇଛନ୍ତି ।  କେବଳ ରାହୁଲ ନୁହଁନ୍ତି, ସେ ରାହୁଲଙ୍କ ଭଉଣୀ, ତାଙ୍କ ପ୍ରଡକ୍ସନ୍ ହାଉସକୁ ବି ଅନଫଲୋ କରିଛନ୍ତି। କିନ୍ତୁ ରାହୁଲ ଅଭିନେତ୍ରୀଙ୍କୁ ଏପର୍ଯ୍ୟନ୍ତ ଫଲୋ କରୁଛନ୍ତି । 


କିଛି ସମୟ ପୂର୍ବରୁ, ଦୁହେଁ ଏକାଠି ନଜର ଆସିଥିଲେ। ଯାହା ପରେ ସେମାନଙ୍କ ସମ୍ପର୍କର ଚର୍ଚ୍ଚା ପାଲଟିଥିଲା। ବର୍ତ୍ତମାନ ପ୍ରଶଂସକମାନେ ପ୍ରଶ୍ନ କରିଛନ୍ତି ଯେ ସେମାନେ ଅଲଗା ହୋଇଛନ୍ତି ନା ଏହା ସେମାନଙ୍କର ଆଗାମୀ ଚଳଚ୍ଚିତ୍ର ସ୍ତ୍ରୀ-୨ର ପ୍ରମୋସନ ପାଇଁ ଏକ ଷ୍ଟ୍ରାଟଜି।ସୋସିଆଲ ମିଡିଆରେ କେବଳ ଶ୍ରଦ୍ଧାଙ୍କ ବ୍ରେକଅପ୍ ବିଷୟରେ ଆଲୋଚନା ହେଉଛି। ସେମାନଙ୍କ ସମ୍ପର୍କକୁ ଅଫିସିଆଲ୍ କରିବା ପରେ ଶ୍ରଦ୍ଧା ରାହୁଲଙ୍କୁ ଅନଫଲୋ କରି ଦେଇଛନ୍ତି। ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

କହିବାକୁ ଗଲେ ଶ୍ରଦ୍ଧା କପୁର ତାଙ୍କ ସମ୍ପର୍କ ବିଷୟରେ କିଛି କହି ନାହାଁନ୍ତି। ସେ ରାହୁଲ ମୋଦୀଙ୍କ ସହ ଥିବା ସମ୍ପର୍କକୁ ନିଶ୍ଚିତ କରିନାହାଁନ୍ତି ସହ ହେଲେ ହିଣ୍ଟ ଦେଇଥିଲେ । କିନ୍ତୁ ଏବେ ବ୍ରେକଅପ୍ ବିଷୟରେ କୌଣସି ପ୍ରକାରର ସୂଚନା ଦେଇ ନାହାଁନ୍ତି। ଯେତେବେଳେ ବିବାହ ବିଷୟରେ ପଚରାଗଲା, ଅଭିନେତ୍ରୀ କହିଥିଲେ ଯେ ସେ ଯେତେବେଳେ ଚାହିଁବେ ବିବାହ କରିବେ।